Revised Common Lectionary (Semicontinuous)
ଦାଉଦଙ୍କର ପ୍ରାର୍ଥନା
17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
2 ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
3 ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ।
ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
4 ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
ତୁମ୍ଭର ଆଦେଶ ମାନିବାକୁ।
5 ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
6 ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
ତେଣୁ ବର୍ତ୍ତମାନ ମୋର କଥା ଶୁଣ।
7 ପରମେଶ୍ୱର ତୁମ୍ଭର ଅଦ୍ଭୂତ କରୁଣା ଦେଖାଅ
ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
ଓ ହେ ସଦାପ୍ରଭୁ, ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।
ପରମେଶ୍ୱର ସର୍ବଦା ତାଙ୍କ ସନ୍ତାନଙ୍କ ସହବର୍ତ୍ତୀ
43 ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର। 2 ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦଗ୍ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ। 3 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଇସ୍ରାଏଲ ଧର୍ମସ୍ୱରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ୟ ସ୍ୱରୂପରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କୂଶ୍ ଓ ଶିବାଦେଶ ଦେଇଅଛୁ। 4 ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।
5 “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା। 6 ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ। 7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍ଥେ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।
ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ
(ମାର୍କ 8:1-10)
32 ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ’ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଗ୍ଭଲିଯିବାଟା ମୁଁ ଆଦୌ ଗ୍ଭହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇ ଯାଇ ପାରନ୍ତି।”
33 ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।”
34 ଯୀଶୁ ପଗ୍ଭରିଲେ, ‘‘ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”
ସେମାନେ କହିଲେ, “ସାତଖଣ୍ଡ ରୋଟୀ ଓ କିଛି ଛୋଟ ମାଛ ଅଛି।”
35 ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ: 36 ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ। 37 ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା'ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ। 38 ସେଠାରେ ପ୍ରାୟ ଗ୍ଭରିହଜାର ପୁରୁଷ ଖାଇଥିଲେ। ସେମାନଙ୍କ ଛଡ଼ା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଖାଇଥିଲେ। 39 ସେମାନେ ଖାଇ ସାରିବା ପରେ ଯୀଶୁ ସେମାନଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ସେମାନଙ୍କୁ ବିଦାୟ କରିସାରି ଯୀଶୁ ଡଙ୍ଗାରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।
2010 by World Bible Translation Center