Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 126

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ଆଦିପୁସ୍ତକ 23:1-19

ସାରାର ମୃତ୍ୟୁ

23 ସାରା 127 ବର୍ଷ ବଞ୍ଚିଲେ। ସାରା କିଣାନ ଦେଶସ୍ଥ କିରିୟଥ-ଅର୍ବର ହିବ୍ରୋଣରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ। ଏହା ପରେ ଅବ୍ରହାମ ସେହି ମୃତ ଦେହକୁ ଛାଡ଼ି ହେତରମାନଙ୍କୁ କହିଲେ। ସେ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ଦେଶରେ ଏକା ବିଦେଶୀ ଅଟେ। ମୋର ସ୍ତ୍ରୀକୁ କବର ଦେବା ପାଇଁ ସ୍ଥାନ ମୋର ନାହିଁ। ଦୟାକରି ମୋର ସ୍ତ୍ରୀ ପାଇଁ କବର ସ୍ଥାନରେ ମୋତେ ଅଧିକାର ଦିଅ।”

ହେତର ଲୋକମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ, “ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନରେ ଯେକୌଣସି ସ୍ଥାନରେ କବର ଦେଇ ପାରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କେହି ଅଟକାଇବୁ ନାହିଁ।”

ଅବ୍ରହାମ ଉଠି ସେହି ଲୋକମାନଙ୍କୁ ପ୍ରଣାମ କଲେ। ଅବ୍ରହାମ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ମୋର ସ୍ତ୍ରୀକୁ କବର ଦେବା ପାଇଁ ସାହାଯ୍ୟ କରିବାକୁ ଗ୍ଭହୁଁଥାଅ। ତେବେ ତୁମ୍ଭେମାନେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କର। ସେ ହୁଏତ ମ‌କ୍‌ପେଲାର ଗୁମ୍ଫା ଉଚିତ୍ ମୂଲ୍ୟରେ ମୋତେ ବିକି ଦେବେ, ଯାହା ତାଙ୍କର ଅଛି, ତାଙ୍କର କ୍ଷେତର ଶେଷ ଭାଗରେ ଯାହା ଅଛି। ମୁଁ ଗ୍ଭହେଁ ତୁମ୍ଭେମାନେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହୁଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ୟବହାର କରିବା ପାଇଁ କ୍ରୟ କରୁଛି।”

10 ସେହି ସମୟରେ ଇଫ୍ରୋଣ ସେହି ଲୋକମାନଙ୍କ ମଧ୍ୟରେ ବସିଥିଲା। ତେଣୁ ହେତର ଇଫ୍ରୋଣ ଆପଣା ନଗର ବହିଃଦ୍ୱାର ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା। 11 “ନା ମୁନିବ, ସେପରି ହେବ ନାହିଁ। ମୋ’ କଥା ଶୁଣନ୍ତୁ ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି। ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି। ଆପଣ ନିଜ ସ୍ତ୍ରୀର ମୃତ ଦେହକୁ କବର ଦିଅନ୍ତୁ।”

12 ଅବ୍ରହାମ ହେତର ଲୋକମାନଙ୍କୁ ପ୍ରଣାମ କଲେ। 13 ଅବ୍ରହାମ ଇଫ୍ରୋଣକୁ ସମସ୍ତଙ୍କ ଆଗରେ କହିଲେ, “କିନ୍ତୁ ମୁଁ ତୁମ୍ଭକୁ ସେହି ସ୍ଥାନର ସମସ୍ତ ପଇସା ଦେବାକୁ ଗ୍ଭହୁଁଅଛି। ମୋର ଅର୍ଥକୁ ଗ୍ରହଣ କର। ଏବଂ ମୁଁ ମୋର ସ୍ତ୍ରୀର ମୃତ ଦେହକୁ କବର ଦେବି।”

14 ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲେ, 15 “ମହାଶୟ, ମୋର କଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ୟ ତ ଗ୍ଭରିଶହ ଶେକଲ ରୂପା ଆପଣଙ୍କ ପାଇଁ ଓ ମୋ’ ପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।”

16 ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ୟ ବିଷୟରେ କଥା କହୁଛି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ୟ ଦେଲେ। ଯାହା ହେତୀୟମାନଙ୍କର ଥିଲା। ଅବ୍ରହାମ ଅଢ଼େଇ ପାଉଣ୍ଡ ରୂପା ସମସ୍ତଙ୍କ ସମ୍ମୁଖରେ ଇଫ୍ରୋଣକୁ ଦେଲେ।

17-18 ଏଣୁ ଇଫ୍ରୋଣ ସେହି ଭୂମିର ମାଲିକାନା ବଦଳାଇଲେ। ମମ୍ରି ପାଖରେ ଯେଉଁ ଜମି ମ‌କ୍‌ପେଲାରେ ଥିବା ଗୁହା ପାର୍ଶ୍ୱ ଏବଂ ଚତୁର୍ପାର୍ଶ୍ୱରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା। ଏହି ଚୁକ୍ତି ନଗର ଫାଟକରେ ହେତର ଲୋକମାନଙ୍କ ଆଗରେ କରାଗଲା। 19 ଏହା ପରେ ଅବ୍ରହାମ ମ‌କ୍‌ପେଲା କ୍ଷେତ୍ରସ୍ଥିତ ଗୁହାରେ ମମ୍ରିର ପାର୍ଶ୍ୱରେ ହେବ୍ରୋଣ ମଧ୍ୟରେ କିଣାନ ଦେଶରେ ନିଜର ସ୍ତ୍ରୀ ସାରାଙ୍କୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ଥିଲା।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:1-5

ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ। ଆମ୍ଭେ ଏବେ ଯେଉଁ ଅସୁବିଧାରେ ଅଛୁ, ସେଥିରେ ତୁମ୍ଭେମାନେ କେହି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭେମାନେ ଜାଣିଥିଲ ଯେ ଆମ୍ଭେ ଭବିଷ୍ୟତରେ ଏଭଳି କଷ୍ଟ ନିଶ୍ଚୟ ପାଇବା। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି। ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଜାଣି ପାରିବା ଉଦ୍ଦେଶ୍ୟରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମୋର ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ୱାରା ପରାଜିତ କରିଥିବ। ତା'ହେଲେ ଆମ୍ଭର କଠୋର ପରିଶ୍ରମ ବ୍ୟର୍ଥ ହୋଇଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center