Revised Common Lectionary (Semicontinuous)
10 ଯାକୁବ ବେର୍ଶେବା ଛାଡ଼ି ହାରଣକୁ ଗଲେ। 11 ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ। 12 ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି। 13 ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇସ୍ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା। 14 ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।
15 “ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।”
16 ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”
17 ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”
18 ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ। 19 ସେହି ସ୍ଥାନର ନାମ ଥିଲା “ଲୂସ୍” କିନ୍ତୁ ଯାକୁବ ସେହି ସ୍ଥାନର ନାମ ଦେଲେ “ବୈଥେଲ୍”।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
24 ଏହା ନିଶ୍ଚିତ କର ଯେ, ମୁଁ କୌଣସି ଦୁଷ୍ଟତାର ବାଟରେ ଯାଇ ନାହିଁ।
ମୋତେ ସେହି ବାଟରେ ଆଗେଇ ନିଅ, ଯାହା ସବୁଦିନ ପାଇଁ ସତ୍ୟ ହୋଇଅଛି।
12 ସୁତରାଂ, ମୋ’ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ୍ଣ ଶରୀର ଦ୍ୱାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀରର ଇଚ୍ଛା ଅଧୀନରେ ନୋହୁଁ। 13 ଯଦି ତୁମ୍ଭେମାନେ ତୁମ୍ଭ ପାପପୂର୍ଣ୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ୟବହାର କର, ତା'ହେଲେ ତୁମ୍ଭେମାନେ ଆତ୍ମିକ ରୂପରେ ମରିଯିବ। କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କୁ ଶରୀର ମାଧ୍ୟମରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ୟବହାର କର, ତା'ହେଲେ ତୁମ୍ଭେମାନେ ପ୍ରକୃତ ଜୀବନ ପାଇବ।
14 ଯେଉଁମାନେ ନିଜ ଜୀବନରେ ପରମେଶ୍ୱରଙ୍କର ଆତ୍ମାକୁ ନେତୃତ୍ୱ ଦିଅନ୍ତି ସେମାନେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ। 15 ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’ 16 ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡ଼ି ହୁଅନ୍ତି। 17 ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା'ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ। କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହାହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା।
ଆମକୁ ଭବିଷ୍ୟତରେ ମହିମା ମିଳିବ
18 ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ୟତରେ ମିଳିବ ତା ତୁଳନାରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ। 19 ପରମେଶ୍ୱର ଯାହାକିଛି ସୃଷ୍ଟି କରିଛନ୍ତି, ସେହିସବୁ ବଡ଼ ଆଶାରେ ସେହି ସମୟକୁ ଅପେକ୍ଷା କରିଚନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଗ୍ଭହିଁ ରହିଛି। 20 ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା: 21 ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ।
22 ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି। 23 କେବଳ ଜଗତ ନୁହେଁ, ଆମ୍ଭେ ମଧ୍ୟ ସେହିପରି ବେଦନାପୂର୍ବକ ଅପେକ୍ଷାରେ ଅଛୁ। ପରମେଶ୍ୱରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ୱରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥିପାଇଁ ଆମ୍ଭେ ଅପେକ୍ଷା କରିଛୁ ଯେ, ପରମେଶ୍ୱର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭେମାନେ ଶରୀରଗୁଡ଼ିକ ମୁକ୍ତି ପାଇଁ ଅପେକ୍ଷା କରିଛୁ। 24 ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା'ହେଲେ ତାହା ପ୍ରକୃତରେ ଭରସା ନୁହେଁ। ମଣିଷ, ଯାହା ତା’ ପାଖରେ ଏବେ ଅଛି, ସେ ଗୁଡ଼ିକ ପାଇଁ ଭରସା କରେ ନାହିଁ। 25 କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ।
ଗହମ ଓ ବାଳୁଙ୍ଗାର ଉଦାହରଣ
24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। “ସ୍ୱର୍ଗରାଜ୍ୟ ଜଣେ ବ୍ୟକ୍ତି ଭଳି ଯେ କି ନିଜ ଜମିରେ ଭଲ ବୀଜ ବୁଣିଥିଲେ। 25 କିନ୍ତୁ ସବୁ ଲୋକ ଶୋଇଥିବା ସମୟରେ ସେହି ଲୋକର ଶତ୍ରୁ ଆସିଲା। ସେ ଗହମ ମଝିରେ ବାଳୁଙ୍ଗାବୀଜ ବୁଣି ଦେଲା। ତା'ପରେ ସେ ଗ୍ଭଲିଗଲା। 26 ଗହମ ଗଛ ବଢ଼ିଲା ଓ ସେଥିରେ କେଣ୍ଡା ଫଳିଲା। ସେତିକି ବେଳକୁ ବାଳୁଙ୍ଗା ବି ଦେଖାଗଲା। 27 ସେହି ବ୍ୟକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, ‘ତୁମ୍ଭେ ତ ଜମିରେ ଭଲ ବୀଜ ବୁଣିଥିଲ, ତେବେ ଏତେ ବାଳୁଙ୍ଗା କେମିତି ଉଠିଲା?’
28 “ସେ ସେମାନଙ୍କୁ କହିଲେ, ‘ଏହା କୌଣସି ଶତ୍ରୁର କାର୍ଯ୍ୟ।’
“ଗ୍ଭକରମାନେ ପଗ୍ଭରିଲେ, ‘ଆମ୍ଭେ ଯାଇ ବାଳୁଙ୍ଗାତକ ଉପାଡ଼ି ଦେଉ ବୋଲି ଆପଣ ଗ୍ଭହାନ୍ତି କି?”
29 “କ୍ଷେତମାଲିକ ସେମାନଙ୍କୁ ମନାକରି କହିଲେ, ‘ତୁମ୍ଭେମାନେ ବାଳୁଙ୍ଗା ଉପାଡ଼ିଲା ବେଳେ ତା’ ସହିତ ଗହମ ମଧ୍ୟ ଉପାଡ଼ି ଦେବ। 30 ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା'ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’”
ଗହମ ଓ ବାଳୁଙ୍ଗା ଦୃଷ୍ଟାନ୍ତର ବ୍ୟାଖ୍ୟା
36 ତା'ପରେ ଯୀଶୁ ଲୋକମାନଙ୍କୁ ପଠେଇ ଦେଇ ଘରକୁ ଗଲେ। ତାହାଙ୍କ ପାଖରେ ତାହାଙ୍କ ଶିଷ୍ୟମାନେ ପହଞ୍ଚି କହିଲେ, “ଆମ୍ଭକୁ କ୍ଷେତର ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।”
37 ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର[a] 38 ପୃଥିବୀ ହେଉଛି କ୍ଷେତ। ସ୍ୱର୍ଗରାଜ୍ୟରେ ଥିବା ପରମେଶ୍ୱରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର। 39 ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ।
40 “ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ। 41 ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ। 42 ସ୍ୱର୍ଗଦୂତମାନେ ସେହି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ। 43 ଯେତେବେଳେ ଧାର୍ମିକ ଲୋକମାନେ ସୂର୍ଯ୍ୟ ଭଳି ପ୍ରକାଶମାନ ହେବେ। ସେମାନେ ତାହାଙ୍କ ପରମପିତାଙ୍କ ରାଜ୍ୟରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।
2010 by World Bible Translation Center