Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:41-48

ବୌ

41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
    ଯେଉଁମାନେ ମୋତେ ଅପମାନିତ କରୁଥିଲେ।
    ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
    ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
    ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
    ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।

ଆଦିପୁସ୍ତକ 16:1-15

ହାଗାର, ଦାସୀବାଳିକା

16 ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀୟ ଦାସୀ ଥିଲା। ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ।

ଅବ୍ରାମ କିଣାନ ଦେଶରେ ଦଶ ବର୍ଷ କଟାଇଲା ପରେ ଏହିପରି ହୋଇଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀୟ ଦାସୀ ହାଗାରକୁ ତାଙ୍କ ସ୍ୱାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳରେ ସେ ତା’ ସହିତ ସହବାସ କରି ପାରିବେ। ହାଗାର ଅବ୍ରାମଙ୍କ ଦ୍ୱାରା ଗର୍ଭବତୀ ହେଲା। ଯେତେବେଳେ ହାଗାର ଏହା ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦେଲା ନାହିଁ। କିନ୍ତୁ ସାରା ଅବ୍ରାମଙ୍କୁ କହିଲେ “ଏହା ତୁମ୍ଭର ଭୁଲ୍ ଯେ ମୋର ଦାସୀ ମୋତେ ଖରାପ ବ୍ୟବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦେଇଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହା ପରେ ସେ ମୋତେ ଯେତିକି ସମ୍ମାନ ଦେବା ଉଚିତ୍ ସେତିକି ସମ୍ମାନ ଦେଉ ନାହିଁ। ମୁଁ ଗ୍ଭହୁଁଛି ସଦାପ୍ରଭୁ ତୁମ୍ଭ ଓ ମୋର ବିଗ୍ଭର କରନ୍ତୁ।”

କିନ୍ତୁ ଅବ୍ରାମ ସାରୀକୁ କହିଲେ, “ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା’ ପ୍ରତି ଯାହା ଗ୍ଭହଁ ତାହା କରିପାର।” ତେଣୁ ସାରୀ ତା’ ପ୍ରତି କଠିନ ବ୍ୟବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।

ହାଗାରର ପୁତ୍ର ଇଶ୍ମାଏଲ

ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସେହି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖରେ ଥିଲା। ସଦାପ୍ରଭୁଙ୍କର ଦୂତ କହିଲେ, “ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?”

ହାଗାର ଉତ୍ତର ଦେଲା, “ମୁଁ ମୋର ମାଲିକାଣୀ ସାରୀ ପାଖରୁ ଦୌଡ଼ି ପଳାଇ ଯାଉଛି।”

ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, “ତୁମ୍ଭର ମାଲିକାଣୀ ପାଖକୁ ଫେରିଯାଅ ଓ ନିଜକୁ ତା'ର ପାଖରେ ସମର୍ପଣ କର।” 10 ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।”

11 ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ,

“ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ।
    ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ।
ତୁମ୍ଭେ ତା'ର ନାମ ଇଶ୍ମାଏଲ ଦେବ।
    କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ।
12 ତୁମ୍ଭର ପୁତ୍ର ବନ୍ୟ ଗର୍ଦ୍ଦଭ ଭଳି
    ଜୀବନଯାପନ କରିବ।
ତା'ର ହସ୍ତ ସମସ୍ତଙ୍କ ବିରୁଦ୍ଧରେ
    ଓ ସମସ୍ତଙ୍କର ହସ୍ତ ତା'ର ବିରୁଦ୍ଧରେ ଥିବ।
    ଏବଂ ସେ ତା'ର ଭାଇମାନଙ୍କ ସମ୍ମୁଖରେ ବାସ କରିବ।”

13 ଏହା ପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, “ଯେଉଁ ପରମେଶ୍ୱର ମୋତେ ଦେଖନ୍ତି” ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, “ମୁଁ କ’ଣ ପ୍ରକୃତରେ ତାଙ୍କୁ ଏଠାରେ ଦେଖିଲି ଯିଏ ମୋତେ ଦେଖନ୍ତି?”[a] 14 ତେଣୁ ସେହି କୂପର ନାମ ବେରଲହୟ-ରୋୟୀ ରଖିଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।

15 ହାଗାର ଅବ୍ରାମଙ୍କର ପୁତ୍ରକୁ ଜନ୍ମ ଦେଲା ଏବଂ ଅବ୍ରାମ ତା'ର ନାମ ଇଶ୍ମାଏଲ ଦେଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:14-7:2

ଅଣଖ୍ରୀଷ୍ଟିୟାନମାନଙ୍କ ବିଷୟରେ ସତର୍କ ବାଣୀ

14 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ତୁମ୍ଭେମାନେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସେମାନଙ୍କ ସହିତ ଯୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧ୍ୟରେ କି ସହଭାଗିତା ଅଛି? 15 ଯୀଶୁ ଖ୍ରୀଷ୍ଟ ଓ ବିଲିୟାର୍ ଭିତରେ ଚୁକ୍ତି ହୋଇପାରେ କି? ଜଣେ ବିଶ୍ୱାସୀ ଓ ଜଣେ ଅବିଶ୍ୱାସୀଙ୍କ ଭିତରେ କ’ଣ କିଛି ମେଳ ହୋଇପାରେ? 16 ପରମେଶ୍ୱରଙ୍କ ମନ୍ଦିର[a] ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି:

“ମୁଁ ସେମାନଙ୍କ ସହିତ ରହିବି
    ଓ ସେମାନଙ୍କ ସହିତ ଗ୍ଭଲିବି,
ମୁଁ ସେମାନଙ୍କର ପରମେଶ୍ୱର ହେବି
    ଓ ସେମାନେ ମୋର ଲୋକ ହେବେ।”(A)

17 “ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ
    ସେମାନଙ୍କଠାରୁ ନିଜକୁ ଅଲଗା କରି ରଖ,
ଯାହା ଅଶୁଦ୍ଧ, ତାହାକୁ ଛୁଅଁ ନାହିଁ,
    ତା'ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।”(B)

18 “ମୁଁ ତୁମ୍ଭମାନଙ୍କର ପିତା ହେବି
    ଓ ତୁମ୍ଭେମାନେ ମୋ’ ପୁଅ ଓ ଝିଅ ହେବ
    ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି।”(C)

ଅତଏବ, ଆସ ପରମେଶ୍ୱରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନଯାପନ ପ୍ରଣାଳୀରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରତ୍ୟେକ ବିଷୟକୁ ଦୂର କରିବା।

ପାଉଲଙ୍କ ଆନନ୍ଦ

ନିଜ ହୃଦୟରେ ଆମ୍ଭକୁ ସ୍ଥାନ ଦିଅ। ଆମ୍ଭେ କାହାରି ପ୍ରତି କୌଣସି ଭୁଲ୍ କରି ନାହୁଁ। ଆମ୍ଭେ କାହାରି ବିଶ୍ୱାସରେ ଆଞ୍ଚ ଆଣି ନାହୁଁ, କାହାକୁ ଘୋଷଣା କରି ନାହୁଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center