Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 133

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
    ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
    ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
    ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।

ଆଦିପୁସ୍ତକ 41:37-57

37 ସେତେବେଳେ ରାଜା ଫାରୋ ଏବଂ ତାଙ୍କର ଦାସମାନଙ୍କ ଦୃଷ୍ଟିରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା। 38 ସେତେବେଳେ ଫାରୋ ସେମାନଙ୍କୁ କହିଲେ, “ମୁଁ ଭାବୁଛି ଆମ୍ଭେ ଏହି କାର୍ଯ୍ୟ ପାଇଁ ଯୋଷେଫଙ୍କଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ୱରଙ୍କ ଆତ୍ମା ତା’ ମଧ୍ୟରେ ଅଛନ୍ତି।”

39 ତେଣୁ ଫାରୋ ଯୋଷେଫଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ଏହିସବୁ ଦେଖାଇ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ। 40 ମୁଁ ମୋର ଦେଶର ଦାୟିତ୍ୱ ତୁମ୍ଭକୁ ଦେଲି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କେବଳ ମୁଁ ତୁମ୍ଭଠାରୁ ବଡ଼ ହେବି।”

41 ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ୟଭାବେ ନିଯୁକ୍ତ କଲି।” 42 ଏହା ପରେ ଫାରୋ ତାଙ୍କୁ ଏକ ବିଶେଷ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳାରେ ସୁବର୍ଣ୍ଣହାର ଦେଲେ। 43 ଫାରୋ ଯୋଷେଫଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, “ଯୋଷେଫଙ୍କୁ ପ୍ରଣାମ କର” ବୋଲି କହିଲେ। ତେଣୁ ଯୋଷେଫ ସମଗ୍ର ମିଶରରେ ମୁଖ୍ୟ ଭାବେ ନିଯୁକ୍ତ ହେଲେ।

44 ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ଫାରୋ, କିନ୍ତୁ ତୁମ୍ଭର ଆଜ୍ଞା ବିନା ମିଶରରେ କେହି କିଛି କରି ପାରିବେ ନାହିଁ।” 45 ଫାରୋ ଯୋଷେଫଙ୍କୁ ଏକ ଅନ୍ୟ ନାମରେ ନାମିତ କଲେ, “ସାଫନତ୍-ପାନେହ”[a] ଫାରୋ ଯୋଷେଫଙ୍କୁ ଓନ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ବିବାହ ଦେଲେ। ଯୋଷେଫ ସମସ୍ତ ମିଶର ଦେଶ ମଧ୍ୟଦେଇ ଗଲେ।

46 ଯୋଷେଫ ତିରିଶ୍ ବର୍ଷ ବୟସରେ ମିସ୍ରୀୟ ରାଜା ଫାରୋଙ୍କ ଛାମୁରେ ଛିଡ଼ା ହୋଇଥିଲେ। ଏହା ପରେ ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ। 47 ସେହି ସୁଭିକ୍ଷର ସାତ ବର୍ଷ ମଧ୍ୟରେ ପ୍ରଚୁର ପରିମାଣରେ ଫସଲ ଉତ୍ପନ୍ନ ହେଲା। 48 ଯୋଷେଫ ସେହି ସାତ ବର୍ଷରେ ମିଶର ଦେଶରେ ଉତ୍ପନ୍ନ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ। ଯେଉଁ ନଗରର ଗ୍ଭରିଆଡ଼େ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା, ତାହା ସବୁ ସେହି ନଗରରେ ସଞ୍ଚିତ ହେଲା। 49 ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।

50 ଯୋଷେଫଙ୍କର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷେଫ ଏବଂ ଆସନ‌ତ୍‌ଙ୍କର ଦୁଇଟି ପୁତ୍ର ଥିଲେ। 51 ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷେଫ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷେଫ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।” 52 ଯୋଷେଫ ତାଙ୍କର ଦ୍ୱିତୀୟ ପୁତ୍ରର ନାମ ଦେଲେ ଇଫ୍ରୟିମ କାରଣ ସେ କହିଲେ, “ମୋହର ଦୁଃଖ ଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।”

ଦୁର୍ଭିକ୍ଷର ସମୟ ଆରମ୍ଭ

53 ମିଶରରେ ସାତ ବର୍ଷ ସୁଭିକ୍ଷର ଶେଷ ହେଲା। 54 ଏବଂ ଏହା ପରେ ସାତ ବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷେଫ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶରରେ ଅବା ଅନ୍ୟ କୌଣସି ଦେଶରେ। କିନ୍ତୁ ମିଶରରେ ଖାଦ୍ୟ ଥିଲା। 55 ଦୁର୍ଭିକ୍ଷ ଆରମ୍ଭରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, “ଯୋଷେଫଙ୍କ ପାଖକୁ ଯାଅ ଆଉ ଯାହା ସେ କରିବାକୁ କହନ୍ତି ତାହା କର।”

56 ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷେଫ ସବୁ ସ୍ଥାନରେ ଗୋଲା ଫିଟାଇ ମିସ୍ରୀୟମାନଙ୍କୁ ଶସ୍ୟ ବିକିବାକୁ ଲାଗିଲେ। ତଥାପି ମିଶରରେ ଦୁର୍ଭିକ୍ଷ ପ୍ରବଳ ହେଲା। 57 ସର୍ବଦେଶୀୟ ଲୋକମାନେ ମିଶର ଦେଶର ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 14:19-28

19 କିନ୍ତୁ ତା'ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ। 20 କିନ୍ତୁ ଶିଷ୍ୟମାନେ ପାଉଲଙ୍କ ଗ୍ଭରିପାଖେ ଘେରି ଯିବାରୁ ସେ ଉଠି ପଡ଼ି ନଗରକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ଦର୍ବୀ ନଗରକୁ ଗ୍ଭଲିଗଲେ।

ସିରିଆ ଦେଶର ଆନ୍ତିୟଖିଆକୁ ଫେରିବା

21 ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା'ପରେ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ। 22 ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।” 23 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ।

24 ସେମାନେ ପିସିଦିଆ ଦେଇ ପଂଫୂଲିଆରେ ପହଞ୍ଚିଲେ। 25 ସେମାନେ ପର୍ଗୀରେ ସୁସମାଗ୍ଭର ପ୍ରଗ୍ଭର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ। 26 ସେଠାରୁ ସେମାନେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଗ୍ଭଲିଗଲେ। ଏହି ସ୍ଥାନରେ ବିଶ୍ୱାସୀମାନେ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ।

27 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାକିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ୱାସର ରାସ୍ତା ଖୋଲିଲେ, ତାହା ସେମାନେ ବର୍ଣ୍ଣନା କଲେ। 28 ସେମାନେ ସେଠାରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center