Revised Common Lectionary (Semicontinuous)
ଜ୍ୱଳନ୍ତା ବୁଦା
3 ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା। 2 ସେହି ପର୍ବତରେ, ମୋଶା ଦେଖିଲେ ସଦାପ୍ରଭୁଙ୍କର ଦୂତ ଏକ ଜ୍ୱଳନ୍ତା ବୁଦା ମଧ୍ୟରେ ଥିଲେ।
ମୋଶା ଦେଖିଲେ, ବୁଦାରେ ଅଗ୍ନି ଲାଗି ଥିଲେ ମଧ୍ୟ ତାହା ଧ୍ୱଂସ ହେଉ ନ ଥିଲା। 3 ତେଣୁ ମୋଶା ନିଶ୍ଚିତ କଲେ, ସେହି ବୁଦା ପାଖକୁ ଯାଇ ଅଦ୍ଭୂତ ଦୃଶ୍ୟ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁରେ ଜଳି ମଧ୍ୟ ନଷ୍ଟ ହେଉ ନାହିଁ?
4 ସଦାପ୍ରଭୁ ଦେଖିଲେ, ମୋଶା ବୁଦା ଆଡ଼କୁ ଆସୁଛନ୍ତି। ତେଣୁ ପରମେଶ୍ୱର ବୁଦା ମଧ୍ୟରୁ ମୋଶାଙ୍କୁ ଡାକିଲେ, ପରମେଶ୍ୱର କହିଲେ, “ମୋଶା, ମୋଶା!”
ମୋଶା କହିଲେ, “ହଁ ଆଜ୍ଞା, ସଦାପ୍ରଭୁ।”
5 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭର ଅଧିକ ନିକଟବର୍ତ୍ତୀ ହୁଅ ନାହିଁ। ତୁମ୍ଭ ପାଦରୁ ପାଦୁକା କାଢ଼ି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡ଼ା ହୋଇଛ ତାହା ପବିତ୍ର ଭୂମି ଅଟେ। 6 ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ୱର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ୱର ଅଟୁ।”
ମୋଶା ପରମେଶ୍ୱରଙ୍କୁ ଦେଖି ଭୟରେ ତାଙ୍କର ମୁହଁ ଆବୃତ କଲେ।
7 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ। 8 ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ। 9 ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି। 10 ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ରେରଣ କରିବା। ଯାଅ! ଆମ୍ଭର ଲୋକମାନଙ୍କୁ ଆଗେଇ ନିଅ, ଇସ୍ରାଏଲୀୟମାନଙ୍କୁ ମିଶର ମଧ୍ୟରୁ ଆଗେଇ ନେଇଯାଅ!”
11 କିନ୍ତୁ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ ଫାରୋ ନିକଟକୁ ଯିବା ପାଇଁ କିଏ? କିପରି ମୁଁ ଇସ୍ରାଏଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?”
12 ତା'ପରେ ପରମେଶ୍ୱର କହିଲେ, “ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବା! ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭେମାନେ ଏହି ପର୍ବତରେ ଆମ୍ଭର ଉପାସନା କରିବ।”
13 ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?”
14 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।” 15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
9 ତୁମ୍ଭର ପ୍ରେମ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର। 10 ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ। 11 ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର। ତାଙ୍କ ସେବା କାର୍ଯ୍ୟରେ ଆଳସ୍ୟ କର ନାହିଁ। ପରମେଶ୍ୱରଙ୍କୁ ସେବା କଲାବେଳେ ଆତ୍ମିକ ଭାବରେ ଉଦ୍ଯୋଗ ହୁଅ। 12 ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧର। ନିରନ୍ତର ପ୍ରାର୍ଥନା କର। 13 ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।
14 ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ। 15 ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ। 16 ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।
17 ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ। 18 ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର। 19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି,
“ଦଣ୍ତ ଦେବା ମୋର କାମ।
ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।”(A)
20 କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍:
“ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି,
ତାହାକୁ ଖାଇବାକୁ ଦିଅ,
ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି,
ତାହାକୁ ପିଇବାକୁ ଦିଅ।
ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।”(B)
21 ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ
(ମାର୍କ 8:31–9:1; ଲୂକ 9:22-27)
21 ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।
22 ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, “ହେ ପ୍ରଭୁ! ପରମେଶ୍ୱର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନ ଘଟୁ।”
23 ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।”
24 ତା'ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା'ପରେ ସେ ମୋର ଅନୁସରଣ କରିବା ଉଚିତ୍। 25 ଯେଉଁ ଲୋକ ତା’ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହୁଁଥିବ, ସେ ଏହାକୁ ହରେଇ ବସିବ। ମୋ’ ପାଇଁ ଜୀବନ ଦେଉଥିବା ପ୍ରତ୍ୟେକ ଲୋକ ଏହାକୁ ରକ୍ଷା କରିବ। 26 ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ। 27 ମନୁଷ୍ୟପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ୱର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ୟପୁତ୍ର ପ୍ରତ୍ୟେକ ଲୋକକୁ ତା'ର କର୍ମ ଅନୁସାରେ ଫଳ ଦେବେ। 28 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ କେତେକ ଲୋକ ଠିଆ ହୋଇଛନ୍ତି, ଯେଉଁମାନେ ସେମାନଙ୍କ ମୃତ୍ୟୁ ପୂର୍ବରୁ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ରାଜ୍ୟ ସହିତ ଆସୁଥିବାର ଦେଖିବେ।”
2010 by World Bible Translation Center