Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 86:1-10

ଦାଉଦଙ୍କର ପ୍ରାର୍ଥନା।

86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
    ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
    ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
    ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
    ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
    ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
    ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
    ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
    ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
    ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 29:3-7

ଆଉ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,

“‘ହେ ମିଶରର ରାଜା ଫାରୋ, ମୁଁ ତୁମ୍ଭର ବିପକ୍ଷ ଅଟେ।
    ତୁମ୍ଭେ ଆପଣା ସ୍ରୋତ ସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ ଜୀବ କୁମ୍ଭୀର ସଦୃଶ।
ତୁମ୍ଭେ କହିଅଛ, “ଏ ନଦୀ ମୋର,
    ମୁଁ ନିଜ ପାଇଁ ଏହାକୁ ସୃଷ୍ଟି କରିଅଛି।”

4-5 “‘ମାତ୍ର ମୁଁ ତୁମ୍ଭ ମାଢ଼ିରେ ଅଙ୍କୁଶ ଦେବି
    ଓ ତୁମ୍ଭ ସ୍ରୋତ ସମୂହର ମତ୍ସ୍ୟ ସକଳକୁ ତୁମ୍ଭ ଦେହର କାତିରେ ଲଗାଇବି।
ଆଉ ସେହି ସ୍ରୋତ ସମୂହ ମଧ୍ୟରୁ ତୁମ୍ଭକୁ
    ଓ ତୁମ୍ଭ କାତିରେ ଲାଗିଥିବା ସମସ୍ତ ମତ୍ସ୍ୟଙ୍କୁ ବାହାର କରି ଉପରକୁ ଆଣିବା।
ତୁମ୍ଭକୁ ଓ ସମସ୍ତ ମତ୍ସ୍ୟଙ୍କୁ ପ୍ରାନ୍ତରରେ ଛାଡ଼ି ଦେବି
    ଓ ତୁମ୍ଭେ ପଦାରେ ପଡ଼ିରହିବ।
ତୁମ୍ଭକୁ କେହି ସଂଗ୍ରହ କରିବେ ନାହିଁ ଓ କବର ଦେବେ ନାହିଁ।
    ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖେଚରମାନଙ୍କର ଖାଦ୍ୟ ହେବ।
ତେଣୁ ମୁଁ ଯେ ସଦାପ୍ରଭୁ ଅଟେ
    ଏହା ମିଶର ନିବାସୀ ସମସ୍ତେ ଜାଣିବେ।

“‘କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି
    ଏକ ନାଳର ଆଶାବାଡ଼ି ହୋଇଅଛନ୍ତି।
ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ,
    ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ।
ଆଉ ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ
    ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।’”

ଲୂକ ଲିଖିତ ସୁସମାଗ୍ଭର 11:53-12:3

53 ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନେକ କଷ୍ଟ ଦେବା ଆରମ୍ଭ କରି ଦେଲେ। ସେମାନେ ଯୀଶୁଙ୍କୁ ଅନେକ ବିଷୟରେ ପ୍ରଶ୍ନମାନ ପଗ୍ଭରି ତାହାଙ୍କଠାରୁ ଉତ୍ତର ଗ୍ଭହୁଁଥିଲେ। 54 କାରଣ ସେମାନେ ଯୀଶୁଙ୍କୁ କିଛି ଭୁଲ୍ କଥା କୁହାଇ ଫାନ୍ଦରେ ପକେଇବାକୁ ବାଟ ଖୋଜୁ ଥିଲେ।

ଫାରୂଶୀମାନଙ୍କ ଭଳି ହୁଅ ନାହିଁ

12 ହଜାର ହଜାର ଲୋକ ଆସି ଜମା ହୋଇ ଗଲେ। ଲୋକେ ଜଣେ ଜଣକୁ ମାଡ଼ି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ୟମାନଙ୍କୁ କହିଲେ, “ଫାରୂଶୀମାନଙ୍କ ଖମୀରଠାରୁ ଦୂରରେ ରୁହ। ମୋ’ କହିବାର ଅଭିପ୍ରାୟ ହେଉଛି ଯେ, ସେମାନେ କପଟୀ। ଲୁଚି ରହିଥିବା ପ୍ରତ୍ୟେକ ଜିନିଷକୁ ପ୍ରକାଶ କରି ଦିଆ ଯିବ। ଗୋପନରେ ରହିଥିବା ପ୍ରତ୍ୟେକ ବିଷୟକୁ ପ୍ରକାଶ କରାଯିବ। ତୁମ୍ଭେମାନେ ଅନ୍ଧକାରରେ କହୁଥିବା କଥା ଆଲୁଅରେ କହି ଦିଆ ଯିବ। ଗୋଟିଏ ଏକାନ୍ତ କୋଠରି ଭିତରେ ଚୁପ୍ କରି କାହା କାନରେ ତୁମ୍ଭେମାନେ କିଛି କହିଲେ ମଧ୍ୟ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆ ଯିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center