Revised Common Lectionary (Semicontinuous)
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
5 ସଦାପ୍ରଭୁଙ୍କ ମନ୍ଦିରର ନୂତନ ପ୍ରାଙ୍ଗଣ ସମ୍ମୁଖରେ ଯିହୋଶାଫଟ୍ ଉପସ୍ଥିତ ଥିଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ମଧ୍ୟରୁ ଉଠି ଠିଆ ହେଲେ। 6 ସେ କହିଲେ,
“ହେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ସ୍ୱର୍ଗସ୍ଥ ପରମେଶ୍ୱର ଅଟ। ତୁମ୍ଭେ ସବୁ ଜାତି ଓ ସବୁ ରାଜ୍ୟ ଉପରେ ରାଜତ୍ୱ କର। ତୁମ୍ଭର ପରାକ୍ରମ ଓ ଶକ୍ତି ଅଛି। କୌଣସି ବ୍ୟକ୍ତି ତୁମ୍ଭ ବିରୁଦ୍ଧରେ ଠିଆ ହୋଇ ନ ପାରେ। 7 ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ତୁମ୍ଭେ ଏହି ଦେଶର ଲୋକମାନଙ୍କୁ ବଳପୂର୍ବକ ତଡ଼ି ଦେଲ। ତୁମ୍ଭେ ଏହି କର୍ମ ତୁମ୍ଭର ଲୋକ ଇସ୍ରାଏଲର ସମ୍ମୁଖରେ କଲ। ତୁମ୍ଭେ ଅନନ୍ତକାଳ ନିମନ୍ତେ ଅବ୍ରହାମଙ୍କ ବଂଶଧରମାନଙ୍କୁ ଏହି ଦେଶ ଦେଇଅଛ। ଅବ୍ରହାମ ତୁମ୍ଭର ବନ୍ଧୁ ଥିଲେ। 8 ଅବ୍ରହାମଙ୍କ ବଂଶଧରମାନେ ଏହି ଦେଶରେ ବାସ କଲେ ଓ ତୁମ୍ଭ ନାମରେ ଗୋଟିଏ ମନ୍ଦିର ନିର୍ମାଣ କଲେ। ସେମାନେ କହିଲେ, 9 ‘ଯଦି ଆମ୍ଭମାନଙ୍କ ପ୍ରତି କୌଣସି ବିପଦ ଯେପରି ଖଡ଼୍ଗ, ଦଣ୍ଡ, ରୋଗ ବା ମରୁଡ଼ି ଘଟେ, ତେବେ ଆମ୍ଭେମାନେ ଏହି ମନ୍ଦିର ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ। ଏହି ମନ୍ଦିର ତୁମ୍ଭର ନାମ ବହନ କରେ, ଯେତେବେଳେ ଆମ୍ଭେମାନେ ବିପଦରେ ପଡ଼ୁ, ସେତେବେଳେ ତୁମ୍ଭ ନିକଟରେ ଡାକ ପକାଇବୁ। ତା'ପରେ ତୁମ୍ଭେ ଆମ୍ଭମାନଙ୍କ ଡାକ ଶୁଣିବ ଓ ଆମ୍ଭମାନଙ୍କୁ ଉଦ୍ଧାର କରିବ।’
10 “କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନରେ ଅମ୍ମୋନ, ମୋୟାବ୍ ଓ ସେୟୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହୋଇଛନ୍ତି। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସେମାନଙ୍କୁ ସେମାନଙ୍କର ଦେଶରେ ପ୍ରବେଶ କରିବାକୁ ଦେଲ ନାହିଁ। ତେଣୁ ଇସ୍ରାଏଲର ଲୋକମାନେ ପଳାଇଗଲେ ଓ ସେହି ଲୋକମାନଙ୍କୁ ମଧ୍ୟ ବିନଷ୍ଟ କଲ ନାହିଁ। 11 କିନ୍ତୁ ଦେଖ, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦେବାକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦେଇଥିଲ। 12 ହେ ଆମ୍ଭମାନଙ୍କର ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ୟଦଳ ଆମ୍ଭମାନଙ୍କ ବିରୁଦ୍ଧରେ ଆସୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ’ଣ କରିବାକୁ ହେବ, ତାହା ଆମ୍ଭେମାନେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭେମାନେ ତୁମ୍ଭର ସାହାଯ୍ୟ ଲୋଡ଼ୁଅଛୁ।”
7 ତୁମ୍ଭେମାନେ ପ୍ରତିଯୋଗିତାରେ ଭଲ ଭାବରେ ଦୌଡ଼ୁଥିଲ। କିଏ ତେବେ ତୁମ୍ଭମାନଙ୍କୁ ସତ୍ୟପଥ ଅନୁସରଣ କରିବାରେ ବାଧା ଦେଲା? 8 ତୁମ୍ଭକୁ ଯେଉଁ ପ୍ରକାର ପ୍ରବର୍ତ୍ତନା ଦିଆଯାଇଥାଉ ନା କାହିଁକି, ସେହି ପ୍ରବର୍ତ୍ତନା ପରମେଶ୍ୱରଙ୍କଠାରୁ ଆସି ନାହିଁ, ଯେ ତୁମ୍ଭକୁ ମନୋନୀତ କରିଥିଲେ। 9 ସାବଧାନ ରୁହ, “ଅଳ୍ପ ଟିକିଏ ଖମୀର ଜନ୍ତା ହୋଇଥିବା ସବୁ ମଇଦାକୁ ଫୁଲାଇ ଦିଏ।”[a] 10 ପ୍ରଭୁଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ଏହିଭଳି ଭିନ୍ନ ମତାମତକୁ ବିଶ୍ୱାସ କରିବ ନାହିଁ। ଯେଉଁ ଲୋକ ତୁମ୍ଭମାନଙ୍କୁ ବିଚଳିତ କରୁଛି, ସେ ଯିଏ ହେଉ ନା କାହିଁକି ଦଣ୍ଡ ପାଇବ।
11 ମୋ’ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ ଯେ, ଲୋକେ ସୁନ୍ନତ ହେବା ନିହାତି ଆବଶ୍ୟକ। ଯଦି ମୁଁ ଏହା ଶିଖାଇଛି, ତା'ହେଲେ ମୋତେ କାହିଁକି ତାଡ଼ନା ଆସୁଛି? ମୁଁ ଯଦି ଏହା ପ୍ରଗ୍ଭର କରିଥିଲି, ତା'ହେଲେ କ୍ରୁଶ ସମ୍ବନ୍ଧୀୟ ମୋର ଶିକ୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇ ନ ଥା’ନ୍ତା। 12 ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତେଜିତ କରୁଛନ୍ତି, ସେମାନେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାନ୍ତି କାହିଁକି?
2010 by World Bible Translation Center