Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 29

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ଆୟୁବ ପୁସ୍ତକ 39:26-40:5

26 “ଆୟୁବ, ତୁମ୍ଭେ ଉତ୍କ୍ରୋଶପକ୍ଷୀକୁ ଉଡ଼ାଇବା ଶିଖାଇଛ କି?
ତାକୁ ତା'ର ଡେଣା କିପରି ମେଲାଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି?
27 ତୁମ୍ଭେ ସେହି ବ୍ୟକ୍ତି କି ଯିଏ ଉତ୍କ୍ରୋଶପକ୍ଷୀକୁ ଆକାଶର ଖୁବ୍ ଉଚ୍ଚରେ ଉଡ଼ିବା ପାଇଁ କହିଛ।
    ତୁମ୍ଭେ ତାକୁ ଉଚ୍ଚ ପର୍ବତରେ ବସା ବାନ୍ଧିବାକୁ କହିଛ କି?
28 ଉତ୍କ୍ରୋଶପକ୍ଷୀ ପର୍ବତର ଢାଲୁତଟରେ ବାସ କରେ।
    ପର୍ବତର ଢାଲୁତଟ ହେଉଛି ତା'ର ଦୁର୍ଗ।
29 ଉତ୍କ୍ରୋଶପକ୍ଷୀ ତା'ର ଶିକାରକୁ ଦୂର ବସାରୁ ଦେଖି ପାରେ।
    ସେ ବହୁତ ଦୂରରୁ ତା’ ଖାଦ୍ୟ ଦେଖି ପାରେ।
30 ଉତ୍କ୍ରୋଶପକ୍ଷୀ ଏକତ୍ରିତ ହୁଅନ୍ତି, ଯେଉଁଠାରେ ଶବସବୁ ଥାଏ।
    ଏବଂ ତା'ର ଛୁଆମାନେ ମଧ୍ୟ ରକ୍ତ ଶୋଷନ୍ତି।”

40 ସଦାପ୍ରଭୁ ଆୟୁବକୁ ଉତ୍ତର ଦେଇ କହିଲେ,

“ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସହିତ ଯୁକ୍ତି କରୁଛ।
    ଆମ୍ଭେ ଭୁଲ୍ କରିଛୁ ବୋଲି ତୁମ୍ଭେ ବିଗ୍ଭର କରିଛ, କ’ଣ ସ୍ୱୀକାର କରିବ ଯେ ତୁମ୍ଭେ ଭୁଲ୍ କରିଛ ବୋଲି, ତୁମ୍ଭେ ମୋତେ ଉତ୍ତର ଦିଅ।”

ତା'ପରେ ଆୟୁବ ପରମେଶ୍ୱରଙ୍କୁ ଉତ୍ତର ଦେଇ କହିଲା,

“ମୁଁ ଅତି ନିକୃଷ୍ଟ କଥା କହିବାକୁ!
    ମୁଁ ବା ତୁମ୍ଭକୁ କି ଉତ୍ତର ଦେବି?
ମୁଁ ତୁମ୍ଭକୁ ଉତ୍ତର ଦେଇ ପାରିବି ନାହିଁ।
    ମୁଁ ମୋର ହାତଦ୍ୱାରା ମୋର ମୁହଁ ବନ୍ଦ କରିବି।
ମୁଁ କହିଛି କିନ୍ତୁ ଆଉ ଥରେ କହେ ନାହିଁ।
    ମୁଁ ଦୁଇଥର କହିଛି କିନ୍ତୁ ତା'ଠାରୁ ଅଧିକ କିଛି କହି ପାରିବି ନାହିଁ।”

ଯୋହନ ଲିଖିତ ସୁସମାଗ୍ଭର 14:25-26

25 “ମୁଁ ତୁମ୍ଭ ସହିତ ଥିବା ସମୟରେ ଏହିସବୁ କଥା ତୁମ୍ଭମାନଙ୍କୁ କହିଛି। 26 କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center