Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 130

ଏକ ଆରୋହଣ ଗୀତ।

130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
    ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
    ସାହାଯ୍ୟ ପାଇଁ ମୋର ଡାକ ଶୁଣ।
ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
    ତେବେ କେହି ବଞ୍ଚିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
    ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।

ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
    ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
    ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
    ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
    ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
    ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।

ଆଦିପୁସ୍ତକ 45:16-28

16 ଯୋଷେଫଙ୍କ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ୟ ଜାଣି ପାରିଲେ। ଏଥିରେ ଫାରୋ ଓ ତାଙ୍କର ଦାସ ସମୂହ ଆନନ୍ଦିତ ହେଲେ। 17 ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ୟରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଗ୍ଭଲିଯାଆନ୍ତୁ। 18 ତାଙ୍କୁ କୁହ, ତୁମ୍ଭର ପିତା ଏବଂ ତାଙ୍କର ପରିବାର ଧରି ଏଠାକୁ ଆସନ୍ତୁ। ମୁଁ ସେମାନଙ୍କୁ ମିଶରର ସବୁଠାରୁ ଉତ୍ତମ ଭୂମି ଦେବି ଏବଂ ସେମାନେ ଏଠାରେ ଥିବା ପର୍ଯ୍ୟନ୍ତ ଆମ୍ଭର ଖାଦ୍ୟ ଖାଇବେ।” 19 ଏହା ପରେ ଫାରୋ କହିଲେ, “ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ୱାରା ସେମାନଙ୍କର ଭୂମିକୁ ଯାତ୍ରା କରନ୍ତୁ ଏବଂ ସେମାନଙ୍କର ପିତା, ସେମାନଙ୍କର ସ୍ତ୍ରୀମାନଙ୍କୁ ଏବଂ ସେମାନଙ୍କର ପିଲାମାନଙ୍କୁ ଆଣନ୍ତୁ। 20 ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ। ତୁମ୍ଭର ସମ୍ପତ୍ତିକୁ ତୁମ୍ଭର ଜନ୍ମଭୂମିରେ ପରିତ୍ୟାଗ କରିବା ବିଷୟରେ ଦୁଃଖ କର ନାହିଁ।”

21 ତେଣୁ ଇସ୍ରାଏଲଙ୍କ ପୁତ୍ରମାନେ ସେହିପରି କଲେ। ଫାରୋ କହିବା ଅନୁସାରେ ଯୋଷେଫ ସେମାନଙ୍କୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ଯାତ୍ରା ପାଇଁ ଆବଶ୍ୟକ ଦ୍ରବ୍ୟମାନ ମଧ୍ୟ ଦେଲେ। 22 ଯୋଷେଫ ତାଙ୍କର ପ୍ରତ୍ୟେକ ଭାଇମାନଙ୍କୁ ଗୋଟିଏ ଯୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ୟାମୀନକୁ 300 ରୌପ୍ୟ ମୁଦ୍ରା ଓ ପାଞ୍ଚ ଯୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ। 23 ପୁଣି ଯୋଷେଫ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୋଟୀ ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପାଠାଇଲେ। 24 ଏହା ପରେ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, ସେମାନଙ୍କର ଘର ରାସ୍ତାରେ ଯିବାକୁ ଏବଂ ସେମାନଙ୍କୁ ସାବଧାନ କରାଇ କହିଲେ, “ସିଧା ଘରକୁ ଯାଅ। ବାଟରେ ଝଗଡ଼ା କର ନାହିଁ।”

25 ଏହିପରି ଭାବରେ ଯୋଷେଫଙ୍କର ଭାଇମାନେ ମିଶର ଛାଡ଼ି କିଣାନ ଦେଶକୁ ଗଲେ। ତା'ପରେ ସେମାନେ ସେମାନଙ୍କର ପିତା ଯାକୁବଙ୍କ ଆଗକୁ ଆସିଲେ। 26 ଭାଇମାନେ ତାଙ୍କ ପିତାଙ୍କୁ କହିଲେ, “ପିତା, ଯୋଷେଫ ଏବଂ ମଧ୍ୟ ବଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।”

ତାଙ୍କର ପିତା କିଛି ଭାବି ପାରିଲେ ନାହିଁ। ପ୍ରଥମେ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। 27 ତା'ପରେ ଯୋଷେଫଙ୍କ ସମସ୍ତ କଥା ସେମାନେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟମାନ ଦେଖିଲେ। ଏହା ପରେ ଯାକୁବ ଅତ୍ୟନ୍ତ ଆନନ୍ଦିତ ହେଲେ। 28 ଯାକୁବ କହିଲେ, “ଏହା ଯଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମୋର ପୁତ୍ର ଯୋଷେଫ ଏବେବି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ଯିବି।”

ମାଥିଉ ଲିଖିତ ସୁସମାଗ୍ଭର 8:1-13

ଯୀଶୁ ଗୋଟିଏ କୁଷ୍ଠରୋଗୀକୁ ସୁସ୍ଥ କରିଲେ

(ମାର୍କ 1:40-45; ଲୂକ 5:12-16)

ଯୀଶୁ ପାହାଡ଼ ଉପରୁ ଓହ୍ଲେଇ ତଳକୁ ଆସିଲେ, ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା। ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।”

ତା'ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା'ର କୁଷ୍ଠରୋଗ ଭଲ ହୋଇଗଲା। ତା'ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”

ଯୀଶୁ ଜଣେ ଅଧିକାରୀଙ୍କ ଦାସକୁ ଭଲ କରିଲେ

(ଲୂକ 7:1-10; ଯୋହନ 4:43-54)

ତା'ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।”

ତା'ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।”

ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।”

10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ। 11 ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ। 12 କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”

13 ତା'ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center