Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 21:8-21

ଗୃହରେ ବିବାଦ ଦେଖା ଦେଲା

ଯେତେବେଳେ ଇ‌ସ୍‌ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ। ହାଗାରର ପୁଅ ଖେଳୁଥିବାର[a] ସାରା ଦେଖିଲେ। ଯାହା ହାଗାର ମିଶରୀୟ ଏହି ପୁତ୍ର ଅବ୍ରହାମଙ୍କ ଦ୍ୱାରା ହୋଇଥିଲା। 10 ସାରା ଅବ୍ରହାମଙ୍କୁ କହିଲେ, “ସେହି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତେବେଳେ ଆମ୍ଭେ ମରିଯିବା ମୋର ପୁତ୍ର ଇ‌ସ୍‌ହାକ ଆମ୍ଭର ଉତ୍ତରାଧିକାରୀ ହେବ। ମୁଁ ସେହି ଦାସୀର ପୁତ୍ର, ଇ‌ସ୍‌ହାକ ସହିତ ଅଂଶ ଅଧିକାର ପାଉ ବୋଲି ଗ୍ଭହେଁ ନାହିଁ।”

11 ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଏଲ ବିଷୟରେ ବହୁତ ଭାବିଲେ। 12 କିନ୍ତୁ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭର ସେହି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ୟସ୍ତ ହେବାର ନାହିଁ। ସାରା ଯେପରି ଗ୍ଭହୁଁଛି ସେପରି କର। ଇ‌ସ୍‌ହାକ ତୁମ୍ଭର ପରିବାରର ନାମ ରଖିବ। 13 କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ୟ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।”

14 ତା’ ପରଦିନ ପ୍ରତ୍ୟୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲେ। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ସେହି ଜିନିଷ ସହିତ ପଠାଇ ଦେଲେ। ହାଗାର ସେ ସ୍ଥାନ ଛାଡ଼ି ‌ବେ‌ର୍‌ଶେବା ମରୁଭୂମିରେ ଭ୍ରମଣ କଲେ।

15 ଯେତେବେଳେ ସମସ୍ତ ପାଣି ଶେଷ ହୋଇଗଲା ସେତେବେଳେ ହାଗାର ତା'ର ପୁତ୍ରକୁ ଏକ ବୁଦା ତଳେ ରଖିଲା। 16 ହାଗାର ସେଠାରୁ କିଛି ଦୂରକୁ ଗଲା, ସେତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ଯାଏ। ସେଠାରେ ସେ ଯାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସେଠାରେ କ୍ରନ୍ଦନ କଲା।

17 ପରମେଶ୍ୱର ସେହି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ୱରଙ୍କର ଦୂତ ସ୍ୱର୍ଗରୁ ହାଗାରକୁ କହିଲେ, “କ’ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସେହି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି। 18 ଯାଅ ଏବଂ ବାଳକକୁ ସାହାଯ୍ୟ କର। ତା'ର ହାତ ଧରି ତାକୁ ଆଗେଇ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।”

19 ଏହା ପରେ ପରମେଶ୍ୱର ହାଗାରକୁ ଏକ କୂପ ଦେଖାଇଲେ। ତେଣୁ ହାଗାର ସେହି କୂପ ପାଖକୁ ଯାଇ ତାଙ୍କର ଥଳିରେ ପାଣି ଭର୍ତ୍ତିକଲା। ଏହା ପରେ ତା'ର ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲା।

20 ପରମେଶ୍ୱରଙ୍କର ଦୟାରୁ ସେହି ବାଳକ ବଡ଼ ହେଲା। ଇଶ୍ମାଏଲ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୁଣଭାବରେ ଶିକ୍ଷା କଲା। 21 ତା'ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ।

ଗୀତସଂହିତା 86:1-10

ଦାଉଦଙ୍କର ପ୍ରାର୍ଥନା।

86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
    ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
    ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
    ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
    ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
    ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
    ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
    ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
    ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
    ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।

ଗୀତସଂହିତା 86:16-17

16 ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର।
    ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ।
    ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର।
17 ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ।
    ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ।
    ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ।

ରୋମୀୟଙ୍କ ପ୍ରତି ପତ୍ର 6:1-11

ପାପ ପାଇଁ ମୃତ, କିନ୍ତୁ ଖ୍ରୀଷ୍ଟଙ୍କ ପ୍ରତି ଜୀବିତ

ତା'ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଗ୍ଭଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ? ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା'ହେଲେ ଆମ୍ଭେ ଆଉ ପାପ କରି ଗ୍ଭଲିପାରିବା କି? ତୁମ୍ଭେମାନେ କ’ଣ ମନେ ରଖିଛ କି ଯେତେବେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଅଂଶ ହୋଇଗଲୁ। ଆମ୍ଭର ବାପ୍ତିଜିତ ହେବାରେ ଆମ୍ଭେ ତାହାଙ୍କର ମୃତ୍ୟୁର ମଧ୍ୟ ଭାଗୀଦାର ହେଲୁ। ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍‌‌ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା।

ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ ଓ ଆମ୍ଭେ ମଧ୍ୟ ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ। ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେବା ଭଳି ଆମ୍ଭେ ମଧ୍ୟ ମୃତ୍ୟୁରୁ ଜୀବିତ ହୋଇ ତାହାଙ୍କ ସହିତ ସଂଯୁକ୍ତ ହେବା। ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ତାହାଙ୍କ ସହିତ ମୃତ ହୋଇ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ୱ ନ କରିବା ପାଇଁ ଏପରି ଘଟିଲା। ତା'ପରେ ଆମ୍ଭେ ପାପର ଦାସ ହେବୁ ନାହିଁ। ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ୱରୁ ମୁକ୍ତ ହୋଇ ଯାଇଛି।

ଆମ୍ଭେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଛୁ, ତା'ହେଲେ ଜାଣୁ ଯେ ଆମ୍ଭେ ମଧ୍ୟ ତାହାଙ୍କ ସହିତ ଜୀବିତ ରହିବା। ଖ୍ରୀଷ୍ଟ ମୃତ୍ୟୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ। ଏବେ ମୃତ୍ୟୁର ତାଙ୍କ ଉପରେ ଆଉ କୌଣସି କର୍ତ୍ତୃତ୍ୱ ନାହିଁ। 10 ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ୟୁ କଲେ, ଏହା ସବୁ ଦିନ ପାଇଁ ଯଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନଯାପନ କରନ୍ତି ତାହା ପରମେଶ୍ୱରଙ୍କ ପାଇଁ କରନ୍ତି। 11 ସେହିଭଳି ତୁମ୍ଭେମାନେ ମଧ୍ୟ ପାପର ଶକ୍ତି ବିଷୟରେ ନିଜକୁ ମୃତ ବୋଲି ଭାବିବା ଉଚିତ୍। ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।

ମାଥିଉ ଲିଖିତ ସୁସମାଗ୍ଭର 10:24-39

24 “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ 25 ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆ‌‌‌ଲ୍‌ଜିବୂଲ୍’[a] କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।

ପରମେଶ୍ୱରଙ୍କୁ ଭୟ କର, ମାତ୍ର ମନୁଷ୍ୟକୁ ନୁହେଁ

(ଲୂକ 12:2-7)

26 “ତେଣୁ ସେହି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡ଼ିବ। 27 ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।

28 “ଲୋକଙ୍କୁ ଭୟ କର ନାହିଁ। ସେମାନେ କେବଳ ତୁମ୍ଭର ଶରୀରକୁ ମାରି ପାରିବେ, ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କେବଳ ପରମେଶ୍ୱରଙ୍କୁ ଭୟ କର, ସେ କେବଳ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦେଇ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠେଇ ପାରିବେ। 29 ଗୋଟିଏ ପଇସା ମୂଲ୍ୟରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତିରେ ସେଥିରୁ ଗୋଟିଏ ହେଲେ ମଧ୍ୟ ତଳେ ପଡ଼ିବ ନାହିଁ। 30 ତୁମ୍ଭ ମୁଣ୍ଡରେ କେତୋଟି ବାଳ ଅଛି, ସେ କଥା ମଧ୍ୟ ପରମେଶ୍ୱର ଜାଣନ୍ତି। 31 ତେଣୁ ଭୟଭୀତ ହୁଅ ନାହିଁ। ତୁମ୍ଭେ ଅନେକ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍।

ଯୀଶୁଙ୍କଠାରେ ବିଶ୍ୱାସ

(ଲୂକ 12:8-9)

32 “ଯଦି କେହି ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋତେ ବିଶ୍ୱାସ କରେ ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ମୋର ନିଜ ଲୋକ। 33 କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ ସେ ମୋତେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।

ଯୀଶୁଙ୍କ ଅନୁସରଣ ତୁମ୍ଭ ପାଇଁ ବିପଦ ଆଣିପାରେ

(ଲୂକ 12:51-53; 14:26-27)

34 “ତୁମ୍ଭେ ଭାବ ନାହିଁ ଯେ ମୁଁ ପୃଥିବୀରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖ‌‌ଡ଼୍‌‌ଗ ଆଣିବା ପାଇଁ ଆସିଛି। 35 ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି:

‘ପୁଅ ତା’ ବାପା ବିରୁଦ୍ଧରେ,
    ଝିଅ ତା’ ମା ବିରୁଦ୍ଧରେ
ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।
36     ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’(A)

37 “ଯେଉଁ ଲୋକ ମୋ’ ଅପେକ୍ଷା ତା’ ବାପାମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। 38 ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କ୍ରୁଶ ବୋହି ମୋର ଅନୁସରଣ କରେ ନାହିଁ, ସେ ମୋତେ ପାଇବାକୁ ଯୋଗ୍ୟ ନୁହେଁ। 39 ଯେଉଁ ଲୋକ ମୋ’ ଅପେକ୍ଷା ତା’ ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇବସିବ। କିନ୍ତୁ ଯେଉଁ ଲୋକ ମୋ’ ସକାଶେ ଜୀବନ ହରାଏ, ସେ ବାସ୍ତବଜୀବନ ପାଇ ପାରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center