Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 116:1-2

116 ମୁଁ ତାଙ୍କୁ ପ୍ରେମ କରେ,
    କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
    ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।

ଗୀତସଂହିତା 116:12-19

12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
    ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
    ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
    ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।

15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
    ସ‌ଦ୍‌ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
    ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
    ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
    ମନ୍ଦିରକୁ ଯିବି।

ସଦାପ୍ରଭୁଙ୍କର ପ୍ରଶଂସା କର!

ଆଦିପୁସ୍ତକ 24:10-52

ଖୋଜା ଆରମ୍ଭ ହେଲା

10 ସେହି ଦାସ ଅବ୍ରହାମଙ୍କର ଦଶଟା ଓଟ ନେଇ ସେହି ସ୍ଥାନ ପରିତ୍ୟାଗ କଲେ। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସେହି ଦାସ ନାହୋର, ଅରାମନହରୟିମର ନଗରକୁ ଯାତ୍ରା କଲେ। 11 ଏହା ପରେ ସେ ନଗର ବାହାରେ ଥିବା ସେହି ସ୍ଥାନକୁ ଗଲେ, ଯେଉଁଠାକୁ କନ୍ୟାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହାରେ ସେହି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ।

12 ଦାସ ପ୍ରାର୍ଥନା କଲେ ଏବଂ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ମୋର ପ୍ରଭୁଙ୍କର ପରମେଶ୍ୱର। ମୋର ଜୀବନର ଲକ୍ଷ୍ୟ ସଫଳ କରାଇ, ମୋହର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର। 13 ଏହିଠାରେ ମୁଁ କୂପ ନିକଟରେ ଛିଡ଼ା ହୋଇ ଅଛି। ଏବଂ ନଗରରୁ କନ୍ୟାମାନେ ପାଣି ନେବାକୁ ଏଠାକୁ ଆସୁଛନ୍ତି। 14 ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇ‌ସ୍‌ହାକର ସ୍ତ୍ରୀ ହେବ। ମୁଁ ସେହି ଝିଅକୁ କହିବି ‘ଦୟାକରି ତୁମ୍ଭର ପାତ୍ର ମୋ’ ଆଡ଼କୁ ତଳମୁହାଁ କର। ଯେପରି ମୁଁ ପାଣି ପିଇ ପାରିବି।’ ମୁଁ ଜାଣି ପାରିବି ସେହି ହେଉଛି ଉପଯୁକ୍ତ ପାତ୍ରୀ ଯିଏ କହିବ, ‘ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ୟ ପାଣି ଦେବି।’ ଯଦି ଏହିପରି ହୁଏ, ତେବେ ମୁଁ ଜାଣିବି ସେ ହେଉଛି ଇ‌ସ୍‌ହାକ ପାଇଁ ଉପଯୁକ୍ତ କନ୍ୟା। ଏବଂ ମୁଁ ଜାଣିବି ତୁମ୍ଭେ ମୋର ମୁନିବଙ୍କ ଉପରେ ଦୟା କଲ।”

ଗୋଟିଏ ସ୍ତ୍ରୀ ବଛାଗଲେ

15 ଏହା ପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ଯୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂୟେଲର ଝିଅ। ବଥୂୟେଲ ମି‌ଲ୍‌କାର ପୁତ୍ର ଥିଲେ, ଯିଏ କି ଅବ୍ରହାମଙ୍କର ଭାଇ ନାହୋର ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧରେ ଥୋଇ କୂଅ ନିକଟକୁ ଆସିଲେ। 16 ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ୟ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲେ ଓ ତା'ର ପାତ୍ରରେ ପାଣି ଭର୍ତ୍ତି କଲେ। 17 ଏହା ପରେ ସେହି ଦାସଜଣକ ତାଙ୍କ ପାଖକୁ ଗଲେ ଏବଂ କହିଲେ, “ଦୟାକରି ତୁମ୍ଭ ପାତ୍ରରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”

18 ରିବିକା ତ‌‌‌ତ୍‌‌‌କ୍ଷଣାତ୍ ତାଙ୍କ କାନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, “ହେ ମହାଶୟ ପାନ କର।” 19 ଜଳପାନ କରିବାକୁ ଦେଇ ରିବିକା କହିଲେ, “ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” 20 ଏହା ପରେ ରିବିକା କୂଅରୁ ପାଣି କାଢ଼ି କୁଣ୍ଡରେ ଢାଳିଲେ ଓ ପୁନରାୟ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।

21 ତା'ପରେ ସେ କନ୍ୟାକୁ ଅତି ପାଖରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହେବାପରେ ଏବଂ ଜାଣିଲେ ସଦାପ୍ରଭୁ ତାଙ୍କର ଯାତ୍ରା ସଫଳ କରିଥିଲେ। 22 ଓଟମାନେ ପାଣି ପିଇ ସାରିବା ପରେ ସେହି ଦାସ ରିବିକାଙ୍କୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା। 23 ସେହି ଦାସଜଣକ ପଗ୍ଭରିଲେ, “ତୁମ୍ଭ ବାପାଙ୍କର ନାମ କ’ଣ? ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?”

24 ରିବିକା ଉତ୍ତର ଦେଲେ, “ମୋର ପିତା ବଥୂୟେଲ, ନାହୋରର ଓ ମି‌ଲ୍‌କାର ଜନ୍ମ ପୁତ୍ର।” 25 ଏହା ପରେ ସେ ମଧ୍ୟ କହିଲେ, “ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।”

26 ସେହି ଦାସଜଣକ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ। 27 ସେହି ଦାସଜଣକ କହିଲେ, “ମୋର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହୁଅନ୍ତୁ। ଯେହେତୁ ସଦାପ୍ରଭୁ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି। ସଦାପ୍ରଭୁ ମୋ’ କର୍ତ୍ତାଙ୍କର ସମ୍ପର୍କୀୟଙ୍କ ଗୃହକୁ କଢ଼ାଇ ନେଲେ।”

28 ଏହା ପରେ ରିବିକା ଦୌଡ଼ିଯାଇ ତାଙ୍କ ପରିବାରରେ ଏହି କଥା ଜଣାଇଲେ। 29-30 ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତରେ ଯେତେବେଳେ ବଳା ଦେଖିଲେ। ସେ କୂଅ ପାଖକୁ ଦୌଡ଼ିଗଲେ। ଏବଂ ସେହିଲୋକ ଜଣକ ଓଟମାନଙ୍କୁ ଧରି ସେହି କୂପ ପାଖରେ ଠିଆ ହୋଇଥିଲେ। 31 ଲାବନ କହିଲେ, “ଭିତରକୁ ଆସ, ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି। ତୁମ୍ଭର ବାହାରେ ଠିଆ ହେବା ଦରକାର ନାହିଁ। ମୁଁ ତୁମ୍ଭ ପାଇଁ ଏବଂ ତୁମ୍ଭର ଓଟ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିଅଛି।”

32 ତେଣୁ ଅବ୍ରହାମଙ୍କର ଦାସ ଗୃହକୁ ଗଲେ। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାଯ୍ୟ କଲେ ଏବଂ ସେମାନଙ୍କ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ୟମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ଯଦ୍ଦ୍ୱାରା କି ସେମାନେ ପାଦ ଧୋଇବେ। 33 ଏହା ପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସେହି ଦାସ ଖାଇବାକୁ ମନା କଲେ। ସେ କହିଲେ, “ମୁଁ ଆସିବାର ଉଦ୍ଦେଶ୍ୟ ନ କହିବା ପର୍ଯ୍ୟନ୍ତ ତୁମ୍ଭ ଘରେ ଖାଇବି ନାହଁ।”

ତେଣୁ ଲାବନ କହିଲେ, “ତେବେ କୁହନ୍ତୁ।”

ରିବିକାର ହାତ ମାଗିବା

34 ସେହି ଦାସ ଜଣକ କହିଲେ, “ମୁଁ ହେଉଛି ଅବ୍ରହାମଙ୍କର ଦାସ। 35 ସଦାପ୍ରଭୁ ମୋର ପ୍ରଭୁଙ୍କୁ ସବୁ କ୍ଷେତ୍ରରେ ଅତିଶୟ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହୋଇଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମେଷ, ସୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦେଇଛନ୍ତି। 36 ସାରା ମୋର କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ମୋ’ କର୍ତ୍ତାଙ୍କର ସମସ୍ତ ସମ୍ପତ୍ତି ସେ ପ୍ରାପ୍ତ ହେବ। 37 ମୋର କର୍ତ୍ତା ମୋତେ ପ୍ରତିଜ୍ଞା କରାଇ କହିଲେ, ‘ମୋର ପୁତ୍ରଙ୍କୁ କିଣାନୀୟ ସଙ୍ଗେ ବିବାହ ଦେବ ନାହିଁ। ଯେହେତୁ ଆମ୍ଭେ ସେମାନଙ୍କ ଦେଶରେ ବାସ କରୁଅଛୁ।’ 38 ତେଣୁ ସେ ମୋତେ ପ୍ରତିଜ୍ଞା କରି ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଲେ ଏବଂ କହିଲେ, ‘ଯାଅ ଓ ମୋ’ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରି ଆସ।’ 39 ମୁଁ ମୋର କର୍ତ୍ତାଙ୍କୁ କହିଲି, ‘ଏପରିକି ସେ ସ୍ତ୍ରୀ ମୋ’ ସହିତ ଏଠାକୁ ଆସି ନ ପାରେ।’ 40 କିନ୍ତୁ ମୋର ପ୍ରଭୁ ମୋତେ କହିଲେ, ‘ମୁଁ ସଦାପ୍ରଭୁଙ୍କର ସେବା କରେ ଏବଂ ସଦାପ୍ରଭୁ ତାଙ୍କ ଦୂତଙ୍କୁ ପଠାଇବେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଏବଂ ତୁମ୍ଭର ଯାତ୍ରା ସଫଳ କରିବେ ତୁମ୍ଭେ ଯାଅ। ମୋର ପିତାଙ୍କ ବଂଶରୁ ମୋର ପୁଅ ନିମନ୍ତେ କନ୍ୟା ଆଣିବ। 41 କିନ୍ତୁ ତୁମ୍ଭେ ଯଦି ଯାଅ ମୋର ବନ୍ଧୁବାନ୍ଧବମାନଙ୍କ ପାଖକୁ ଯାଅ, ଆଉ ସେମାନେ ଯଦି ମନା କରିବେ ମୋ’ ପୁତ୍ର ପାଇଁ କନ୍ୟା ଦେବା ପାଇଁ, ତେବେ ତୁମ୍ଭେ ତୁମ୍ଭ ପ୍ରତିଜ୍ଞାରୁ ମୁକ୍ତ ହେବ।’

42 “ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, ‘ସଦାପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଅବ୍ରହାମଙ୍କର ପରମେଶ୍ୱର, ଦୟାକରି ମୋର ଯାତ୍ରା ସଫଳ କରାଅ। 43 ମୁଁ ସେହି କୂପ ନିକଟରେ ଠିଆ ହେଲି ଏବଂ ଜଣେ ନିରୂପିତ କନ୍ୟାକୁ ଅପେକ୍ଷା କଲି, ଯିଏ ଏଠାକୁ ପାଣି ପାଇଁ ଆସିବ। ଏହା ପରେ ମୁଁ କହିଲି, “ଦୟାକରି ମୋତେ ତୁମ୍ଭ ପାତ୍ରରୁ ଜଳପାନ କରିବାକୁ ଦିଅ।” 44 ସେହି କନ୍ୟାଟି ମୋତେ ସ୍ୱତନ୍ତ୍ର ଧରଣର ଉତ୍ତର ଦେଇ କହିବ, “ପାଣି ପିଅନ୍ତୁ। ଏବଂ ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” ଏହି ଉପାୟରେ ମୁଁ ଜାଣିବି ଯେ ସେହି ଝିଅଟିକୁ ସଦାପ୍ରଭୁ, ମୋର ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।’

45 “ମୋର ନୀରବର ପ୍ରାର୍ଥନା ସରିବା ପୂର୍ବରୁ ରିବିକା କାନ୍ଧରେ ଜଳପାତ୍ର ଧରି କୂଅମୂଳକୁ ଆସିଲେ। ସେ ଜଳପାତ୍ର କୂଅ ଭିତରକୁ ପକାଇଲେ ଏବଂ କିଛି ଜଳ କାଢ଼ିଲେ। 46 ଏବଂ ସେ ସଙ୍ଗେ ସଙ୍ଗେ ତା'ର ପାତ୍ର କାନ୍ଧରୁ କାଢ଼ି ମୋ’ ହାତରେ ପାଣି ଢାଳିଲେ। ଏହା ପରେ ସେ କହିଲେ, ‘ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।’ ତେଣୁ ମୁଁ ଜଳପାନ କଲି ଏବଂ ସେ ମଧ୍ୟ ମୋର ଓଟମାନଙ୍କୁ ଜଳପାନ କରାଇଲେ। 47 ତା'ପରେ ମୁଁ ପଗ୍ଭରିଲି, ‘ତୁମ୍ଭର ପିତା କିଏ?’ ସେ ଉତ୍ତର ଦେଲେ, ‘ବଥୂୟେଲ ମୋର ପିତା।’ ଏହା ପରେ ମୁଁ ତାଙ୍କୁ ବଳା ଓ ନଥ ଦେଲି। 48 ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ୟବାଦ କଲି। ସେ ମୋର କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃପୁତ୍ରଙ୍କ କନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମୋର କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି। 49 ବର୍ତ୍ତମାନ ମୋତେ କୁହ, ତୁମ୍ଭେ କ’ଣ ମୋର କର୍ତ୍ତାଙ୍କ ପ୍ରତି ଅନୁଗ୍ରହ କରି ତୁମ୍ଭର କନ୍ୟାକୁ ଦେବ? କିମ୍ବା ତୁମ୍ଭେ କ’ଣ ଫେରାଇଦେବ? ମୋତେ କୁହ ତେବେ ମୁଁ ଜାଣିବି କ’ଣ କରିବା ଉଚିତ୍।”

50 ଏହା ପରେ ଲାବନ୍ ଏବଂ ବଥୂୟେଲ ଉତ୍ତର କଲେ, “ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡ଼ୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରିବୁ ନାହିଁ। 51 ଦେଖ, ରିବିକା ତୁମ୍ଭ ସମ୍ମୁଖରେ ଅଛି, ତାକୁ ନେଇ ପ୍ରସ୍ଥାନ କର। ସଦାପ୍ରଭୁଙ୍କ ଇଚ୍ଛାନୁସାରେ ତାକୁ ତୁମ୍ଭ କର୍ତ୍ତାଙ୍କର ପୁତ୍ରଙ୍କୁ ବିବାହ ଦିଅ।”

52 ଯେତେବେଳେ ଅବ୍ରହାମଙ୍କର ଦାସ ଏହା ଶୁଣିଲେ। ସଦାପ୍ରଭୁଙ୍କଠାରେ ମୁଣ୍ଡ ନୁଆଁଇ ପ୍ରଣାମ କଲେ।

ମାର୍କ ଲିଖିତ ସୁସମାଗ୍ଭର 7:1-13

ପରମେଶ୍ୱରଙ୍କ ବ୍ୟବସ୍ଥା ଓ ମନୁଷ୍ୟକୃତ ନିୟମ

(ମାଥିଉ 15:1-20)

କେତେକ ଫାରୂଶୀ ଓ କେତେକ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଆସି ଯୀଶୁଙ୍କ ଗ୍ଭରିପଟେ ରୁଣ୍ତ ହୋଇଗଲେ। ସେମାନେ ଯୀଶୁଙ୍କର କେତେକ ଶିଷ୍ୟଙ୍କୁ ଅପବିତ୍ର ହାତରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ ଖାଉଥିବାର ଦେଖିଲେ। ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ କେବେ ହେଲେ ଖାଉ ନ ଥିଲେ। ସେମାନେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ। ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସେମାନେ ନିର୍ଦ୍ଧାରିତ ପଦ୍ଧତିରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନେକ ପରମ୍ପରା ସେମାନେ ପାଳନ କରନ୍ତି।

ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର ଶିଷ୍ୟମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡ଼ିକୁ କାହିଁକି ପାଳୁ ନାହାନ୍ତି? ସେମାନେ ଅପବିତ୍ର ହାତରେ ଖାଆନ୍ତି, ସେମାନେ ଏଭଳି କାହିଁକି କରନ୍ତି?”

ଯୀଶୁ କହିଲେ, “ତୁମ୍ଭଭଳି କପଟୀମାନଙ୍କ ସମ୍ବନ୍ଧରେ ଯିଶାଇୟ ଯାହା ଭବିଷ୍ୟ‌ଦ୍‌ବାଣୀ କରିଥିଲେ ତାହା ଯଥାର୍ଥ, ଯିଶାଇୟ ଲେଖିଥିଲେ,

‘ଏ ଲୋକମାନେ କେବଳ ମୁଖରେ ମୋର ସମ୍ମାନ କରନ୍ତି,
    କିନ୍ତୁ ସେମାନଙ୍କ ମନ ମୋ'ଠାରୁ ବହୁ ଦୂରରେ।
ସେମାନଙ୍କର ମୋ’ ପାଇଁ ଉପାସନା ନିରର୍ଥକ,
    କାରଣ ସେମାନେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ୟକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।’(A)

ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରିଛ। ଏବେ ତୁମ୍ଭେମାନେ ମନୁଷ୍ୟକୃତ ପରମ୍ପରାକୁ ଧରି ବସିଛ।”

ଯୀଶୁ ପୁଣି ସେମାନଙ୍କୁ କହିଲେ, “ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରି ଦେଇ ନିଜକୁ ଚତୁର ବୋଲି ଭାବୁଛ। 10 ମୋଶା କହିଥିଲେ, ‘ତୁମ୍ଭେ ତୁମ୍ଭ ବାପା-ମାଙ୍କୁ ସମ୍ମାନ କର’।(B) ସେ ମଧ୍ୟ କହିଥିଲେ, ‘ଯେଉଁ ଲୋକ ନିଜ ବାପା-ମାଙ୍କୁ ଖରାପ କଥା କହେ, ତାକୁ ମାରି ଦିଆଯିବା ଉଚିତ୍’।(C) 11 କିନ୍ତୁ ତୁମ୍ଭେମାନେ ଉପଦେଶ ଦେଉଛ ଯେ, ଜଣେ ଲୋକ ତା'ର ବାପାମାଙ୍କୁ କହି ପାରିବ, ‘ମୋର ଯେଉଁ ପଦାର୍ଥଟିରେ ତୁମ୍ଭର ଲାଭ ହୋଇ ପାରିଥା’ନ୍ତା, ସେହି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ୟବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ୱରଙ୍କୁ ସମର୍ପଣ କରିବି।’ 12 ଏହିଭଳି ସେହି ଲୋକକୁ ତା'ର ବାପାମାଙ୍କ ପାଇଁ କିଛି କରିବା ପାଇଁ ତୁମ୍ଭେମାନେ ଅନୁମତି ଦେଉ ନାହଁ। 13 ନିଜ ନିୟମ ପାଳିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରି ତୁମ୍ଭେମାନେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ପାଳିବା ମହତ୍ତ୍ୱପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦେଇ ତାହା ଏଡ଼େଇ ଦେଉଛ। ଏହିଭଳି ଅନେକ କାମ ତୁମ୍ଭେମାନେ କରୁଛ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center