Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 133

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
    ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
    ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
    ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।

ଆଦିପୁସ୍ତକ 41:14-36

ଯୋଷେଫଙ୍କୁ ଡକା ହେଲା ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରିବାକୁ

14 ତେଣୁ ଫାରୋ ଯୋଷେଫଙ୍କୁ ବନ୍ଦୀଶାଳାରୁ ଡକାଇଲେ। କାରାରକ୍ଷୀ ଯୋଷେଫଙ୍କୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷେଫ କ୍ଷୌର ହୋଇ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହା ପରେ ସେ ଫାରୋଙ୍କୁ ଦେଖା କରିବାକୁ ଗଲେ। 15 ଫାରୋ ଯୋଷେଫଙ୍କୁ ପଗ୍ଭରିଲେ, “ମୁଁ ଏକ ସ୍ୱପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ୱପ୍ନର ଅର୍ଥ କରି ପାରୁ ନାହାନ୍ତି। ମୁଁ ଶୁଣିଲି ଯେ, ଯଦି କେହି ତୁମ୍ଭକୁ ସ୍ୱପ୍ନ ବିଷୟରେ କୁହେ, ତେବେ ତୁମ୍ଭେ ସ୍ୱପ୍ନର ଅର୍ଥ କରି ପାରୁଛ।”

16 ଯୋଷେଫ ଉତ୍ତର ଦେଲେ, “ମୁଁ ପାରିବି ନାହିଁ। କିନ୍ତୁ ହୋଇପାରେ ପରମେଶ୍ୱର ଏହାର ଅର୍ଥ କରି ପାରନ୍ତି।”

17 ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ସ୍ୱପ୍ନରେ ଦେଖିଲି, ମୁଁ ନୀଳ ନଦୀ କୂଳରେ ଛିଡ଼ା ହୋଇଥିଲି। 18 ଏହା ପରେ ସାତୋଟି ଗାଈ ନଦୀରୁ ବାହାରି ଘାସ ଖାଇଲେ। ସେମାନେ ଦେଖିବାକୁ ସୁସ୍ଥ ସବଳ ଓ ସୁନ୍ଦର ଥିଲେ। 19 ଏହା ପରେ ମୁଁ ଦେଖିଲି, ଆଉ ସାତୋଟି ଦୁର୍ବଳ, ରୁ‌‌ଗ୍‌‌ଣ ଓ କୁତ୍ସିତ ଦେଖାଯାଉଥିବା ଗାଈଗୁଡ଼ିକ ନଦୀ ମଧ୍ୟରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁ‌‌ଗ୍‌‌ଣ ଦେଖାଯାଉଥିଲେ। ସେମାନଙ୍କ ପରି କୁତ୍ସିତ ଗାଈ ମୁଁ ସମୁଦାୟ ମିଶରରେ ଆଦୌ ଦେଖି ନ ଥିଲି! 20 ଏହା ପରେ ସେହି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସେହି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ। 21 ତଥାପି ସେମାନେ ସେହିପରି ଦୁର୍ବଳ ଓ କୁତ୍ସିତ ଦେଖା ଯାଉଥା’ନ୍ତି। ସେମାନେ ଖାଇ ସାରିବା ପରେ ନ ଖାଇଲା ପରି ଦେଖା ଯାଉଥିଲେ। ଏହି ସମୟରେ ମୋର ନିଦ୍ରା ଭାଙ୍ଗିଗଲା।

22 “ପୁଣି ଥରେ ସ୍ୱପ୍ନରେ ମୁଁ ଦେଖିଲି, ଗୋଟିଏ ଶଣ୍ଢାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶୀଷା ବାହାରିଲା। 23 ଏହା ପରେ ସାତୋଟା ମୁଣ୍ଡ ବାହାରି ଆସି ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସେହି ଗୁଡ଼ିକ କ୍ଷୀଣ, ପୂର୍ବ ବାୟୁରେ ଶୁଖି ଯାଇଥିବା ପରି ଦେଖା ଯାଉଥିଲା। 24 ପୁଣି ସେହି କ୍ଷୀଣ ଶୀଷାଗୁଡ଼ିକ ଉତ୍ତମ ସାତୋଟି ଶୀଷାକୁ ଗିଳି ପକାଇଲା।

“ଏହି ସ୍ୱପ୍ନ ମୁଁ ମୋର ମନ୍ତ୍ରଜ୍ଞମାନଙ୍କୁ କହିଲି, ମାତ୍ର କେହି ଏହାର ଅର୍ଥ ଆମ୍ଭକୁ କହି ପାରିଲେ ନାହିଁ।”

ଯୋଷେଫ ସେହି ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କଲେ

25 ଏହା ପରେ ଯୋଷେଫ ଫାରୋଙ୍କୁ କହିଲେ, “ସେହି ଦୁଇଟି ସ୍ୱପ୍ନ ଏକା ପ୍ରକାର। ଯାହା ଶୀଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ୱର ଆପଣଙ୍କୁ କହୁଛନ୍ତି। 26 ଉଭୟ ସ୍ୱପ୍ନର ଅର୍ଥ ପ୍ରାୟ ସମାନ। ସାତୋଟି ସ୍ୱାସ୍ଥ୍ୟ ଗାଈ, ସାତୋଟି ଉତ୍ତମ ଶୀଷା ସାତ ବର୍ଷ ସ୍ୱରୂପ। 27 ଆଉ ସେହି ସାତୋଟି ଦୁର୍ବଳ, ରୁ‌‌ଗ୍‌‌ଣ ଦେଖାଯାଉଥିବା ଗାଈଗୁଡ଼ିକ ସେହି ସାତୋଟି କୃଶ, କୁତ୍ସିତ ଗୋରୁ ସାତ ବର୍ଷ ସ୍ୱରୂପ। ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୁଟା ଶୀଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ୱରୂପ। 28 ପରମେଶ୍ୱର ଯାହା କରିବାକୁ ଉଦ୍ୟତ ତାହା ଫାରୋଙ୍କୁ ଦେଖାଇ ଅଛନ୍ତି। 29 ଦେଖନ୍ତୁ, ସମସ୍ତ ଦେଶରେ ସାତ ବର୍ଷ ମହା ସୁଭିକ୍ଷ ଆସୁଅଛି। 30 କିନ୍ତୁ ତା’ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶର ଦେଶରୁ ବିସ୍ମୃତ ହେବ। ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ। 31 ଲୋକମାନେ ଭୂଲିଯିବେ ଯେ, ତା’ ପୂର୍ବରୁ ମିଶରରେ ସୁଭିକ୍ଷ ଥିଲା ବୋଲି। ପ୍ରଚୁର ପରିମାଣରେ ଖାଦ୍ୟ ମିଳୁଥିଲା ବୋଲି।

32 “ଫାରୋ, ଆପଣ ଏକା ପ୍ରକାର ଦୁଇଟି ସ୍ୱପ୍ନ ଦେଖିବାର କାରଣ ହେଲା, ପରମେଶ୍ୱର ଦେଖାଇବାକୁ ଗ୍ଭହାନ୍ତି ଯେ, ତାହା ଖୁବ୍ ଶୀଘ୍ର ଘଟିବାକୁ ଯାଉଛି। 33 ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାୟିତ୍ୱ ଦେବା ପାଇଁ ମନୋନୀତ କରିବେ। 34 ଏହା ପରେ ଆପଣ ଆଉ କିଛି ଲୋକଙ୍କୁ ବାଛନ୍ତୁ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରିବେ। ଏହିସବୁ ସୁଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶସ୍ୟର ଏକ ପଞ୍ଚମାଂଶ ଖାଦ୍ୟ ଦେବେ। 35 ଏହି ପ୍ରକାରେ ଲୋକମାନେ ସେହି ଉତ୍ତମ ସାତ ବର୍ଷ ମଧ୍ୟରେ ଖାଦ୍ୟ ସଂଗ୍ରହ କରି ରଖିବେ। ଏହି ପ୍ରକାରେ ଖାଦ୍ୟ ସଂଗ୍ରହ କରି ଆପଣ ନିୟନ୍ତ୍ରଣରେ ରଖନ୍ତୁ। 36 ଦୁର୍ଭିକ୍ଷର ସାତ ବର୍ଷ ସମୟରେ ସମସ୍ତ ମିଶରକୁ ଆପଣ ଖାଦ୍ୟ ଯୋଗାଇ ପାରିବେ। ତେଣୁ ମିଶର ଦୁର୍ଭିକ୍ଷ ଯୋଗୁଁ ଧ୍ୱଂସ ହେବ ନାହିଁ।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:1-4

ଦୂତଙ୍କର ଶେଷ ମହାମାରୀ

15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।

ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:

“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
    ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
    ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
    ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
    କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
    କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center