Revised Common Lectionary (Semicontinuous)
10 ହେ ରାଜକୁମାରୀ, ଶୁଣ।
ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11 ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁଗ୍ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
13 ତା'ର ସମସ୍ତ ମହିମାରେ,
ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
ତା'ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।
16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।
ଇସ୍ହାକଙ୍କୁ ଯାକୁବର ପ୍ରବଞ୍ଚନା
27 ଇସ୍ହାକ ବୃଦ୍ଧ ହେଲା ପରେ ତାଙ୍କ ଆଖିକୁ ଭଲ ଦେଖା ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ ପୁତ୍ର ଏଷୌକୁ ପାଖକୁ ଡାକି କହିଲେ, “ହେ ପୁତ୍ର” ଏଷୌ!
ସେ ଉତ୍ତର ଦେଲେ, “ମୁଁ ଏହିଠାରେ,”
2 ଇସ୍ହାକ କହିଲେ, “ମୁଁ ବୃଦ୍ଧ। ମୁଁ ଜାଣିନି, କେବେ ମରିବିା 3 ତେଣୁ ତୁମ୍ଭେ ତୁମ୍ଭର ଧନୁ ଏବଂ ଶର ନେଇ ଶିକାର କରିବାକୁ ଯାଅ। ମୋ’ ଖାଦ୍ୟ ପାଇଁ ଏକ ମୃଗ ଶିକାର କର। 4 ମୁଁ ଯେଉଁ ପରି ଖାଦ୍ୟକୁ ଭଲ ପାଏ ସେହିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ପାଇଁ ଆଣ। ତହିଁରେ ମୋର ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।” 5 ତେଣୁ ଏଷୌ ଶିକାରକୁ ଗଲେ।
ରିବିକା ଏହିକଥା ଶୁଣୁଥିଲେ ଯେତେବେଳେ ଇସ୍ହାକ ତାଙ୍କର ବଡ଼ପୁଅ ଏଷୌକୁ କହୁଥିଲେ। 6 ରିବିକା ତାଙ୍କର ପୁତ୍ର ଯାକୁବକୁ କହିଲେ, “ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି। 7 ତୁମ୍ଭର ପିତା କହିଲେ, ‘ମୋ’ ପାଇଁ ମୃଗୟା ମାଂସ ରାନ୍ଧି କରି ମୋତେ ଖୁଆଅ। ମୋ’ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣ, ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।’ 8 ତେଣୁ ପୁତ୍ର, ମୋର କଥା ଶୁଣ। ମୁଁ ଯେପରି କହୁଛି ସେହିପରି କର। 9 ଆମ୍ଭର ଗୋଠରୁ ଦୁଇଟି ଯୁବା ଛେଳି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦେବି। 10 ଏହା ପରେ ତୁମ୍ଭେ ତୁମ୍ଭ ପିତାଙ୍କ ନିକଟକୁ ଖାଦ୍ୟ ନେଇ ଯିବ। ଏବଂ ସେ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ ଦେବେ।”
11 କିନ୍ତୁ ଯାକୁବ ତା'ର ମାତା ରିବିକାକୁ କହିଲେ, “ମୋର ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ। 12 ଯଦି ମୋର ପିତା ମୋତେ ସ୍ପର୍ଶ କରନ୍ତି। ସେ ଜାଣି ପାରିବେ ଯେ ମୁଁ ଏଷୌ ନୁହେଁ। ତା'ପରେ ସେ ମୋତେ ଆଶୀର୍ବାଦ କରିବା ପରିବର୍ତ୍ତେ ଅଭିଶାପ ଦେବେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।”
13 ତେଣୁ ରିବିକା ତାଙ୍କୁ କହିଲେ, “ଯଦି କିଛି ସମସ୍ୟା ଆସେ ତେବେ ମୁଁ ସହିନେବି। ମୁଁ ଯାହା କହୁଛି ତୁମ୍ଭେ ସେହିପରି କର। ଯାଅ ମୋ’ ପାଇଁ ଛେଳି ଧରି ଆସ।”
14 ତେଣୁ ଯାକୁବ ଯାଇ ଦୁଇଟି ଛେଳି ଆଣି ତାଙ୍କର ମାଙ୍କୁ ଦେଲେ। ଏହା ପରେ ତାଙ୍କର ମା’ ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ। 15 ରିବିକା ତାଙ୍କର ବଡ଼ପୁଅର ପୋଷାକ, ଯାହା ଘରେ ତାଙ୍କ ନିକଟରେ ଥିଲା, ନେଇ ଆଣି ତା'ର ସାନ ପୁଅ ଯାକୁବକୁ ସେହି ବସ୍ତ୍ର ପିନ୍ଧାଇ ଦେଲେ। 16 ରିବିକା ଛେଳି ଚମଡ଼ା ଆଣି ଯାକୁବର ହାତରେ ଏବଂ ତାଙ୍କ ଗଳାଦେଶରେ ଗୁଡ଼ାଇ ଦେଲେ। 17 ଏହା ପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦେଲେ।
ପାପ ସହିତ ଆମ୍ଭର ସଂଘର୍ଷ
7 ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା। ଏହା ସତ୍ୟ ନୁହେଁ। କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହାଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କେବେ ହେଲେ ଜାଣି ପାରି ନ ଥା’ନ୍ତି, “ଲୋଭ କରିବା” ଅର୍ଥ କ’ଣ। କିନ୍ତୁ ବ୍ୟବସ୍ଥା କହିଲା, “ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ।”(A) 8 ଏହି ଆଦେଶ ଅନୁସାରେ ମୋ’ ଭିତରେ ସମସ୍ତ ପ୍ରକାରର ଭୁଲ୍ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହେତୁ ପାପ ମୋ’ ପାଖକୁ ଆସିଲା। କିନ୍ତୁ ବ୍ୟବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ। 9 ବ୍ୟବସ୍ଥା ଜାଣିବା ପୂର୍ବରୁ, ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି। କିନ୍ତୁ ଯେତେବେଳେ ବ୍ୟବସ୍ଥାର ଆଦେଶ ମୋ’ ପାଖକୁ ଆସିଲା, ସେତେବେଳେ ପାପ ଜୀବିତ ହେଲା ଓ ପାପ ହେତୁ ଆତ୍ମିକ ଭାବରେ ମୁଁ ମୃତ୍ୟୁ ବରଣ କଲି। 10 ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମୋ’ ପାଇଁ ଆଜ୍ଞା ଆଣିଲା ମୃତ୍ୟୁ। 11 ଏହି ଆଜ୍ଞାକୁ ବ୍ୟବହାର କରି ପାପ ମୋତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମୋତେ ଆତ୍ମିକ ଭାବରେ ମୃତ କରାଇବାରେ ପାପ ଏହି ଆଜ୍ଞାକୁ ବ୍ୟବହାର କଲା।
12 ଅତଏବ ବ୍ୟବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ୟ ପବିତ୍ର, ଠିକ୍ ଓ ଉତ୍ତମ। 13 ଏହାର କ’ଣ ଏହି ଅର୍ଥ ଯେ ଯାହା ଭଲ, ତାହା ହିଁ ମୋ’ ପାଇଁ ମୃତ୍ୟୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ୟବହାର କରି ମୋ’ ପାଇଁ ମୃତ୍ୟୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ’ଣ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ୟବହାର ମଧ୍ୟ ଏହା ହିଁ ଦେଖାଇବା ପାଇଁ ହେଲା।
ମଣିଷର ଦ୍ୱନ୍ଦ
14 ମୁଁ ଜାଣେ ଯେ ବ୍ୟବସ୍ଥା ହେଉଛି ଆତ୍ମିକ। କିନ୍ତୁ ମୁଁ ଆତ୍ମିକ ନୁହେଁ। ପାପର ଦାସ ଭଳି ମୁଁ ତା’ ପାଖରେ ବିକ୍ରି ହୋଇ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ। 15 ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ। 16 ଯେଉଁ କାମ କରିବାକୁ ମୁଁ ଗ୍ଭହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ୟବସ୍ଥା ଭଲ ବୋଲି ସମର୍ଥନ ମୁଁ କରେ। 17 କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ। ମୋ’ ଭିତରେ ଥିବା ପାପର ସ୍ୱଭାବ ଏହିସବୁ କାମ କରେ। 18 ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ। 19 ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ। 20 ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଗ୍ଭହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତରେ ଏସବୁ କରେ ନାହିଁ। ମୋ’ ଭିତରେ ଥିବା ପାପ ଏହିସବୁ କାମ କରେ।
2010 by World Bible Translation Center