Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 126

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ଆଦିପୁସ୍ତକ 25:7-11

ଅବ୍ରହାମ 175 ବର୍ଷ ବଞ୍ଚିଲେ। ଏହା ପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ୟୁବରଣ କଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ। ତାଙ୍କର ପୁତ୍ର ଇ‌ସ୍‌ହାକ ଓ ଇଶ୍ମାଏଲ ମମ୍ରିର ନିକଟରେ ହେତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମ‌କ୍‌ପେଲା ନାମକ ଗୁହାରେ ତାହାଙ୍କୁ କବର ଦେଲେ। 10 ଯେହେତୁ ଅବ୍ରହାମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା। 11 ଅବ୍ରହାମଙ୍କ ମୃତ୍ୟୁପରେ ପରମେଶ୍ୱର ତାଙ୍କର ପୁତ୍ର ଇ‌ସ୍‌ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇ‌ସ୍‌ହାକ ବେର-ଲହୟରୋୟୀ ନାମକ ସ୍ଥାନରେ ବସତି କଲେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:13-3:5

ତୁମ୍ଭେମାନେ ମୁକ୍ତି ପାଇଁ ମନୋନୀତ

13 ଭାଇ ଓ ଭଉଣୀମାନେ! ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ୍। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଥିବା ଯୋଗୁଁ ତୁମ୍ଭେମାନେ ଉଦ୍ଧାର ପାଇଛ। 14 ପରମେଶ୍ୱର ସେହି ମୁକ୍ତି ଦେବା ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭର ମାଧ୍ୟମରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହିମାରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ। 15 ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ୱାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ୱାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ୟମରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।

16-17 ତୁମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଉତ୍ତମ କଥା କହିବା ପାଇଁ ସକ୍ଷମ ହେବ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ୱର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆମ୍ଭକୁ ପ୍ରେମ କରନ୍ତି। ନିଜ ଅନୁଗ୍ରହ ମାଧ୍ୟମରେ ସେ ଆମ୍ଭକୁ ଅନନ୍ତକାଳସ୍ଥାୟୀ ଉତ୍ସାହ ଓ ଉତ୍ତମ ଭରସା ଦେଇଛନ୍ତି।

ଆମ୍ଭ ପାଇଁ ପ୍ରାର୍ଥନା କର

ଭାଇ ଓ ଭଉଣୀମାନେ! ଏବେ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, ଯେ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ ହେବ। ପ୍ରାର୍ଥନା କର, ତୁମ୍ଭେମାନେ ଯେଉଁଭଳି ସେହି ଶିକ୍ଷାକୁ ସମ୍ମାନ ଦେଲ, ଠିକ୍ ସେହିଭଳି ଲୋକେ ସେହି ଶିକ୍ଷାକୁ ସମ୍ମାନ ଦେବେ। ଆହୁରି ମଧ୍ୟ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠାରେ ବିଶ୍ୱାସ ନ ଥାଏ।)

ପରମେଶ୍ୱର ହେଉଛନ୍ତି ବିଶ୍ୱସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସେହି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ। ତୁମ୍ଭମାନଙ୍କୁ କୁହାଯାଇଥିବା କାମସବୁ ତୁମ୍ଭେମାନେ କରୁଛ ବୋଲି ପରମେଶ୍ୱର ଆମ୍ଭକୁ ନିଶ୍ଚିତ ଭାବେ ଉପଲ‌ବ୍‌‌‌‌ଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭେମାନେ ଏହି କାମ ସବୁ କରି ଗ୍ଭଲିଥିବ। ଖ୍ରୀଷ୍ଟଙ୍କର ଧୈର୍ଯ୍ୟ ଓ ପରମେଶ୍ୱରଙ୍କ ପ୍ରେମ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହେବା ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଗ୍ଭଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center