Revised Common Lectionary (Semicontinuous)
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ସଦାପ୍ରଭୁଙ୍କ ପ୍ରଶଂସା
18 ତୁମ୍ଭ ପରି ପରମେଶ୍ୱର ଆଉ ସେଠାରେ କେହି ନାହିଁ।
ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର।
ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ୟ କ୍ଷମା ଦିଅ।
ତୁମ୍ଭେ ସର୍ବଦା କ୍ରୋଧିତ ହେବ ନାହିଁ
କାରଣ ତୁମ୍ଭେ ସ୍ନେହ ଗ୍ଭହଁ।
19 ସେ ପୁନର୍ବାର ଫେରିବେ ଓ ଆମ୍ଭମାନଙ୍କୁ କୃପା କରିବେ।
ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦରେ ଦଳି ଦେବେ ଓ ସମସ୍ତ ପାପକୁ ଅତଳ ସମୁଦ୍ରରେ ନେଇ ନିକ୍ଷେପ କରିବେ।
20 ହେ ପରମେଶ୍ୱର, ଯାକୁବ ପ୍ରତି ସତ୍ୟ
ଓ ଅବ୍ରହାମ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠାରେ ଶପଥ କରିଥିଲ।
2 ଶୁଣ! ମୁଁ ପାଉଲ କହୁଛି, ଯଦି ତୁମ୍ଭେମାନେ ସୁନ୍ନତ ହୋଇ ବ୍ୟବସ୍ଥା ନିକଟକୁ ଫେରି ଯିବ, ତା'ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହେବେ ନାହିଁ। 3 ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି: ଯଦି ଜଣେ କେହି ସୁନ୍ନତକୁ ଗ୍ରହଣ କରିବ, ତା'ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ ହେବ। 4 ଯଦି ତୁମ୍ଭେମାନେ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସହିତ ଧାର୍ମିକ ହେବାକୁ ଚେଷ୍ଟା କରୁଛ, ତା'ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କଲ। 5 ମୁଁ ଏହା କହେ କାରଣ ଆମେ ଆଶା କରୁ ଯେ, ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବୁ। 6 ଆତ୍ମାଙ୍କ ସାହାଯ୍ୟରେ ଆମେ ଏଥିପାଇଁ ଅପେକ୍ଷା କରି ରହିଛୁ। ଯଦି କେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି, ତା'ହେଲେ ସେ ସୁନ୍ନତ ହୋଇଛି ନା ନାହିଁ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରେମଜନକ ବିଶ୍ୱାସ, ଯାହା କାର୍ଯ୍ୟରେ ପରିପ୍ରକାଶ ହୁଏ।
2010 by World Bible Translation Center