Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 130

ଏକ ଆରୋହଣ ଗୀତ।

130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
    ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
    ସାହାଯ୍ୟ ପାଇଁ ମୋର ଡାକ ଶୁଣ।
ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
    ତେବେ କେହି ବଞ୍ଚିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
    ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।

ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
    ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
    ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
    ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
    ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
    ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।

ଆଦିପୁସ୍ତକ 44

ଯୋଷେଫ ଏକ ଫାନ୍ଦ ପ୍ରସ୍ତୁତ କଲେ

44 ଯୋଷେଫ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ସେହି ଲୋକମାନଙ୍କର ପଟରେ ସେମାନେ ଯେତେ ନେଇପାରିବେ, ସେତେ ଶସ୍ୟ ଭର୍ତ୍ତି କର ଏବଂ ସେମାନଙ୍କ ପଇସା ମଧ୍ୟ ତାଙ୍କ ଥଳି ଉପରେ ରଖି ଦିଅ। ସାନ ଭାଇର ପଟରେ ତା'ର ଟଙ୍କାତକ ଭର୍ତ୍ତି କର। କିନ୍ତୁ ତା'ର ପଟରେ ମୋର ରୂପା ତାଟିଆ ରଖ।” ଯୋଷେଫ ସେମାନଙ୍କୁ ଯେପରି କହିଲେ ଦାସମାନେ ଠିକ୍ ସେହିପରି କଲେ।

ତା’ ପରଦିନ ପ୍ରତ୍ୟୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା। ସେମାନେ ନଗର ଛାଡ଼ିବା ପରେ ଯୋଷେଫ ତାଙ୍କର ଦାସଙ୍କୁ କହିଲେ, “ସେହି ଲୋକମାନଙ୍କୁ ଅନୁସରଣ କର। ସେମାନଙ୍କୁ ଅଟକାଇ କୁହ, ‘ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କଲୁ, କିନ୍ତୁ ତୁମ୍ଭେମାନେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭେମାନେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଗ୍ଭେରି କଲ? ଆମ୍ଭର ମହାଶୟ ସେହି କ‌ପ୍‌ରେ ପାନ କରି ସାରିବା ପରେ ଗୁପ୍ତ କଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆରେ ଜାଣିବାକୁ ଏହା ବ୍ୟବହାର କରନ୍ତି। କାହିଁକି ତୁମ୍ଭେମାନେ ଏହି ମନ୍ଦକାର୍ଯ୍ୟ କଲ?’”

ତେଣୁ ଦାସମାନେ ତାଙ୍କର କଥା ମାନି ଏବଂ ସେମାନେ ଘୋଡ଼ା ଚଢ଼ି ତାଙ୍କୁ ଅନୁସରଣ କଲେ। ସେହି ଦାସମାନେ ସେମାନଙ୍କୁ ଯୋଷେଫଙ୍କ କଥା କହିଲେ।

କିନ୍ତୁ ଭାଇମାନେ ସେହି ଦାସକୁ କହିଲେ, “ତୁମ୍ଭର କର୍ତ୍ତା ଏପରି କାହିଁକି କହିଲେ? ଆମ୍ଭେ ଏପରି କିଛି କାର୍ଯ୍ୟ କରି ନାହୁଁ। ଆମ୍ଭେମାନେ କିଣାନ ଦେଶରୁ ଫେରି ଆସିଛୁ, ଆମ୍ଭ ପଟ ମଧ୍ୟରେ ଥିବା ଟଙ୍କା ଫେରାଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ। ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ୟା କରି ପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସେବକଗଣ ହେବୁ।”

10 ଦାସ କହିଲେ, “ତୁମ୍ଭେ ଯାହା କହିବ ଆମ୍ଭେ ସେହିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ୟା କରିବୁ ନାହିଁ। ଆମ୍ଭେ ଯାହା ପାଖରୁ ସେହି ରୂପା ପାତ୍ର ପାଉ, ସେ ଲୋକ ଆମ୍ଭର ଦାସ ହେବ। ଏବଂ ଅନ୍ୟମାନେ ମୁକ୍ତ ହେବେ।”

ଫାନ୍ଦ ଲମ୍ବାଇ ବିନ୍ୟାମୀନକୁ ଧରିଲେ

11 ଏହା ପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସେଗୁଡ଼ିକୁ ଖୋଳିଲେ। 12 ଯୋଷେଫଙ୍କ ଦାସ ସେହି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ୱୟରେ ସାନର ପଟ ଦେଖିଲେ। ଶେଷରେ ବିନ୍ୟାମୀନର ପଟରୁ ସେହି ପାତ୍ରଟିକୁ ପାଇଲେ। 13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସେମାନେ ଦୁଃଖରେ ସେମାନଙ୍କର ପୋଷାକ ଚିରି ପକାଇଲେ। ସେମାନେ ସେମାନଙ୍କର ପଟଗୁଡ଼ିକ ଗଧ ପିଠିରେ ପକାଇ ନଗରକୁ ଫେରିଲେ।

14 ଯିହୁଦା ଏବଂ ତା'ର ଭାଇମାନେ ଯୋଷେଫଙ୍କ ଗୃହକୁ ଗଲେ। ଯୋଷେଫ ସେହିଠାରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ। 15 ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ’ଣ ଜାଣି ପାରିଲ ନାହିଁ, ମୁଁ ସମସ୍ତ ଗୁପ୍ତକଥା ଜାଣିପାରେ। ମୋ'ଠାରୁ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରି ପାରିବ ନାହିଁ।”

16 ଯିହୁଦା କହିଲା, “ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫେଇ ଦେବାର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରି ପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ଦୋଷ। ପରମେଶ୍ୱରଙ୍କ ବିଗ୍ଭରରେ ଆମ୍ଭେ କରିଥିବା କାର୍ଯ୍ୟ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ଆପଣଙ୍କ ଦାସ ହୋଇ ରହିବୁ, ତାହା ସହିତ ଯାହାର ପଟରୁ ଆପଣଙ୍କ ପାତ୍ର ମିଳିଲା।”

17 କିନ୍ତୁ ଯୋଷେଫ କହିଲେ, “ପରମେଶ୍ୱର ଏପରି ନ କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କେବଳ ଯେ ମୋର ପାତ୍ର ଗ୍ଭେରି କରିଛି, ସେ ମୋର ଦାସ ହେବ। ଅନ୍ୟମାନେ ଶାନ୍ତିରେ ତୁମ୍ଭର ପିତାଙ୍କ ନିକଟକୁ ଫେରିଯାଅ।”

ଯିହୁଦା ବିନ୍ୟାମୀନ ପାଇଁ ଯୁକ୍ତି କଲା

18 ଏହା ପରେ ଯିହୁଦା ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ହେ ମହାଶୟ, ମୋତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ୟ। 19 ପୂର୍ବରୁ ଆପଣ ଆମ୍ଭକୁ ପଗ୍ଭରି ଥିଲେ, ‘ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?’ 20 ଆମ୍ଭେ ଆପଣଙ୍କୁ ଉତ୍ତର କରିଥିଲୁ, ‘ହଁ, ଆମ୍ଭର ଏକ ପିତା ଅଛନ୍ତି, ସେ ବୃଦ୍ଧ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ୟନ୍ତ ପ୍ରେମ କରୁଥିଲେ। କାରଣ ସେ ପିତାଙ୍କର ବାର୍ଦ୍ଧକ୍ୟ କାଳରେ ଜନ୍ମ ନେଇଥିଲା। ସେହି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ୟାମୀନ ହେଉଛି ସେହି ଭାଇ ଯିଏ ଏକ ମା’ର ସନ୍ତାନ। ଆମ୍ଭର ପିତା ମଧ୍ୟ ତାକୁ ଅତ୍ୟନ୍ତ ଭଲପାନ୍ତି।’ 21 ତା'ପରେ ଆପଣ ଆମ୍ଭକୁ କହିଲେ, ‘ତେବେ ସେହି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଗ୍ଭହେଁ।’ 22 ଆମ୍ଭେ କହିଲୁ, ‘ଆମ୍ଭର ସାନ ଭାଇ ଆସି ପାରିବ ନାହିଁ। ସେ ପିତାଙ୍କୁ ଛାଡ଼ି ଆସିବ ନାହିଁ। ଯଦି ପିତା ତାକୁ ହରାନ୍ତି, ତେବେ ପିତା ଦୁଃଖରେ ପ୍ରାଣତ୍ୟାଗ କରିବେ।’ 23 କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମୋତେ କେବେ ଦେଖିବ ନାହିଁ।’ 24 ତେଣୁ ଆମ୍ଭେ ପିତାଙ୍କ ନିକଟକୁ ଫେରି ଗଲୁ ଓ ଆପଣ ଯାହା କହିଥିଲେ, ତାଙ୍କୁ କହିଲୁ।

25 “ଏହା ପରେ, ଆମ୍ଭର ପିତା କହିଲେ, ‘ତୁମ୍ଭେମାନେ ଯାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।’ 26 ଏବଂ ଆମ୍ଭେ ପିତାଙ୍କୁ କହିଲୁ, ‘ଆମ୍ଭେ ଆମ୍ଭର ସାନ ଭାଇ ବିନା ଯାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନ ଯାଏ, ତାହାହେଲେ ସେହି ବ୍ୟକ୍ତିର ମୂଖ ଦେଖି ପାରିବୁ ନାହିଁ।’ 27 ଏହା ପରେ ଆମ୍ଭର ପିତା ଆମ୍ଭକୁ କହିଲେ, ‘ତୁମ୍ଭେ ଜାଣ ମୋର ସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନେଇଥିଲେ। 28 ଗୋଟିଏ ପୁତ୍ର ମୋ'ଠାରୁ ଦୂରକୁ ଗ୍ଭଲିଗଲା। ସେହି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ୱାସ କରେ ସେ ହିଂସ୍ର ଜନ୍ତୁ ଦ୍ୱାରା ଗ୍ରାସିତ ହୋଇଯାଇଛି। 29 ଯଦି ତୁମ୍ଭେ ମୋର ଆର ପୁତ୍ରକୁ ମୋ'ଠାରୁ ଦୂରେଇ ନିଅ। ଏବଂ ଯଦି ତା'ର କିଛି ହୁଏ, ତେବେ ମୁଁ ଦୁଃଖରେ ମରିଯିବି।’ 30 ବର୍ତ୍ତମାନ ଚିନ୍ତା କରନ୍ତୁ, କ’ଣ ହେବ। ଯେତେବେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫେରିବୁ। ସେହି ବାଳକ ଆମ୍ଭ ପିତାଙ୍କର ଅମୂଲ୍ୟ ସମ୍ପଦ। 31 ଆମ୍ଭର ପିତା ଏକ ଦୁଃଖୀ ବୃଦ୍ଧ ଲୋକ, ସେ ଯେତେବେଳେ ଦେଖିବେ ବିନ୍ୟାମୀନ ଆମ୍ଭ ସହିତ ନାହିଁ। ଏହା ଆମ୍ଭର ଦୋଷ ହେବ। ଆମ୍ଭ ଯୋଗୁଁ ସେ ଦୁଃଖୀ ମଣିଷ ପରି ମୃତ୍ୟୁବରଣ କରିବେ।

32 “ମୁଁ ଏହି ଭାଇ ପାଇଁ ଦାୟିତ୍ୱ ନେଇଛି। ମୁଁ ମୋର ପିତାଙ୍କୁ କହିଥିଲି, ‘ଯଦି ମୁଁ ବିନ୍ୟାମୀନଙ୍କୁ ସାଙ୍ଗରେ ନ ନିଏ ତେବେ ସେ ମୋତେ ଜୀବନ ସାରା ଦୋଷ ବହନ କରିବ।’ 33 ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ଯିବାକୁ ଦିଅନ୍ତୁ। ଏବଂ ମୁଁ ଆପଣଙ୍କ ଦାସ ହୋଇ ରହିବି। 34 ମୁଁ ମୋର ପିତାଙ୍କ ନିକଟକୁ ଫେରିଯାଇ ପାରିବି ନାହିଁ। ଯଦି ବିନ୍ୟାମୀନ ମୋ’ ସହିତ ନ ଯାଏ। ମୋତେ ଡର ଲାଗୁଛି ମୋର ପିତାଙ୍କର କ’ଣ ହେବ।”

ରୋମୀୟଙ୍କ ପ୍ରତି ପତ୍ର 11:13-29

13 ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି। 14 ମୁଁ ଆଶାକରେ ଯେ ନିଜ ଲୋକ ମାନଙ୍କ ଭିତରେ ଉ‌‌‌ଦ୍‌‌‌ଯୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି। 15 ଯିହୂଦୀମାନଙ୍କୁ ପରମେଶ୍ୱର ଅସ୍ୱୀକାର କରି ଦେଲାପରେ, ସେ ଜଗତର ଅନ୍ୟଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା। 16 ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା'ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚେର ପବିତ୍ର, ତା'ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର।

17 ଧରିନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡ଼ିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଙ୍ଗଲୀ ଜୀତଗଛର ଶାଖାଗୁଡ଼ିକ ଆଣି ପ୍ରଥମ ଗଛ ସହିତ ସଂଯୁକ୍ତ କରାହେଲା। ତୁମ୍ଭେ ଅଣଯିହୂଦୀମାନେ ସେହି ଜଙ୍ଗଲୀ ଜୀତଗଛ ଭଳି। ତୁମ୍ଭେମାନେ ସେହି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ। 18 ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳଗୁଡ଼ିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି। 19 ତୁମ୍ଭେମାନେ କହି ପାର, “ସେ ଗଛର ଡାଳଗୁଡ଼ିକ ଭାଙ୍ଗି ପଡ଼ିବାରୁ ମୁଁ ତା’ ସହିତ ସଂଯୁକ୍ତ ହେଲି।” 20 ଏହା ସତ୍ୟ କିନ୍ତୁ ସେ ଡାଳଗୁଡ଼ିକ ଭାଙ୍ଗି ପଡ଼ିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର। 21 ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡ଼ିକୁ ଭାଙ୍ଗିଦେଲେ, ତା'ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବେ।

22 ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା'ହେଲେ ତୁମ୍ଭେମାନେ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ। 23 ଯିହୂଦୀମାନେ ଯଦି ପୁନଃ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତା'ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରିନେବେ। ସେମାନଙ୍କୁ ନିଜ ପୂର୍ବ ସ୍ଥାନ ଦେବା ପାଇଁ ପରମେଶ୍ୱର ସମର୍ଥ ହେବେ। 24 ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୂଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ।

25 ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ। ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା'ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ। 26 ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି:

“ସିୟୋନ[a]ଠାରୁ ଉଦ୍ଧାରକର୍ତ୍ତା ଆସିବେ।
    ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ।
27 ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ
    ଏହି ଚୁକ୍ତି କରିବା।”(A)

28 ଯିହୂଦୀମାନେ ସୁସମାଗ୍ଭର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି। 29 ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center