Revised Common Lectionary (Semicontinuous)
ବୌ
41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
ଯେଉଁମାନେ ମୋତେ ଅପମାନିତ କରୁଥିଲେ।
ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।
ସୁନ୍ନତ୍-ଚୁକ୍ତିର ପ୍ରମାଣ
17 ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର। 2 ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।”
3 ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ, 4 “ଏହା ହେଉଛି ତୁମ୍ଭ ସହିତ ମୋର ଚୁକ୍ତିର ଏକ ଅଂଶ। ମୁଁ ତୁମ୍ଭକୁ ବହୁଜାତିର ପିତା କରିବି। 5 ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦେବି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି। 6 ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ। ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହେବେ। 7 ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ। ଏହି ଚୁକ୍ତି ଅନନ୍ତକାଳସ୍ଥାୟୀ ହେବ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟଦ୍ ବଂଶଧରମାନଙ୍କର ପରମେଶ୍ୱର ହେବି। 8 ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟଦ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”
9 ଏବଂ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ। ତୁମ୍ଭେ ଓ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ। 10 ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ। 11 ତୁମ୍ଭେମାନେ ନିଶ୍ଚୟ ସୁନ୍ନତ[a] ହେବ। ଏହା ତୁମ୍ଭମାନଙ୍କର ନିୟମର ଚିହ୍ନ ହେବ। 12 ତୁମ୍ଭର ପୁତ୍ରମାନଙ୍କୁ ଯେତେବେଳେ ଆଠଦିନ ହେବ, ତୁମ୍ଭେ ସେତେବେଳେ ସେମାନଙ୍କୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଯେଉଁମାନେ ବିଦେଶରୁ କିଣା ଯାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାଯିବ। 13 ସେଥିପାଇଁ ତୁମ୍ଭର ସମସ୍ତ ପୁରୁଷ ସେବକଗଣ ନିଶ୍ଚୟ ସୁନ୍ନତ ହେବେ ଓ ତୁମ୍ଭମାନଙ୍କର ଶରୀରରେ, ଚୁକ୍ତି ହିସାବରେ ମୋର ଚିରନ୍ତନ ଚିହ୍ନ ରହିବ। 14 ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା'ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।”
ଇସ୍ହାକ-ପ୍ରତିଜ୍ଞାର ପୁତ୍ର
15 ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ। 16 ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା'ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”
17 ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”
18 ଏହା ପରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ମୁଁ ଇଚ୍ଛା କରୁଛି ଯେ, ତୁମ୍ଭେ ଇଶ୍ମାଏଲକୁ ଅନୁଗ୍ରହ କରିବ।”
19 ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇସ୍ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।
20 “ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ। 21 କିନ୍ତୁ ମୋର ଚୁକ୍ତି ଇସ୍ହାକ ସହିତ ହେବ। ସାରା ଇସ୍ହାକକୁ ଜନ୍ମ ଦେବ। ଆସନ୍ତା ବର୍ଷ ଏହି ସମୟରେ ଇସ୍ହାକ ଜନ୍ମ ନେବ।”
22 ପରମେଶ୍ୱର ଅବ୍ରହାମଙ୍କ ସହିତ କଥା ହୋଇ ସାରିବା ପରେ ସ୍ୱର୍ଗକୁ ଗ୍ଭଲିଗଲେ। 23 ତା'ପରେ ଠିକ୍ ସେହି ଦିନ ଅବ୍ରହାମ ଇଶ୍ମାଏଲ ଓ ତାଙ୍କର ସମସ୍ତ ସେବକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରିତ କଲେ। ଅବ୍ରହାମ ମଧ୍ୟ କ୍ରୀତଦାସମାନଙ୍କୁ ଏକତ୍ରିତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ୱରଙ୍କ ବାକ୍ୟାନୁସାରେ ଅବ୍ରହାମ ସେମାନଙ୍କୁ ସୁନ୍ନତ କରାଇଲେ।
24 ଅବ୍ରହାମ ଅନେଶ୍ୱତ ବର୍ଷ ବୟସରେ ସୁନ୍ନତ ହେଲେ। 25 ଇଶ୍ମାଏଲଙ୍କୁ ଯେତେବେଳେ ତେର ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସୁନ୍ନତ ହେଲେ। 26 ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଏଲ ସେହି ଗୋଟିଏ ଦିନରେ ସୁନ୍ନତ ହେଲେ। 27 ଯଦିଓ ଅବ୍ରହାମଙ୍କ ପରିବାର ସମସ୍ତ ଲୋକ ସେହିଦିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରୀତଦାସମାନେ ମଧ୍ୟ ସୁନ୍ନତ ହେଲେ।
ଉପାସନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ
13 ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ରଖିଥାଅ। 2 ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି। 3 ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।
4 ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ। 5 ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି:
“ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ;
ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।”(A)
6 ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା:
“ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ,
ମୁଁ ଭୟ କରିବି ନାହିଁ,
ମନୁଷ୍ୟ ମୋର କିଛି କରି ପାରିବ ନାହିଁ।”(B)
7 ତୁମ୍ଭେମାନେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସେମାନେ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସେମାନେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ୟୁ ଭୋଗ କଲେ ତାହା ମନେ ପକାଅ, ଏବଂ ସେମାନଙ୍କର ବିଶ୍ୱାସର ଉଦାହରଣକୁ ଅନୁସରଣ କର। 8 ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି। 9 ନାନା ପ୍ରକାରର ଅଜଣା ଶିକ୍ଷା ଦ୍ୱାରା ଭୁଲ୍ ବାଟରେ ପରିଗ୍ଭଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଶକ୍ତିଶାଳୀ ହେବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ୱାରା କିଛି ସାହାଯ୍ୟ ମିଳେ ନାହିଁ।
10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ[a]ରେ ସେବା କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ। 11 ମହାଯାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନେଇ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହାରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ। 12 ସେହିଭଳି ଯୀଶୁ ମଧ୍ୟ ସହର ବାହାରେ ଯାତନା ପାଇଲେ। ନିଜ ରକ୍ତ ଦ୍ୱାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ। 13 ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ଯିବା ଉଚିତ୍। ଆମ୍ଭେ ମଧ୍ୟ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍। 14 ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। 15 ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ। 16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କେବେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି।
2010 by World Bible Translation Center