Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 83:1-4

ଆସଫର ଏକ ପ୍ରଶଂସା ଗୀତ।

83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
    ତୁମ୍ଭର କାନ ବନ୍ଦ କର ନାହିଁ!
    ହେ ପରମେଶ୍ୱର, ଦୟାକରି କିଛି କୁହ!
ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
    ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
    ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
    ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”

ଗୀତସଂହିତା 83:13-18

13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
    ଏବଂ ବାୟୁ ସମ୍ମୁଖରେ କୁଟାପରି ଛି‌ନ୍‌ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
    ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
    ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
    ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
    ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
    ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
    ସର୍ବୋପରିସ୍ଥ ପରମେଶ୍ୱର ଅଟ।

ଯାତ୍ରାପୁସ୍ତକ 4:10-31

10 କିନ୍ତୁ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ, କଥା କହିବାର ଗ୍ଭତୁର୍ଯ୍ୟ ମୋ'ଠାରେ ନାହିଁ। ଏବଂ ଅତୀତରେ ମୁଁ ଜଣେ ଉତ୍ତମ ବକ୍ତା ନ ଥିଲି। ବର୍ତ୍ତମାନ ମଧ୍ୟ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମୋତେ କହିଲ। ତୁମ୍ଭେ ଜାଣିଛ ଯେ, ମୁଁ ବହୁତ ଧିର କହେ ଏବଂ ଉତ୍ତମ ଶବ୍ଦ ବ୍ୟବହାର କରି ପାରିବି ନାହିଁ।”

11 ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ। 12 ତେଣୁ ତୁମ୍ଭେ ଯାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହୋଇ ବକ୍ତବ୍ୟର କଥା ତୁମ୍ଭକୁ ଶିଖାଇବି।”

13 କିନ୍ତୁ ମୋଶା କହିଲେ, “ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ବିନୟ କରୁଅଛି ମୋତେ ନ ପଠାଇ ଅନ୍ୟ ଜଣକୁ ପଠାଅ।”

14 ଏହା ପରେ ସଦାପ୍ରଭୁ କ୍ରୋଧରେ ମୋଶାଙ୍କୁ କହିଲେ, “ଉତ୍ତମ! ତୁମ୍ଭର ସାହାଯ୍ୟ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲେବୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହେବ। 15 ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା'ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ। 16 ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା’ ପାଇଁ ପରମେଶ୍ୱର ପରି ଏବଂ ସେ ତୁମ୍ଭର ପ୍ରବକ୍ତା 17 ତେଣୁ ତୁମ୍ଭେ ଯାଅ ଓ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗରେ ନେଇଯାଅ। ତୁମ୍ଭେ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ଏହି ଆଶାବାଡ଼ି ବ୍ୟବହାର କରିବ।”

ମୋଶା ମିଶରକୁ ଫେରିଗଲେ

18 ଏହା ପରେ ମୋଶା ତାଙ୍କର ଶ୍ୱଶୁର ଯିଥ୍ରୋଙ୍କ ନିକଟକୁ ଫେରିଗଲେ। ମୋଶା ଯିଥ୍ରୋଙ୍କୁ କହିଲେ, “ଦୟାକରି ମୋତେ ମିଶରକୁ ଯିବାକୁ ଦିଅ। ମୁଁ ମୋର ଲୋକମାନଙ୍କୁ ଦେଖିବା ପାଇଁ ଗ୍ଭହୁଁଛି ଏବଂ ଜାଣିବା ପାଇଁ ଗ୍ଭହୁଁଛି, ସେମାନେ ବର୍ତ୍ତମାନ କିପରି ଅଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି କି ନାହିଁ?”

ଯିଥ୍ରୋ କହିଲେ, “ଅବଶ୍ୟ! ତୁମ୍ଭେ ଶାନ୍ତିରେ ଯାଅ।”

19 ପରମେଶ୍ୱର ମିଦିୟନରେ ମୋଶାଙ୍କୁ କହିଲେ, “ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦରେ ଯାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଗ୍ଭହୁଁଥିଲେ, ସେମାନେ ବର୍ତ୍ତମାନ ମୃତ।”

20 ତେଣୁ ମୋଶା ତାଙ୍କର ପୁତ୍ରକନ୍ୟାମାନଙ୍କୁ ଗଧରେ ବସାଇ ମିଶର ଅଭିମୁଖେ ବାହାରିଲେ। ମୋଶା ତାଙ୍କର ଆଶାବାଡ଼ି ସଙ୍ଗରେ ନେଲେ ଏବଂ ପରମେଶ୍ୱରଙ୍କ ଶକ୍ତି ତାଙ୍କ ସହିତ ଥିଲା।

21 ମୋଶା ମିଶରକୁ ଯାତ୍ରା କରୁଥିବା ସମୟରେ ପରମେଶ୍ୱର ତାଙ୍କୁ କହିଲେ, “ମନେରଖ, ତୁମ୍ଭେ ଫାରୋଙ୍କ ସହିତ କଥା ହେବା ସମୟରେ ତୁମ୍ଭେ ସମସ୍ତ ଅ‌ଦ୍‌ଭୂତ କାର୍ଯ୍ୟ ତାଙ୍କୁ ଦେଖାଇବ ଯାହା ମୁଁ ତୁମ୍ଭକୁ ଦେଇଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥିରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦେବେ ନାହିଁ। 22 ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ। 23 ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ହେଉଛି ମୋର ପ୍ରଥମଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭେ ମୋର ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳରେ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ସେମାନଙ୍କୁ ଯିବା ପାଇଁ ନ ଦିଅ, ତେବେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ୟା କରିବି।’”

ମୋଶାଙ୍କ ପୁତ୍ର ସୁନ୍ନତ ହେଲେ

24 ମିଶରକୁ ଯିବା ବାଟରେ, ମୋଶା ଏକ ସ୍ଥାନରେ ରାତ୍ରି ଯାପନ କଲେ। ସଦାପ୍ରଭୁ ମୋଶାଙ୍କୁ ସେଠାରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲେ। 25 କିନ୍ତୁ ସି‌ପ୍‌ପୋରା ଏକ ତି‌କ୍ଷ୍‌ଣ ଅସ୍ତ୍ର ଧରି ଆପଣା ପୁତ୍ରକୁ ସୁନ୍ନତ କଲା ଏବଂ ସେହି ଚର୍ମଟି ତାଙ୍କ ଚରଣ ତଳେ ପକାଇ କହିଲା, “ତୁମ୍ଭେ ମୋହର ରକ୍ତ ରଂଜିତ ସ୍ୱାମୀ।” 26 ସେ କହିଲା, ରକ୍ତ ରଂଜିତ ସ୍ୱାମୀ ସୁନ୍ନତ କାରଣରୁ। ତେଣୁ ପରମେଶ୍ୱର ମୋଶାଙ୍କୁ ଛାଡ଼ି ଦେଲେ।

27 ସଦାପ୍ରଭୁ ହାରୋଣକୁ କହିଲେ, “ତୁମ୍ଭେ ମୋଶାଙ୍କ ସହିତ ସାକ୍ଷାତ କରିବା ନିମିତ୍ତ ମରୁଭୂମିକୁ ଯାଅ।” ତେଣୁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ। 28 ମୋଶା ହାରୋଣଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭକୁ କାହିଁକି ପଠାଇଛନ୍ତି। ମୋଶା ହାରୋଣଙ୍କୁ ସମସ୍ତ ଅ‌ଦ୍‌ଭୂତ କାର୍ଯ୍ୟମାନ ଦେଖାଇଲେ ଏବଂ ସଦାପ୍ରଭୁ କହିଥିବା ସମସ୍ତ କଥା ତାଙ୍କୁ କହିଲେ।

29 ତେଣୁ ମୋଶା ଏବଂ ହାରୋଣ ଏକତ୍ର ଯାଇ ଇସ୍ରାଏଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ। 30 ଏହା ପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସେହି ପ୍ରାଚୀନବର୍ଗକୁ ସମସ୍ତ କଥା କହିଲେ ଯାହାସବୁ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଏହା ପରେ ମୋଶା ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ। 31 ଲୋକମାନେ ମଧ୍ୟ ବିଶ୍ୱାସ କଲେ ଯେ ପରମେଶ୍ୱର ମୋଶାଙ୍କୁ ପଠାଇଛନ୍ତି। ଯେତେବେଳେ ଇସ୍ରାଏଲୀୟମାନେ ଶୁଣିଲେ ଯେ, ପରମେଶ୍ୱର ସେମାନଙ୍କର ଅସୁବିଧା ଦେଖିଛନ୍ତି ଏବଂ ସେମାନଙ୍କ ପାଇଁ ଦୁଃଖ କଲେ। ସେମାନେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:1-6

ସାର୍ଦ୍ଦୀ ମଣ୍ଡଳୀକୁ ଯୀଶୁଙ୍କର ପତ୍ର

“ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ଯାହାଙ୍କଠାରେ ପରମେଶ୍ୱରଙ୍କର ସାତୋଟି ଆତ୍ମା ଓ ସାତୋଟି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି,

“ମୁଁ ତୁମ୍ଭ କର୍ମ ବିଷୟରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତରେ ମୃତ। ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ। ତେଣୁ ପ୍ରଥମରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସେଗୁଡ଼ିକର ବାଧ୍ୟ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭେରପରି ତୁମ୍ଭ ପାଖକୁ ଆସିବି ଓ କେତେବେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରିଦେବି, ତାହା ତୁମ୍ଭେ ଜାଣି ପାରିବ ନାହିଁ।

“ତଥାପି ସାର୍ଦ୍ଦୀରେ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାନ୍ତି। ସେହି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମୋ’ ସହିତ ଗମନାଗମନ କରିବେ, କାରଣ ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି। ଯେ ବିଜୟୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସେହି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମୋହର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନାରେ ସ୍ୱୀକାର କରିବି। ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center