Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
ମୋଶା ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରନ୍ତି
11 ମୋଶା ବଡ଼ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭେଟିଲେ ଏବଂ ଦେଖିଲେ, ଏବ୍ରୀୟ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରାଯାଉଅଛି। ଦିନେ ମୋଶା ଦେଖିଲେ ଜଣେ ମିଶରୀୟ ଲୋକ ଜଣେ ଏବ୍ରୀୟ ଲୋକକୁ ପ୍ରହାର କରୁଥିଲା। 12 ମୋଶା ଚତୁର୍ପାର୍ଶ୍ୱରେ କାହାରିକୁ ପାଇଲେ ନାହିଁ। ତେଣୁ ସେଠାରେ ମୋଶା ସେହି ମିଶରୀୟ ଲୋକଟିକୁ ହତ୍ୟା କଲେ ଓ ଲୋକଟିକୁ ସେ ବାଲିରେ ପୋତି ଦେଲେ।
13 ତା’ ପରଦିନ ମୋଶା ଦୁଇଜଣ ଏବ୍ରୀୟ ଲୋକଙ୍କୁ ଦେଖିଲେ। ସେମାନେ ପରସ୍ପର ମଧ୍ୟରେ କଳି କରୁଥିଲେ। ମୋଶା ଦେଖିଲେ ସେମାନଙ୍କ ମଧ୍ୟରୁ ଜଣକର ଦୋଷ ଥିଲା। ମୋଶା ସେହି ଦୋଷୀ ଲୋକଟିକୁ କହିଲେ, “ତୁମ୍ଭେ ଆପଣା ଭାଇକୁ କାହିଁକି ପ୍ରହାର କରୁଛ?”
14 ସେହି ଲୋକ ଜଣକ ଉତ୍ତର ଦେଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଗ୍ଭରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ସେହି ମିଶରୀୟ ଲୋକଟିକୁ ବଧ କଲା ପରି ମୋତେ ବଧ କରିବା ପାଇଁ ଯୋଜନା କରୁଛ କି?”
ତହିଁରେ ମୋଶା ଭୟଭୀତ ହେଲେ। ମୋଶା ନିଜକୁ ନିଜେ ଚିନ୍ତା କଲେ, “ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି।”
15 ତା'ପରେ ଫାରୋ ଜାଣିବାକୁ ପାଇଲେ ମୋଶା ଯାହା କରିଥିଲେ। ତେଣୁ ସେ ମୋଶାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମୋଶା ଖସି ମିଦିୟନ ଦେଶକୁ ପଳାଇଲେ।
ମିଦିୟନରେ ମୋଶା
ମୋଶା ସେଠାକୁ ଯାଇ ଏକ କୂପ ନିକଟରେ ବସିଲେ।
ପରମେଶ୍ୱର ଧନ୍ୟ
33 ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। 34 କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ:
“ପ୍ରଭୁଙ୍କର ମନକୁ କିଏ ଜାଣିଛି?
କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?”(A)
35 “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି?
ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।”(B)
36 ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।
2010 by World Bible Translation Center