Revised Common Lectionary (Semicontinuous)
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
8 ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
9 ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
ପରମେଶ୍ୱର ଇସ୍ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
ଏବଂ ସେହି ଭୂମି ତୁମ୍ଭର ହେବ।”
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
9 ଯେତେବେଳେ ଯାକୁବ ମେଷପାଳକମାନଙ୍କ ସହିତ କଥା ହେଉଥିଲେ ସେହି ସମୟରେ ରାହେଲ ତାଙ୍କ ପିତାଙ୍କର ମେଷପଲ ସହିତ ଉପସ୍ଥିତ ହେଲେ। ନିଜ ପିତାଙ୍କ ମେଷମାନଙ୍କର ଯତ୍ନ ନେବା ରାହେଲଙ୍କର କାର୍ଯ୍ୟ ଥିଲା। 10 ରାହେଲ ଥିଲେ ଲାବନର ଝିଅ। ଲାବନ ଥିଲେ ଯାକୁବର ମା’ ରିବିକାର ଭାଇ। ଯାକୁବ ଯେତେବେଳେ ମାତୁଳ ଲାବନର କନ୍ୟା ମେଷ ସହିତ ରାହେଲକୁ ଦେଖିଲେ, ସେ ଯାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମେଷମାନେ ଜଳପାନ କଲେ। 11 ଏହା ପରେ ଯାକୁବ ତାଙ୍କୁ ଚୁମ୍ବନ ଦେଲେ ଏବଂ କାନ୍ଦିଲେ। 12 ଯାକୁବ ରାହେଲକୁ କହିଲେ ଯେ, ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିଯାଇ ତାଙ୍କ ପିତାଙ୍କୁ କହିଲେ।
13 ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷୟରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚୁମ୍ବନ ଦେଲେ। ଏବଂ ତାଙ୍କୁ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲେ।
14 ଏହା ପରେ ଲାବନ କହିଲେ, “ଏହା ଆଶ୍ଚର୍ଯ୍ୟ! ତୁମ୍ଭେ ମୋ’ ବଂଶଧର।” ତେଣୁ ଯାକୁବ ଲାବନଙ୍କ ଘରେ ଏକ ମାସ ରହିଲେ।
44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।
48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟଦ୍ବକ୍ତା ଏହିପରି ଲେଖନ୍ତି,
49 ‘ସ୍ୱର୍ଗ ମୋହର ସିଂହାସନ
ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(A)
51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
2010 by World Bible Translation Center