Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
2 ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
ମୋ’ ନିବେଦନ ଟିକେ ଶୁଣ।
ମୋ’ ପ୍ରତି କୃପା ପ୍ରଦର୍ଶନ କର।
3 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
4 ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
5 ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।
6 ସଦାପ୍ରଭୁଙ୍କର ପ୍ରଶଂସା ହେଉ,
କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
7 ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
8 ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।
9 ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।
ମିଶରରେ ଯୋଷେଫ ପୋଟୀଫରକୁ ବିକ୍ରି ହେଲେ
39 ଯୋଷେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇଶ୍ମାଏଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣିଲା। 2 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ହେଲେ ଓ ଯୋଷେଫ ଜଣେ ଭାଗ୍ୟବାନ୍ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ।
3 ପୋଟୀଫର ଦେଖିଲେ ଯେ ସଦାପ୍ରଭୁ ଯୋଷେଫଙ୍କର ସହାୟ ଅଟନ୍ତି। ପୋଟୀଫର ଦେଖିଲେ ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ଯ୍ୟ କରୁଛି ତାହା ସୁଗ୍ଭରୁ ରୂପେ କରି ପାରୁଛି। 4 ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ। 5 ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା। 6 ପୋଟୀଫର ଯୋଷେଫଙ୍କୁ ସବୁ ଦାୟୀତ୍ୱ ଦେଇ, ସେ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ୟସ୍ତ ହେଲେ ନାହିଁ।
ଯୋଷେଫ ପୋଟୀଫରର ସ୍ତ୍ରୀକୁ ଅସ୍ୱୀକାର କଲେ
ଯୋଷେଫ ଦେଖିବାକୁ ବହୁତ ସୁନ୍ଦର ଥିଲେ। 7 କିଛି ଦିନ ପରେ ଯୋଷେଫଙ୍କର ମୁନିବର ସ୍ତ୍ରୀ ଯୋଷେଫଙ୍କୁ ନଜର ପକେଇବାକୁ ଲାଗିଲା। ଦିନେ ସେହି ସ୍ତ୍ରୀ ଯୋଷେଫକୁ ଅନୁରୋଧ କଲା, “ମୋ’ ସହିତ ଶୟନ କର।”
8 କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି। 9 ଏହି ଗୃହରେ ସେ ମୋତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶୟନ କରି ପାରିବି ନାହିଁ। ଏହା ଭୁଲ୍ ଅଟେ, ଏହା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ତୁଲ୍ୟ।”
10 ସେହି ସ୍ତ୍ରୀଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶୟନ କରିବା ପାଇଁ ସର୍ବଦା ମନା କରନ୍ତି। 11 ଦିନେ ଯୋଷେଫ ଘରକୁ ତାଙ୍କର କିଛି କାର୍ଯ୍ୟ କରିବାକୁ ଗଲେ। ସେହି ସମୟରେ ସେ ଏକା ସେହି ଘରେ ଥିଲେ। 12 ତାଙ୍କର ମୁନିବଙ୍କର ସ୍ତ୍ରୀ ତାଙ୍କର ବସ୍ତ୍ରକୁ ଧରି ଟାଣି କହିଲା, “ମୋ’ ପାଖରେ ଶୟନ କର।” କିନ୍ତୁ ଯୋଷେଫ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତରେ ତାଙ୍କର ବସ୍ତ୍ର ରହିଗଲା।
13 ସ୍ତ୍ରୀଲୋକଟି ଦେଖିଲା ତା’ ହାତରେ ଯୋଷେଫଙ୍କର ବସ୍ତ୍ର ରହିଗଲା ଏବଂ ସେ ଦୌଡ଼ି ପଳାଇଲା। 14 ସେ ଗୃହର ବାହାର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଛନ୍ତି। ସେ ଭିତରକୁ ପଶି ମୋ’ ସହିତ ଶୟନ କରିବାକୁ କହିଲା। ମୁଁ ବଡ଼ ପାଟିରେ ଡାକ ପକାଇଲି। 15 ମୋର ବଡ଼ ପାଟିରେ ଡାକିବାର ଶୁଣି ସେ ତା'ର ବସ୍ତ୍ର ମୋ’ ପାଖରେ ଛାଡ଼ି ଦୌଡ଼ି ପଳାଇ ଗଲା।” 16 ଏହା ପରେ ସେ ସେହି ବସ୍ତ୍ର ତା'ର ସ୍ୱାମୀ ଆସିବା ପର୍ଯ୍ୟନ୍ତ ତା’ ପାଖରେ ରଖିଲା। 17 ସେ ତା'ର ସ୍ୱାମୀକୁ ସେହିସବୁ କଥାମାନ କହିଲା। ସେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆଣିଅଛ ସେ ମୋତେ ପରିହାସ କରିବାକୁ ମୋ’ ପାଖକୁ ଆସିଲା। 18 କିନ୍ତୁ ସେ ଯେତେବେଳେ ମୋ’ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର ବସ୍ତ୍ର ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।”
19 ଯୋଷେଫଙ୍କର ମୁନିବ ତାଙ୍କର ସ୍ତ୍ରୀଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କ୍ରୋଧ ହେଲେ। 20 ସେଠାରେ ଏକ କାରାଗାର ଥିଲା ଯେଉଁଠାରେ ରାଜାଙ୍କର ଶତ୍ରୁମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷେଫଙ୍କୁ ସେହି କାରାଗୃହରେ ରଖିଲା। ଏବଂ ଯୋଷେଫ ସେହିଠାରେ ରହିଲେ।
ଯୋଷେଫ କାରାଗାରରେ ରହିଲେ
21 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। 22 ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲେ। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। 23 କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।
14 ତା'ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା? କ’ଣ ପରମେଶ୍ୱର ଅନ୍ୟାୟୀ? 15 ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, “ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା।”(A) 16 ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ। 17 ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ[a] କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।”(B) 18 ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଗ୍ଭହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି।
19 ତା'ହେଲେ ତୁମ୍ଭେ ମୋତେ ପ୍ରଶ୍ନ କରି ପାର ଯେ “ସେ ଆମ୍ଭର ଦୋଷ କାହିଁକି ଧରନ୍ତି?” 20 ତୁମ୍ଭେ କେବଳ ଜଣେ ମଣିଷ। ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଗ୍ଭରିବାର ଅଧିକାର ତୁମ୍ଭର ନାହିଁ। ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ “ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢ଼ିଲ?” 21 କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ।
22 ଠିକ୍ ସେହିଭଳି ପରମେଶ୍ୱର ମଧ୍ୟ ନିଜର କ୍ରୋଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଗ୍ଭହିଁଥିଲେ। ସେ ଖୁବ୍ ଧୈର୍ଯ୍ୟର ସହିତ ତାହାଙ୍କ କ୍ରୋଧ ଓ ବିନାଶ ପାତ୍ରମାନଙ୍କୁ ସହି ନେଇଥିଲେ। 23 ପରମେଶ୍ୱର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ। 24 ସେମାନଙ୍କୁ ତାହାଙ୍କ ମହିମା ଦେବା ପାଇଁ ପ୍ରସ୍ତୁତ କଲେ। 25 ଆମ୍ଭେମାନେ ସେହି ଲୋକ। ପରମେଶ୍ୱର କେବଳ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ଭିତରୁ ମଧ୍ୟ ଆମ୍ଭ ମାନଙ୍କୁ ଡାକିଲେ। ହୋଶେୟ ପୁସ୍ତକରେ ଏହିପରି ଲେଖା ଅଛି:
“ଯେଉଁ ଲୋକମାନେ ଆମ୍ଭର ନ ଥିଲେ
ସେମାନେ ଆମ୍ଭର ଲୋକ ବୋଲି ଆମ୍ଭେ ଡାକିବା
ଓ ଯେଉଁମାନଙ୍କୁ ଆମ୍ଭେ ପ୍ରେମ କରୁ ନ ଥିଲୁ,
ସେହି ଲୋକମାନଙ୍କୁ ଆମ୍ଭେ ପ୍ରିୟ ବୋଲି ଡାକିବା।”(C)
26 ଏବଂ
“ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ,
‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’-
ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।”(D)
27 ଏବଂ ଇସ୍ରାଏଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି:
“ସମୁଦ୍ରର ବାଲିକଣିକା ପରି
ଇସ୍ରାଏଲର ଲୋକମାନଙ୍କ ସଂଖ୍ୟା ଅସଂଖ୍ୟ।
କିନ୍ତୁ ସେମାନଙ୍କ ଭିତରୁ ଖୁବ୍ ଅଳ୍ପ ଲୋକ ରକ୍ଷା ପାଇ ପାରିବେ।
28 କାରଣ ପ୍ରଭୁ ନିଜ ନ୍ୟାୟ ବଳରେ ବିଗ୍ଭର କରି ପୃଥିବୀର ଲୋକଙ୍କୁ ଶୀଘ୍ର ସମାପ୍ତ କରିଦେବେ।”(E)
29 ଯିଶାଇୟ ଆହୁରି ମଧ୍ୟ କହିଥିଲେ:
2010 by World Bible Translation Center