Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।
ଯାକୁବ ବିନ୍ୟାମୀନକୁ ମିଶରକୁ ଯିବାକୁ ଅନୁମତି ଦେଲେ
43 ଏହି ସମୟରେ ସେ ଦେଶରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା। 2 ଯାକୁବଙ୍କର ପରିବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ୟ ଖାଇ ଦେଲେ। ଯେତେବେଳେ ସେହି ଶସ୍ୟସବୁ ସରିଗଲା। ଯାକୁବ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମିଶରକୁ ଯାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ୟ ଖାଇବା ପାଇଁ ଆଣ।”
3 କିନ୍ତୁ ଯିହୁଦା ଯାକୁବଙ୍କୁ କହିଲା, “ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦେଇ କହିଥିଲେ, ‘ଯଦି ତୁମ୍ଭେ ତୁମ୍ଭର ଭାଇକୁ ମୋ’ ପାଖକୁ ନ ଆଣ, ତେବେ ତୁମ୍ଭ ସହିତ କଥାବାର୍ତ୍ତା ହେବ ନାହିଁ।’ 4 ଯଦି ତୁମ୍ଭେ ବିନ୍ୟାମୀନକୁ ଆମ୍ଭ ସହିତ ପଠାଅ, ତେବେ ଆମ୍ଭେ ଯାଇ ଶସ୍ୟ କ୍ରୟ କରି ପାରିବୁ। 5 ଯଦି ତୁମ୍ଭେ ବିନ୍ୟାମୀନଙ୍କୁ ଆମ୍ଭ ସହିତ ନ ପଠାଅ, ତେବେ ଆମ୍ଭେ ଆଉ ସେଠାକୁ ଯିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦେଇଛି ଯେ ତୁମ୍ଭର ସାନ ଭାଇକୁ ନ ଆଣି ଏଠାକୁ ଆସିବ ନାହିଁ।”
6 ଯାକୁବ କହିଲେ, “ତୁମ୍ଭେମାନେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭେମାନେ ମୋ’ ପାଇଁ ଏକ ଖରାପ କାର୍ଯ୍ୟ କାହିଁକି କଲ?”
7 ଭାଇମାନେ ଉତ୍ତର ଦେଲେ, “ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଗ୍ଭରିଲେ। ସେ ଆମ୍ଭ ବିଷୟରେ ଓ ଆମ୍ଭ ପରିବାର ବିଷୟରେ ସବୁ ଜାଣିବାକୁ ଗ୍ଭହିଁଲେ। ସେ ଆମ୍ଭମାନଙ୍କୁ ପଗ୍ଭରିଲେ, ‘ତୁମ୍ଭର ପିତା କ’ଣ ଏବେ ବି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହରେ ଅଛି କି?’ ଆମ୍ଭେ ଜାଣି ନ ଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।”
8 ଏହା ପରେ ଯିହୁଦା ତାଙ୍କର ପିତାଙ୍କୁ କହିଲା, “ବିନ୍ୟାମୀନକୁ ମୋ’ ସହିତ ଯିବାକୁ ଦିଅ। ମୁଁ ତା'ର ଯତ୍ନ ନେବି। ଆମ୍ଭମାନଙ୍କୁ ମିଶରକୁ ଯାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନ ଯାଉ ତେବେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ୟ ମରିବେ। 9 ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା’ ପାଇଁ ଦାୟୀ ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫେରାଇ ନ ଆଣେ, ତେବେ ତୁମ୍ଭେ ମୋତେ ଜୀବନ ସାରା ଦୋଷ ଦେବ। 10 ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ଯିବାକୁ ଦେଇଥା’ନ୍ତ, ଆମ୍ଭେ ସେଠାରେ ପହଞ୍ଚି ସାରି ଦୁଇଥର ଫେରି ଆସିଥାଆନ୍ତୁ।”
11 ଏହା ପରେ ତାଙ୍କର ପିତା ଇସ୍ରାଏଲ କହିଲେ, “ଯଦି ଏହା ସତ୍ୟ ତେବେ ବିନ୍ୟାମୀନକୁ ତୁମ୍ଭ ସହିତ ନେଇଯାଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନେଇଯାଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁଗ୍ଗୁଳ ଓ ଗନ୍ଧରସ ନେଇ ଯାଅ। 12 ତୁମ୍ଭେମାନେ ଗତଥର ଯେତେ ଟଙ୍କା ନେଇଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫେରାଇ ଦେଇଥିଲେ ତାହା ବି ନେଇଯାଅ କାରଣ ସେ ଏହା ଭୁଲରେ ତୁମ୍ଭମାନଙ୍କୁ ଫେରାଇ ଦେଇଥିବେ। 13 ବିନ୍ୟାମୀନକୁ ନେଇ ତାଙ୍କ ପାଖକୁ ଯାଅ। 14 ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବି, ସେ ରାଜ୍ୟପାଳଙ୍କୁ ଏପରି କରି ଦେବେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେ ଶିମିୟୋନ ଓ ବିନ୍ୟାମୀନଙ୍କୁ ନିରାପଦରେ ଫେରାଇ ଦେବେ। ଯଦି ନ ଫେରାନ୍ତି, ତେବେ ମୋତେ ପୁଣି ପୁତ୍ର ପାଇଁ ଶୋକ କରିବାକୁ ପଡ଼ିବ।”
15 ତେଣୁ ଭାଇମାନେ ସେହି ଉପହାର ନେଇ ସେହି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସେମାନଙ୍କ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନେଇଗଲେ। ଏଥର ତାଙ୍କ ସହିତ ବିନ୍ୟାମୀନ ମଧ୍ୟ ମିଶରକୁ ଗଲା। ସେମାନେ ଯେତେବେଳେ ସେଠାରେ ପହଞ୍ଚିଲେ, ସେମାନେ ଯୋଷେଫଙ୍କୁ ଦେଖିବାକୁ ଗଲେ।
ଭାଇମାନେ ଯୋଷେଫଙ୍କ ଗୃହକୁ ନିମନ୍ତ୍ରିତ ହେଲେ
16 ଯୋଷେଫ ସେମାନଙ୍କ ସହିତ ବିନ୍ୟାମୀନକୁ ଦେଖିଲେ। ଯୋଷେଫ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, “ସେହି ଲୋକମାନଙ୍କୁ ମୋର ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସେହି ଲୋକମାନେ ଆଜି ମୋ’ ସହିତ ମଧ୍ୟାହ୍ନ ଭୋଜନ କରିବେ।” 17 ଦାସକୁ ଯେପରି କୁହା ଯାଇଥିଲା ସେ ଠିକ୍ ସେହିପରି କଲା। ସେ ସେହି ଲୋକମାନଙ୍କୁ ଯୋଷେଫଙ୍କ ଗୃହକୁ ପାଛୋଟି ନେଲା।
18 ସେହି ଲୋକମାନେ ଭୟଭୀତ ହୋଇ ଗଲେ, ଯେତେବେଳେ ସେମାନେ ଯୋଷେଫଙ୍କ ଗୃହକୁ ଗଲେ। ସେମାନେ କହିଲେ, “ଆମ୍ଭମାନଙ୍କୁ ଏଥର ଏଠାକୁ ଅଣାଯିବାର କାରଣ ହେଉଛି ଗତ ଥର ଆମ୍ଭେମାନେ ଶସ୍ୟ ଅଖା ସହିତ ସେହି ଟଙ୍କା ନେଇ ଯାଇଥିଲୁ। ଆମ୍ଭ ବିରୁଦ୍ଧରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନେଇଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।”
19 ଯେତେବେଳେ ଯୋଷେଫଙ୍କ ଭାଇମାନେ ଯୋଷେଫଙ୍କ ଦାସଙ୍କୁ ଭେଟିଲେ, ସେମାନେ ତାଙ୍କ ସହିତ ଯୋଷେଫଙ୍କ ଘରର ଦ୍ୱାର ସମ୍ମୁଖରେ କଥା ହେଲେ। 20 ସେମାନେ କହିଲେ, “ମହାଶୟ, ଆମ୍ଭେ ପ୍ରତିଜ୍ଞା କରୁଛୁ ଯେ, ଆମ୍ଭେ ଆପଣଙ୍କୁ ଯାହା କହୁଛୁ ଏହା ସତ୍ୟ ଅଟେ। ଗତଥର ଆମ୍ଭେମାନେ ଏଠାକୁ ଖାଦ୍ୟ କ୍ରୟ କରିବାକୁ ଆସିଥିଲୁ। 21-22 ଯିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବେଳକୁ ଆମ୍ଭମାନଙ୍କର ଟଙ୍କା ପ୍ରତ୍ୟେକଙ୍କ ପଟ ମଧ୍ୟରେ ଥିଲା। ଆମ୍ଭେ ଜାଣି ନାହୁଁ ତାହା ସେଠାକୁ କିପରି ଗଲା। କିନ୍ତୁ ଆମ୍ଭେମାନେ ସେହି ଅର୍ଥ ଆପଣଙ୍କୁ ଦେବା ପାଇଁ ଫେରାଇ ଆଣିଛୁ। କିଛି ଖାଦ୍ୟ ନେଇଯିବା ପାଇଁ ଆଉ କିଛି ଅର୍ଥ ଆଣିଛୁ।”
23 କିନ୍ତୁ ଦାସ ଉତ୍ତର ଦେଲେ, “ଭୟ କର ନାହିଁ। ମୋତେ ବିଶ୍ୱାସ କର। ତୁମ୍ଭର ପରମେଶ୍ୱର ତୁମ୍ଭ ପିତାଙ୍କର ପରମେଶ୍ୱର, ଉପହାର ସ୍ୱରୂପ ତୁମ୍ଭ ପଟରେ ପୁରା ଯାଇଥିଲା। ମୋର ମନେ ଅଛି ତୁମ୍ଭେ ସେହି ଟଙ୍କା ଗତ ଥର ମୋତେ ଶସ୍ୟ କିଣିବା ସମୟରେ ଦେଇଥିଲ।”
ଏହା ପରେ ସେହି ଦାସଜଣକ ଶିମିୟୋନକୁ କାରାଗାରରୁ ବାହାର କଲେ। 24 ସେହି ଦାସ ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲେ। ସେ ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହା ପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା।
25 ଭାଇମାନେ ଶୁଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସେମାନେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ।
26 ଯୋଷେଫ ଗୃହକୁ ପ୍ରବେଶ କରନ୍ତେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହା ପରେ ସେମାନେ ଯୋଷେଫଙ୍କୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।
27 ଯୋଷେଫ ସେମାନଙ୍କୁ ସେମାନଙ୍କର ଭଲମନ୍ଦ ବିଷୟରେ ପଗ୍ଭରିଲେ। ତା'ପରେ ଯୋଷେଫ କହିଲେ, “ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲରେ ବଞ୍ଚିଛନ୍ତି ତ?”
28 ଭାଇମାନେ ଉତ୍ତର ଦେଲେ, “ହଁ ମହାଶୟ, ଆମ୍ଭର ପିତା ଏବେ ଜୀବିତ।” ଏବଂ ସେମାନେ ପୁନର୍ବାର ଯୋଷେଫଙ୍କୁ ପ୍ରଣାମ କଲେ।
29 ଯେତେବେଳେ ଯୋଷେଫ ତାଙ୍କର ଭାଇ ବିନ୍ୟାମୀନକୁ ଦେଖିଲେ। (ବିନ୍ୟାମୀନ ଓ ଯୋଷେଫ ଗୋଟିଏ ମା’ର ସନ୍ତାନ) ଯୋଷେଫ କହିଲେ, “ଏହି କ’ଣ ତୁମ୍ଭର ସାନ ଭାଇ, ଯାହା ବିଷୟରେ ତୁମ୍ଭେ ମୋତେ କହୁଥିଲ?” ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।”
30 ଯୋଷେଫ ଆଉ ଅଧିକ ସମୟ ନିଜର କୋହ ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶୀଘ୍ର ସେମାନଙ୍କ ପାଖରୁ ଆଉ ଗୋଟିଏ କୋଠରୀକୁ ଗଲେ ଏବଂ କାନ୍ଦିଲେ। 31 ତା'ପରେ ସେ ନିଜକୁ ନିୟନ୍ତ୍ରଣରେ ରଖିଲେ ଓ ମୁହଁ ଧୋଇ ବାହାରକୁ ଆସି କହିଲେ, “ବର୍ତ୍ତମାନ ଖାଇବାର ସମୟ।”
32 ଯୋଷେଫଙ୍କର ଦାସମାନେ ଯୋଷେଫଙ୍କ ପାଇଁ ଏକ ଟେବୁଲ, ଏକ ଟେବୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟେବୁଲ ମିସ୍ରୀୟମାନଙ୍କ ପାଇଁ ଯେଉଁମାନେ ସେମାନଙ୍କ ସହିତ ବସି ଖାଇବେ। କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବା ମିସ୍ରୀୟମାନଙ୍କର ପ୍ରଥା ନ ଥିଲା। ମିସ୍ରୀୟମାନେ ଏବ୍ରୀୟମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବେଚିତ ହୁଏ। 33 ଯୋଷେଫଙ୍କର ଭାଇମାନେ ଯୋଷେଫଙ୍କ ଆଗ ଟେବୁଲରେ ଖାଇ ବସିଲେ। ତାଙ୍କର ଭାଇମାନେ ବଡ଼ରୁ ସାନ କ୍ରମରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଗ୍ଭହୁଁଥା’ନ୍ତି। କ’ଣ ସବୁ ଘଟୁଛି ସେମାନେ ଆଶ୍ଚର୍ଯ୍ୟ ହେଉଥା’ନ୍ତି। 34 ଦାସମାନେ ଯୋଷେଫଙ୍କ ଟେବୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥା’ନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ୟାମୀନକୁ ଅଧିକ ପାଞ୍ଚ ଥର ପରଷୁଥା’ନ୍ତି। ସେମାନେ ସମସ୍ତେ ଖାଇ ପିଇ ଆନନ୍ଦ କଲେ।
ଯିରୁଶାଲମରେ ସଭା
15 କେତେକ ଲୋକ ଯିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସେମାନେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, “ତୁମ୍ଭେମାନେ ଯଦି ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହୁଅ, ତେବେ ତୁମ୍ଭେମାନେ ପରିତ୍ରାଣ ପାଇ ପାରିବ ନାହିଁ।” 2 ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ସହିତ ରାଜି ନହୋଇ ବହୁତ ଯୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଗ୍ଭର ଆଲୋଚନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତେକଙ୍କୁ ଯିରୁଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ପାଖକୁ ଯିବା ପାଇଁ ନିଯୁକ୍ତି ଦିଆଗଲା।
3 ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ। 4 ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ଯିରୁଶାଲମରେ ପହଞ୍ଚିଲେ। ପ୍ରେରିତ, ପ୍ରାଚୀନ ଓ ଅନ୍ୟ ବିଶ୍ୱାସୀମାନେ ସେଠାରେ ସେମାନଙ୍କୁ ସ୍ୱାଗତ କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାସବୁ କରିଥିଲେ, ସେ ସବୁକଥା ସେମାନେ କହିଲେ। 5 କିନ୍ତୁ ଫାରୂଶୀମାନଙ୍କ ଦଳର କେତେକ ବିଶ୍ୱାସୀ ଲୋକ ଠିଆ ହୋଇ କହିଲେ, “ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହେବାକୁ ପଡ଼ିବ ଓ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ପଡ଼ିବ।”
6 ପ୍ରେରିତ ଓ ପ୍ରାଚୀନମାନେ ଏ ସମସ୍ୟା ଉପରେ ବିଗ୍ଭର କରିବା ପାଇଁ ଏକତ୍ରିତ ହେଲେ। 7 ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସେମାନଙ୍କୁ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଗ୍ଭର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ୱାସ କରି ପାରନ୍ତି, ଏଥିନିମନ୍ତେ ପରମେଶ୍ୱର ବହୁ ପୂର୍ବରୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ ବାଛିଥିଲେ। 8 ପରମେଶ୍ୱର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସେହି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମାଙ୍କୁ ଦାନ କରିଥିଲେ, ସେହିପରି ସେମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦାନ କରିଅଛନ୍ତି। 9 ଏହା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କର ଓ ସେମାନଙ୍କ ମଧ୍ୟରେ କୌଣସି ତଫାତ୍ ରଖିଲେ ନାହିଁ। ସେ ସେମାନଙ୍କର ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟକୁ ପବିତ୍ର କରିଲେ। 10 ତେଣୁ, ତୁମ୍ଭେମାନେ କାହିଁକି ଶିଷ୍ୟମାନଙ୍କ କାନ୍ଧରେ ଯୁଆଳି ରଖି ପରମେଶ୍ୱରଙ୍କୁ ପରୀକ୍ଷା କରୁଛ? ଆମ୍ଭେମାନେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ଯୁଆଳି ଭାର ସହି ପାରିଲେ ନାହିଁ। 11 ଆମ୍ଭର ବିଶ୍ୱାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ରକ୍ଷା ପାଇଛୁ।”
12 ତା'ପରେ ସମସ୍ତେ ନୀରବ ହୋଇଗଲେ। ସେମାନେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ୱର ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ସେମାନଙ୍କ ଜରିଆରେ, ଯେଉଁସବୁ ଆଶ୍ଚର୍ଯ୍ୟକର୍ମ ଓ ଚିହ୍ନମାନ କରିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ। 13 ସେମାନେ କହିବାପରେ ଯାକୁବ ଉତ୍ତର ଦେଲେ, “ଭାଇମାନେ, ମୋ’ କଥା ଶୁଣ। 14 ପରମେଶ୍ୱର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ରେମ ଦେଖାଇଲେ ଓ ସେମାନଙ୍କୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି। 15 ଏହା ଭାବବାଦୀମାନେ ମଧ୍ୟ ଏହିକଥା କହିଅଛନ୍ତି। ଏହା ଏହିପରି ଲେଖାଯାଇଛି:
16 ‘ଏହା ପରେ ମୁଁ ପୁନର୍ବାର ଫେରି ଆସିବି
ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି।
ମୁଁ ଏହାର ନଷ୍ଟ ହୋଇଯାଇଥିବା ଅଂଶ
ପୁଣି ଥରେ ନିର୍ମାଣ କରି ଠିକ୍ କରିଦେବି।
17 ପ୍ରଭୁ ଏହି କଥା କହନ୍ତି,
ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ,
ଯେଉଁମାନେ ମୋ’ ନାମରେ ପରିଚିତ ହୁଅନ୍ତି,
ସେମାନେ ମୋତେ ଖୋଜିବେ।
ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି,
ସେ ସ୍ୱୟଂ ଏହା କହିଅଛନ୍ତି।
18 ଏହା ଯୁଗ ଆରମ୍ଭରୁ ଜଣାଅଛି।’(A)
19 “ସେଥିପାଇଁ ମୁଁ ଭାବୁଛି, ପରମେଶ୍ୱରଙ୍କ ପ୍ରତି ଫେରୁଥିବା ଅନ୍ୟ ଜାତୀୟ ଲୋକମାନଙ୍କୁ କଷ୍ଟ ଦେବା ଆମ୍ଭମାନଙ୍କ ପକ୍ଷରେ ଉଚିତ୍ ନୁହେଁ। 20 ଏହା ବଦଳରେ ଆମ୍ଭେ ସେମାନଙ୍କୁ ଲେଖିବା ଉଚିତ୍ ଯେ:
ତୁମ୍ଭେମାନେ ମୂର୍ତ୍ତିମାନଙ୍କୁ ଦିଆଯାଉଥିବା ଅପବିତ୍ର ଖାଦ୍ୟ ଖାଅ ନାହିଁ।
ଯୌନ ପାପ କର ନାହିଁ।
ରକ୍ତ ଖାଅ ନାହିଁ। ତଣ୍ଟି ଚିପି ମରାଯାଇଥିବା କୌଣସି ପଶୁର ମାଂସ ଖାଅ ନାହିଁ।
21 ସେମାନେ ଏସବୁ କରିବା ଉଚିତ୍ ନୁହେଁ, କାରଣ ଆରମ୍ଭରୁ ମୋଶାଙ୍କ ବ୍ୟବସ୍ଥା ପାଠ କରୁଥିବା ଲୋକେ ପ୍ରତି ନଗରରେ ଏବେ ମଧ୍ୟ ଅଛନ୍ତି ଏବଂ ତାହାଙ୍କର ବ୍ୟବସ୍ଥା ସମାଜଗୃହମାନଙ୍କରେ ପ୍ରତି ବିଶ୍ରାମବାରରେ ପାଠ କରାଯାଏ।”
2010 by World Bible Translation Center