Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 124

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
    ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
    ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
    ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
    ଜଳରାଶି ପରି ମଗ୍ନ କରିଥା’ନ୍ତେ।
    ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
ଗର୍ଜୁଥିବା ଜଳରାଶି ଆମ୍ଭକୁ
    ବୁଡ଼ାଇ ଦେଇଥା’ନ୍ତା।

ସଦାପ୍ରଭୁଙ୍କର ପ୍ରଶଂସା କର।
    ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
    ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
    ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ଆଦିପୁସ୍ତକ 49

ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ

49 ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି।

“ହେ ଯାକୁବର ପୁତ୍ରଗଣ ଏକତ୍ର ହୋଇ ମୋ’ କଥା ଶୁଣ।
    ତୁମ୍ଭେମାନେ ତୁମ୍ଭର ପିତା, ଇସ୍ରାଏଲଙ୍କ କଥା ଶୁଣ।

ରୁବେନ୍

“ହେ ମୋର ପ୍ରଥମ ପୁତ୍ର ରୁବେନ୍,
ତୁମ୍ଭେ ମୋର ପ୍ରଥମଜାତ ପୁତ୍ର।
    ତୁମ୍ଭେ ମୋର ବଳ ଓ ଶକ୍ତିର ପ୍ରଥମ ଫଳ
ଏବଂ ପୁଣି ମୋର ପୁତ୍ରମାନଙ୍କ ମଧ୍ୟରେ
    ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳୀ ଥିଲ।
କିନ୍ତୁ ତୁମ୍ଭର ଆବେଗ ବନ୍ୟା ତୁଲ୍ୟ ଥିଲା, ତୁମ୍ଭେ ନିୟନ୍ତ୍ରଣ କରିପାରିଲ ନାହିଁ।
    ତୁମ୍ଭର ପ୍ରଧାନତା ରହିବ ନାହିଁ।
କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ।
    ତେବେ ତାହା ଅଶୁଚି କଲ।

ଶିମିୟୋନ ଓ ଲେବୀ

“ଶିମିୟୋନ ଓ ଲେବୀ ଦୁଇ ସହୋଦର,
    ସେମାନଙ୍କର ଖ‌‌‌‌ଡ଼୍‌‌‌‌ଗ ଦୌରାତ୍ମ୍ୟର ଅସ୍ତ୍ର।
ସେମାନେ ଗୁପ୍ତରେ ମନ୍ଦ ଯୋଜନା କରନ୍ତି।
    ହେ ମୋର ପ୍ରାଣ ସେମାନଙ୍କର ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ।
ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ, କାରଣ ସେମାନେ କ୍ରୋଧିତ ଥିଲାବେଳେ ମନୁଷ୍ୟମାନଙ୍କୁ ହତ୍ୟା
    ଏବଂ ସେମାନଙ୍କ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ୟା କଲେ।
ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ।
    କାରଣ ତାହା ପ୍ରଚଣ୍ଡ ଥିଲା।
ସେମାନଙ୍କ କୋପ ଅଭିଶପ୍ତ ହେଉ,
    କାରଣ ତାହା ନିଷ୍ଠୁର ଥିଲା।
ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି।
    ଏବଂ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।

ଯିହୁଦା

“ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ।
    ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବ।
    ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
ଯିହୁଦା ଏକ ସିଂହ ପରି ଅଟେ।
    ହେ ମୋହର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ।
ସେ ବିଶ୍ରାମ ନେବା ପାଇଁ ଗଡ଼ିପଡ଼େ।
ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା।
    କେହି ତାହାକୁ ଉଠାଇ ପାରବ ନାହିଁ।
10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ
    ଓ ତା'ର ଚରଣ ଦ୍ୱୟ ମଧ୍ୟରୁ
ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ।
    ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ।
ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବ।
    ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଆପଣା ପରିଧେୟ ବସ୍ତ୍ର ଧୋଇବ।
12 ତା'ର ଚକ୍ଷୁ ଅଙ୍ଗୁର ରସଠାରୁ ଅଧିକ ଲାଲ
    ଏବଂ ତା'ର ଦାନ୍ତ ଦୁଧଠାରୁ ଅଧିକ ଧବଳ ହେବ।

ସବୂଲୂନ୍

13 “ସବୂଲୂନ୍ ସମୁଦ୍ର କୂଳରେ ବାସ କରିବ।
    ସେ ଜାହାଜର ଆଶ୍ରିତ ବନ୍ଦର ହେବ।
    ପୁଣି ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାର ସୀମା ହେବ।

ଇଷାଖର

14 “ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ।
    ଭାରି ବୋଝ ବହିଲା ପରେ ସେ ଶୁଏ।
15 ସେ ବିଶ୍ରାମ ସ୍ଥାନକୁ ଉତ୍ତମ
    ଓ ଦେଶକୁ ସୁରମ୍ୟ ଦେଖିବ।
ଏହା ପରେ ସେ ଭାରି ଭାର ବୋହିବା ପାଇଁ ରାଜି ହେବ।
    ସେ ବେଠିକାମ କରିବାକୁ ରାଜି ହେବ।

ଦାନ

16 “ଦାନ, ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ
    ଆପଣା ଆପଣା ଲୋକମାନଙ୍କର ବିଗ୍ଭର କରିବ।
17 ଦାନ ପଥସ୍ଥିତ ସର୍ପ ତୁଲ୍ୟ
    ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ୟ।
ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ
    ଅଶ୍ୱାରୋହୀମାନେ ଭୂମିରେ ଲୋଟନ୍ତି।

18 “ହେ ସଦାପ୍ରଭୁ, ମୁଁ ତୁମ୍ଭ ଦ୍ୱାରା ପରିତ୍ରାଣର ଅପେକ୍ଷାରେ ଅଛି।

ଗାଦ୍

19 “ସୈନ୍ୟଦଳ ଗାଦକୁ ଆକ୍ରମଣ କରିବେ।
    କିନ୍ତୁ ଗାଦ୍ ସେମାନଙ୍କୁ ପଛରୁ ଆକ୍ରମଣ କରିବ।

ଆଶେର

20 “ଆଶେର ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ।
    ସେ ରାଜାଙ୍କୁ ରାଜକୀୟ ଭକ୍ଷ୍ୟ ଯୋଗାଇବ।

ନପ୍ତାଲି

21 “ନପ୍ତାଲି ଏକ ମନୋହର ହରିଣୀ ସ୍ୱରୂପ,
    ସେ ଆନନ୍ଦଦାୟକ ବାକ୍ୟ କହିବ।

ଯୋଷେଫ

22 “ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ।
    ସେ ନିର୍ଝର ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ।
    ତା'ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ।
23 ଧନୁର୍ଦ୍ଧରମାନେ ତାଙ୍କୁ ଅତିଶୟ କ୍ଳେଶ ଦେଇଛନ୍ତି।
    ପୁଣି ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।
24 କିନ୍ତୁ ତାହାର ଧନୁ ଦୃଢ଼ ଥିଲା
    ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳୀ
ପରମେଶ୍ୱର ଇସ୍ରାଏଲର ମେଷପାଳକଠାରୁ
    କୌଶଳ ପ୍ରାପ୍ତ ହୋଇଥିଲା।
25 ପୈତୃକ ପରମେଶ୍ୱର, ସାହାଯ୍ୟ କରିବେ
    ଏବଂ ସର୍ବଶକ୍ତିମାନ ପରମେଶ୍ୱର ସ୍ୱର୍ଗରୁ
ତୁମ୍ଭଙ୍କୁ ଆଶୀର୍ବାଦ ଦେବେ।
ଆକାଶରୁ, ଗଭୀର ସାଗରରୁ, ଗର୍ଭାଶୟ ସ୍ତନ
    ବାରିଧିରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ।
26 ତୁମ୍ଭର ପିତାଙ୍କ ଆଶୀର୍ବାଦ
    ପ୍ରାଚୀନ ପର୍ବତଠାରୁ ଅଧିକ ଏବଂ ଭଲ ବିଷୟ
ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ହେବ।
    ଯୋଷେଫ ଯିଏ କି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସେହି ଆଶୀର୍ବାଦ ସମସ୍ତ ଭୋଗ କରୁ।

ବିନ୍ୟାମୀନ

27 “ବିନ୍ୟାମୀନ ଏକ ଭୋକିଲା ଗଧିଆ ତୁଲ୍ୟ।
    ପ୍ରଭାତରେ ସେ ଶିକାର କରି ଖାଏ।
    ଅବଶିଷ୍ଟାଂଶ ସନ୍ଧ୍ୟାରେ ସେ ଦୁହେଁ ଭାଗ କରନ୍ତି।”

28 ଏମାନେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି, ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ। 29 ଏହା ପରେ ଇସ୍ରାଏଲ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ମୁଁ ଯେତେବେଳେ ମରିବି, ମୋର ପୂର୍ବପୁରୁଷମାନଙ୍କ ସହିତ ମୋତେ ଇଫ୍ରୋଣର ହେତୀୟ କ୍ଷେତରେ କବର ଦିଅ। 30 ଯେଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମ‌କ୍‌ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ। ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ। 31 ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠାରେ କବର ପ୍ରାପ୍ତ ହୋଇଛନ୍ତି। ଇ‌ସ୍‌ହାକ ଓ ତାଙ୍କର ସ୍ତ୍ରୀ ରିବିକା ସେହିଠାରେ କବର ନେଇଛନ୍ତି। ମୁଁ ସେହି ସ୍ଥାନରେ ଲେୟାକୁ କବର ଦେଇଛି। 32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।” 33 ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲା ପରେ, ସେ ଶଯ୍ୟାରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ୟାଗ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:1-11

ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦର ମୀମାଂସା

ଯେତେବେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ବିରୁଦ୍ଧରେ ଅଭିଯୋଗ ଥାଏ, ସେତେବେଳେ ତୁମ୍ଭେମାନେ କାହିଁକି ବିଗ୍ଭରାଳୟର ବିଗ୍ଭରପତି ନିକଟକୁ ଯାଅ? ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଧାର୍ମିକ ନୁହନ୍ତି। ତେଣୁ ସୁବିଗ୍ଭର ନିମନ୍ତେ ପରମେଶ୍ୱରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ଯିବାକୁ ଲଜ୍ଜାବୋଧ ହୁଏ ନାହିଁ କି? ତୁମ୍ଭେମାନେ ଅବଶ୍ୟ ଜାଣିଛ ଯେ ପରମେଶ୍ୱରଙ୍କର ଲୋକମାନେ ଜଗତର ବିଗ୍ଭର କରିବେ। ଅତଏବ, ଯଦି ତୁମ୍ଭେମାନେ ଜଗତର ବିଗ୍ଭର କରିବ, ତା'ହେଲେ ଏହିଭଳି ଛୋଟ ଛୋଟ କଥାଗୁଡ଼ିକର ବିଗ୍ଭର କ’ଣ ତୁମ୍ଭେମାନେ କରି ପାରିବ ନାହିଁ? ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଭବିଷ୍ୟତରେ ଆମ୍ଭେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଗ୍ଭର କରିବା। ତା'ହେଲେ ନିଶ୍ଚିତରେ ତୁମ୍ଭେମାନେ ଏହି ଜାଗତିକି ବିଷୟ ଗୁଡ଼ିକର ବିଗ୍ଭର କରି ପାରିବ। ଅତଏବ, ଯଦି ତୁମ୍ଭମାନଙ୍କ ଭିତରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭେମାନେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ଯିବ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗନ୍ୟ। ମୁଁ ତୁମ୍ଭକୁ ଲଜ୍ଜା ଦେବା ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ଥିବା ବିବାଦର ବିଗ୍ଭର କରିବାକୁ ତୁମ୍ଭମାନଙ୍କ ଭିତରେ କ’ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ? କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧରେ ଅଦାଲତକୁ ଯାଉଛି, ଓ ଅବିଶ୍ୱାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।

ତୁମ୍ଭମାନଙ୍କ ଭିତରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭେମାନେ ପରାଜିତ ହୋଇ ସାରିଛ। ତା’ ଅପେକ୍ଷା ଅନ୍ୟ କେହି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଥିଲେ ଭଲ ହୋଇଥା’ନ୍ତା। ତା’ ପରିବର୍ତ୍ତେ ତୁମ୍ଭେମାନେ ନିଜେ ନିଜ ପ୍ରତି ଅନ୍ୟାୟ କରୁଛ ଓ ଠକୁଛ। ଖ୍ରୀଷ୍ଟରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରୁଛ।

9-10 ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। 11 ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center