Revised Common Lectionary (Semicontinuous)
ଆସଫର ଏକ ପ୍ରଶଂସା ଗୀତ।
83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
ତୁମ୍ଭର କାନ ବନ୍ଦ କର ନାହିଁ!
ହେ ପରମେଶ୍ୱର, ଦୟାକରି କିଛି କୁହ!
2 ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
3 ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
4 ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
ଏବଂ ବାୟୁ ସମ୍ମୁଖରେ କୁଟାପରି ଛିନ୍ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
ସର୍ବୋପରିସ୍ଥ ପରମେଶ୍ୱର ଅଟ।
ଜଳ ରକ୍ତରେ ପରିଣତ ହେଲା
14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ। 15 ପ୍ରଭାତରେ, ଫାରୋ ନଦୀକୁ ଯିବେ। ନଦୀ କୂଳରେ ଫାରୋଙ୍କୁ ଅପେକ୍ଷା କର। ସେହି ଆଶାବାଡ଼ିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହୋଇ ଯାଇଥିଲା। 16 ତାଙ୍କୁ ଏହା କୁହ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି। ତାଙ୍କର ଲୋକମାନଙ୍କୁ ଛାଡ଼ିଦେବା ପାଇଁ କହିବାକୁ ଆପଣଙ୍କ ପାଖକୁ ସଦାପ୍ରଭୁ ମୋତେ ପଠାଇଛନ୍ତି। ସେମାନେ ତାଙ୍କୁ ଉପାସନା କରିବାକୁ ମରୁଭୂମିକୁ ଯିବେ। ଏପର୍ଯ୍ୟନ୍ତ ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଶୁଣି ନାହଁ। 17 ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥିରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀରେ ଜଳକୁ ମୋର ଆଶାବାଡ଼ିରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତ୍ତେ ରକ୍ତ ପ୍ରବାହୀତ ହେବ। 18 ନଦୀର ମାଛମାନେ ମରିଯିବେ ଏବଂ ନଦୀ ଦୁର୍ଗନ୍ଧ ଯୁକ୍ତ ହେବ। ତେଣୁ ମିଶରବାସୀ ଆଉ ନୀଳନଦୀର ଜଳ ପିଇ ପାରିବେ ନାହିଁ।’”
19 ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ହାତରେ ଧରି ଏବଂ ଜଳଧାରଗୁଡ଼ିକୁ ଯଥା ନଦୀ, ହ୍ରଦ ଓ କେନାଲ ଯେଉଁଠାରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତେବେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ରରେ ଥିବା ଜଳସବୁ ରକ୍ତରେ ପରିଣତ ହେଲା।”
20 ତେଣୁ ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁସାରେ କାର୍ଯ୍ୟ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ୱାରା ନୀଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଗ୍ଭରୀମାନଙ୍କ ସମ୍ମୁଖରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତରେ ପରିଣତ ହୋଇଗଲା। 21 ନଦୀର ମତ୍ସ୍ୟମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ଯୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନ ଥିଲେ। ମିଶରର ସବୁଆଡ଼େ ଜଳଭାଗ ରକ୍ତରେ ପରିଣତ ହୋଇଗଲା।
22 ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ଯାଦୁବିଦ୍ୟା ପ୍ରୟୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି କଠିନ ହେଲେ ହୃଦୟ କଠିନ କଲେ ଏବଂ ସେ ସେମାନଙ୍କର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ଘଟିଲା। 23 ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ।
24 ମିଶରବାସୀମାନେ ଆଉ ନୀଳନଦୀରୁ ଜଳ ପାନ କରି ପାରି ନ ଥିଲେ। ତେଣୁ ସେମାନେ ନଦୀମାନଙ୍କରେ କୂପମାନ ଖନନ କରି ପିଇବା ପାଣି ସଂଗ୍ରହ କଲେ।
ବେଙ୍ଗଗୁଡ଼ିକ
25 ସଦାପ୍ରଭୁ ନୀଳନଦୀରୁ ଜଳକୁ ସାତ ଦିନ ପରେ ପରିବର୍ତ୍ତନ କଲେ।
ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି ନିହିତ ଅଛି
(ମାର୍କ 3:20-30; ଲୂକ 11:14-23; 12:10)
22 ତା'ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା, ତା’ ଦେହରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହୋଇଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରିଦେଲେ, ଫଳରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା। 23 ଜମା ହୋଇଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେମାନେ କୁହାକୁହି ହେଲେ, “ଆମ୍ଭ ପାଖକୁ ପରମେଶ୍ୱର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସେହି ଦାଉଦଙ୍କ ପୁତ୍ର ଅଟନ୍ତି?”
24 ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, “ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ୍[a]ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାନ୍ତି।”
25 ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣି ପାରିଲେ ଓ ସେମାନଙ୍କୁ କହିଲେ, “ନିଜ ବିରୁଦ୍ଧରେ ବିଭେଦ ସୃଷ୍ଟି କରୁଥିବା ପ୍ରତ୍ୟେକ ରାଜ୍ୟ ଧ୍ୱଂସ ପାଇଯିବ। ଯଦି କୌଣସି ନଗର ନିଜ ନିଜ ମଧ୍ୟରେ ଭାଗଭାଗ ହୋଇଯାଏ, ତେବେ ତାହା ତିଷ୍ଠିରହି ପାରିବନି। ସେହିଭଳି ନିଜ ନିଜ ଭିତରେ ଭାଗ ହୋଇଗଲେ କୌଣସି ପରିବାର ତିଷ୍ଠି ରହି ପାରିବନି। 26 ଯଦି ଶୟତାନ ତା'ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତେବେ ତା'ର ଅର୍ଥ ସେ ନିଜେ ନିଜ ଭିତରେ ଭାଗଭାଗ ହୋଇଛି। ଏ ପରିସ୍ଥିତିରେ ତା'ର ରାଜ୍ୟ ତିଷ୍ଠି ରହି ପାରିବା ସମ୍ଭବ ହେବ ନାହିଁ। 27 ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆଲ୍ଜିବୂଲ୍ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛି, ତେବେ ତୁମ୍ଭର ଶିଷ୍ୟମାନେ କାହା ସାହାଯ୍ୟରେ ତାହାଙ୍କୁ ତଡ଼ୁଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ୟମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ୍ କହୁଛ। 28 ମୁଁ କିନ୍ତୁ ଭୂତମାନଙ୍କୁ ପରମେଶ୍ୱରଙ୍କ ଆତ୍ମାର ଶକ୍ତି ସାହାଯ୍ୟରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି। 29 ଜଣେ ଲୋକ କୌଣସି ବଳବାନ ଲୋକ ଘରେ ପଶି ତା'ର ସମ୍ପତ୍ତି ଗ୍ଭେରେଇନେବାକୁ ଗ୍ଭହିଁଲେ, ସେ ବଳବାନ ଲୋକଟିକୁ ପ୍ରଥମେ ବାନ୍ଧି ପକାଇବ। ତା'ପରେ ସେ ବଳବାନ ଲୋକର ଘରୁ ସବୁ ଲୁଟି କରି ନେଇ ଯାଇପାରିବ। 30 ଯଦି କେହି ମୋ’ ସହିତ କାମ କରୁ ନାହିଁ, ତେବେ ସେ ମୋ’ ବିରୁଦ୍ଧରେ କାମ କରୁଛି।
31 ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆଯିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆଯିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି। 32 ଯଦି କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କୁହେ ତେବେ ତାକୁ କ୍ଷମା କରାଯାଇପାରେ, କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କେହି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ୟତରେ କେବେ ହେଲେ କ୍ଷମା କରାଯିବ ନାହିଁ।
2010 by World Bible Translation Center