Revised Common Lectionary (Semicontinuous)
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ'ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
15 ସବୁଦେଶ ପ୍ରତି
ସଦାପ୍ରଭୁଙ୍କ ଦିନ ଆସି ଯାଉଛି।
ତୁମ୍ଭେମାନେ ଯେଉଁସବୁ ମନ୍ଦକାର୍ଯ୍ୟ କରିଥିଲ,
ତାହା ତୁମ୍ଭମାନଙ୍କ ପକ୍ଷରେ ଘଟିବ।
ସେହି ଏକା ପ୍ରକାର ମନ୍ଦ ଜିନିଷ
ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫେରି ଆସିବ।
16 କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପରେ ରକ୍ତ ପାନ କରିଥିଲ।
ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ।
ତୁମ୍ଭର ସମାପ୍ତି ଘଟିବ
ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
17 କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ୟରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରିତ କରିବା
ଏବଂ ସିୟୋନ ପର୍ବତକୁ ଫେରାଇ ଆଣିବା।
ସେମାନେ ସିୟୋନ ପର୍ବତରେ ଚିରଦିନ ବାସ କରିବେ।
ଯାକୁବ ତାଙ୍କର ରାଜ୍ୟ ଫେରି ପାଇବେ।
18 ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହେବ
ଓ ଯୋଷେଫଙ୍କ ରାଜ୍ୟ ଅଗ୍ନିଶିଖା ସଦୃଶ ହେବ।
କିନ୍ତୁ ଏଷୌଙ୍କ ରାଜ୍ୟ ପାଉଁଶ ହୋଇଯିବ,
ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦେବେ।
ଯିହୁଦା ଲୋକେ ଇଦୋମଙ୍କୁ ଧ୍ୱଂସ କରି ଦେବେ।
ତା'ପରେ ଏଷୌ ରାଜ୍ୟରେ କେହି ତିଷ୍ଠି ରହିବେ ନାହିଁ।”
କାରଣ ସଦାପ୍ରଭୁ ପରମେଶ୍ୱର ଏହା କହିଛନ୍ତି।
19 ଦକ୍ଷିଣର ଲୋକେ
ଏଷୌର ପର୍ବତ ଉପରେ ବଞ୍ଚି ରହିବେ।
ପାହାଡ଼ର ପାଦ ଦେଶରେ ଥିବା ଲୋକେ
ପଲେଷ୍ଟୀୟ ରାଜ୍ୟ ଦଖଲ କରିବେ।
ସେହି ଲୋକମାନେ ଇଫ୍ରୟିମ ଓ ଶମରିୟାର ରାଜ୍ୟରେ ବାସ କରିବେ।
ବିନ୍ୟାମୀନ ଗିଲିୟଦ ଅଧିକାର କରିବେ।
20 ଇସ୍ରାଏଲର ଲୋକମାନେ ସେମାନଙ୍କର ଗୃହ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ।
କିନ୍ତୁ ସେହି ଲୋକମାନେ ସାରିଫତ୍ର ବାଟରେ ଥିବା କନାନୀୟ ରାଜ୍ୟକୁ ଅଧିକାର କରିବେ।
ଯିହୁଦାର ଲୋକମାନେ ଯିରୁଶାଲମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ସଫାରଦରେ ବାସ କଲେ।
କିନ୍ତୁ ସେମାନେ ଦକ୍ଷିଣର ନଗରଗୁଡ଼ିକୁ ଅଧିକାର କରିବେ।
21 ବିଜେତାକାରୀମାନେ ସିୟୋନ ପର୍ବତ ଉପରକୁ ଯିବେ
ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ
ଏବଂ ରାଜ୍ୟ ସଦାପ୍ରଭୁଙ୍କର ଅଧିକୃତ ହେବ।
ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁଙ୍କର ଶିକ୍ଷା
(ମାର୍କ 4:10-12; ଲୂକ 8:9-10)
10 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଗ୍ଭରିଲେ, “ତୁମ୍ଭେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କାହିଁକି ଶିକ୍ଷା ଦେଉଛ?”
11 ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ। 12 ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା'ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ। 13 ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ। 14 ଭବିଷ୍ୟଦ୍ବକ୍ତା ଯିଶାଇୟ ସେମାନଙ୍କ ବିଷୟରେ ଯାହା କହିଥିଲେ, ତାହା ସତ୍ୟ ବୋଲି ସେହିମାନେ ପ୍ରମାଣିତ କରି ଦେଉଛନ୍ତି। ଯିଶାଇୟ କହିଥିଲେ,
‘ତୁମ୍ଭେମାନେ ଶୁଣୁଥିବ,
କିନ୍ତୁ ବୁଝି ପାରିବ ନାହିଁ।
ତୁମ୍ଭେମାନେ ଦେଖୁଥିବ
କିନ୍ତୁ କିଛି ଜାଣି ପାରିବ ନାହିଁ।
15 କାରଣ ସେମାନଙ୍କର (ଲୋକମାନଙ୍କର) ହୃଦୟ କଠୋର ହୋଇ ଯାଇଛି।
ସେମାନଙ୍କର କାନ ଅଛି କିନ୍ତୁ ଶୁଣନ୍ତି ନାହଁ
ଏବଂ ସତ୍ୟକୁ ଦେଖିବା ପାଇଁ ମନା କରି ଦେଇଛନ୍ତି।
ଫଳରେ ସେମାନେ ତାହାଙ୍କ ଆଖିରେ କିଛି ଦେଖି ପାରିବେ ନାହିଁ।
କିମ୍ବା ତାହାଙ୍କ କାନରେ କିଛି ଶୁଣି ପାରିବେ ନାହିଁ,
କିମ୍ବା ହୃଦୟରେ କିଛି ବୁଝି ପାରିବେ ନାହିଁ।
ଏହା ଘଟିଅଛି କାରଣ ସୁସ୍ଥ ହେବା ପାଇଁ ସେମାନେ ମୋ’ ପାଖକୁ ଆସିବେ ନାହିଁ।’(A)
16 କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ। 17 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ଏବେ ଯାହା ଦେଖୁଛ, ତାହା ଦେଖିବାକୁ କେତେ ଭବିଷ୍ୟଦ୍ବକ୍ତା ଓ ସାଧୂମାନେ ଗ୍ଭହିଁଥିଲେ। କିନ୍ତୁ ସେମାନେ ତାହା ଦେଖି ପାରି ନ ଥିଲେ। ତୁମ୍ଭେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ସେମାନେ ଗ୍ଭହିଁଥିଲେ, କିନ୍ତୁ ସେମାନେ ତାହା ଶୁଣି ପାରି ନ ଥିଲେ।
2010 by World Bible Translation Center