Revised Common Lectionary (Semicontinuous)
ଦାଉଦଙ୍କର ପ୍ରାର୍ଥନା
17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
2 ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
3 ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ।
ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
4 ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
ତୁମ୍ଭର ଆଦେଶ ମାନିବାକୁ।
5 ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
6 ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
ତେଣୁ ବର୍ତ୍ତମାନ ମୋର କଥା ଶୁଣ।
7 ପରମେଶ୍ୱର ତୁମ୍ଭର ଅଦ୍ଭୂତ କରୁଣା ଦେଖାଅ
ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
ଓ ହେ ସଦାପ୍ରଭୁ, ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।
ସଦାପ୍ରଭୁ ହିଁ ଆମ୍ଭମାନଙ୍କୁ ରକ୍ଷା କରିବେ
8 “ହେ ମୋର ଦାସ ଇସ୍ରାଏଲ,
ମୋର ମନୋନୀତ ଯାକୁବ
ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।
9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ
ଓ ପୃଥିବୀର ସୀମାରୁ ତାହାଙ୍କୁ
‘ଆମ୍ଭର ଦାସ ବୋଲି ଆହ୍ୱାନ କରି କହିଅଛୁ।’
ଆମ୍ଭେ ତୁମ୍ଭକୁ ଦୂରେଇ ନ ଦେଇ
ମନୋନୀତ କରିଅଛୁ।
10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ।
ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର।
ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।
ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
6 ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। 7 ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।”(A) 8 ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। 9 ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।”(B)
10 କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍ହାକଙ୍କଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ। 11-12 ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା। 13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।”(C)
2010 by World Bible Translation Center