Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ପରମଗୀତ 2:8-13

ସେ (ସ୍ତ୍ରୀ) ପୁନର୍ବାର କହିଲେ

ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି।
    ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ
    ଡେଇଁ ଡେଇଁ ଆସୁ ଅଛନ୍ତି।
ମୋହର ପ୍ରିୟତମ ଏକ ହରିଣ
    ଓ ଏକ ତରୁଣ ମୃଗତୁଲ୍ୟ।
ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି,
    ପ୍ରାଚୀର ପଛେ ଠିଆ ହୋଇଅଛନ୍ତି।
    ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
10 ମୋହର ପ୍ରିୟତମ କଥା କହିଲେ
    ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ,
    ବାହାରି ଆସ।
11 କାରଣ ଦେଖ ଶୀତ ଗ୍ଭଲିଯାଇଛି
    ଓ ବୃଷ୍ଟି ବନ୍ଦ ହୋଇଯାଇଛି।
12 ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି।
    ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି।
    ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି।
13 ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି।
    ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି।
ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ
    ଏବଂ ବାହାରକୁ ଆସ।”

ଆଦିପୁସ୍ତକ 29:1-14

ଯାକୁବ ରାହେଲଙ୍କୁ ସାକ୍ଷାତ କଲେ

29 ଏହା ପରେ ଯାକୁବ ତାଙ୍କର ଯାତ୍ରା ଗ୍ଭଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ। ଯାକୁବ ଦେଖିଲେ, ସେହି ଭୂମିରେ ଏକ କୂପ। ମେଷମାନେ, ସେହି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସେହି ସ୍ଥାନ, ମେଷମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘୋଡ଼ାଇ ରଖିଥିଲା। ଯେତେବେଳେ ସବୁ ମେଷପଲ ସେହି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତେବେଳେ ମେଷପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମେଷମାନେ ପାଣି ପିଇ ସାରିବା ପରେ ସେମାନେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କରନ୍ତି।

ଯାକୁବ ସେଠାରେ ସେହି ମେଷପାଳକମାନକୁ କହିଲେ, “ହେ ଭାଇମାନେ ତୁମ୍ଭର ଘର କେଉଁଠି?”

ସେମାନେ ଉତ୍ତର ଦେଇ କହିଲେ, “ଆମ୍ଭ ଘର ହାରଣରେ।”

ଏହା ପରେ ଯାକୁବ କହିଲେ, “ତୁମ୍ଭେମାନେ ଲାବନଙ୍କୁ ଜାଣିଛ କି, ଯେ କି ନାହୋରର ପୁତ୍ର?”

ମେଷପାଳକମାନେ କହିଲେ, “ହଁ, ଆମ୍ଭେମାନେ ତାଙ୍କୁ ଜାଣିଛୁ।”

ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ସେ କିପରି ଅଛନ୍ତି?”

ସେମାନେ ଉତ୍ତର ଦେଲେ, “ସେ ଭଲ ଅଛନ୍ତି, ତାଙ୍କର ସମସ୍ତ କୁଶଳ। ଦେଖ ତାଙ୍କର କନ୍ୟା ରାହେଲ ତାଙ୍କ ମେଷପଲ ସହିତ ଆସୁଛନ୍ତି।”

ଯାକୁବ କହିଲେ, “ଦେଖ, ଏବେ ବହୁତ ବେଳ ଅଛି। ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ। ତୁମ୍ଭେମାନେ ମେଷଗଣଙ୍କୁ ଜଳପାନ କରାଇ ପୁନର୍ବାର ଚରାଇବାକୁ ନେଇଯାଅ।”

କିନ୍ତୁ ମେଷପାଳକ କହିଲେ, “ଯେପର୍ଯ୍ୟନ୍ତ ସମସ୍ତ ମେଷ ଏକତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମ୍ଭେ ଏହା କରି ପାରିବୁ ନାହିଁ। ସମସ୍ତ ଏକତ୍ର ହେବାପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢ଼ିବୁ ଏବଂ ସମସ୍ତ ମେଷମାନେ ପାଣି ପିଇ ପାରିବେ।”

ଯେତେବେଳେ ଯାକୁବ ମେଷପାଳକମାନଙ୍କ ସହିତ କଥା ହେଉଥିଲେ ସେହି ସମୟରେ ରାହେଲ ତାଙ୍କ ପିତାଙ୍କର ମେଷପଲ ସହିତ ଉପସ୍ଥିତ ହେଲେ। ନିଜ ପିତାଙ୍କ ମେଷମାନଙ୍କର ଯତ୍ନ ନେବା ରାହେଲଙ୍କର କାର୍ଯ୍ୟ ଥିଲା। 10 ରାହେଲ ଥିଲେ ଲାବନର ଝିଅ। ଲାବନ ଥିଲେ ଯାକୁବର ମା’ ରିବିକାର ଭାଇ। ଯାକୁବ ଯେତେବେଳେ ମାତୁଳ ଲାବନର କନ୍ୟା ମେଷ ସହିତ ରାହେଲକୁ ଦେଖିଲେ, ସେ ଯାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମେଷମାନେ ଜଳପାନ କଲେ। 11 ଏହା ପରେ ଯାକୁବ ତାଙ୍କୁ ଚୁମ୍ବନ ଦେଲେ ଏବଂ କାନ୍ଦିଲେ। 12 ଯାକୁବ ରାହେଲକୁ କହିଲେ ଯେ, ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିଯାଇ ତାଙ୍କ ପିତାଙ୍କୁ କହିଲେ।

13 ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷୟରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚୁମ୍ବନ ଦେଲେ। ଏବଂ ତାଙ୍କୁ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲେ।

14 ଏହା ପରେ ଲାବନ କହିଲେ, “ଏହା ଆଶ୍ଚର୍ଯ୍ୟ! ତୁମ୍ଭେ ମୋ’ ବଂଶଧର।” ତେଣୁ ଯାକୁବ ଲାବନଙ୍କ ଘରେ ଏକ ମାସ ରହିଲେ।

ରୋମୀୟଙ୍କ ପ୍ରତି ପତ୍ର 3:1-8

ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି? ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ। ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ? କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ:

“ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ
    ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।”(A)

ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି। ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା'ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।

ଜଣେ ଲୋକ କହିପାରେ, “ଯେତେବେଳେ ମୁଁ ମିଛ କହେ ତାହା ପ୍ରକୃତରେ ପରମେଶ୍ୱରଙ୍କୁ ଅଧିକତର ମହିମା ପ୍ରଦାନକରେ, କାରଣ ମୋ’ ମିଛ, ପରମେଶ୍ୱରଙ୍କ ସତ୍ୟକୁ ପ୍ରକାଶ କରେ।” ସେଥିପାଇଁ ମୋତେ ପାପୀ ବୋଲି କାହିଁକି ବିଗ୍ଭର କରାଗଲା? ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center