Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
39 “ଆୟୁବ, ତୁମ୍ଭେ ସିଂହ ପାଇଁ ଖାଦ୍ୟ ପାଇପାରିବ କି?
ତୁମ୍ଭେ ସେମାନଙ୍କ ଭୋକିଲା ଶାବକକୁ ଖାଦ୍ୟ ଦିଅ କି?
40 ସେହି ସିଂହମାନେ ତାଙ୍କ ଗୁମ୍ଫା ଭିତରେ।
ସେମାନେ ଘାସ ଭିତରେ ଝୁଙ୍କି ପଡ଼ି ତାଙ୍କ ଶିକାରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଥା’ନ୍ତି।
41 କିଏ ଡାମରା କାଉକୁ ଖାଦ୍ୟ ଯୋଗାଇ ଦିଏ?
ଯେତେବେଳେ ତା'ର ଶାବକମାନେ ପରମେଶ୍ୱରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲାବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ?
39 “ଆୟୁବ, ତୁମ୍ଭେ ଜାଣିଛ କି କେତେବେଳେ ପାହାଡ଼ୀ ଛେଳି ଜନ୍ମଗ୍ରହଣ କରେ?
ତୁମ୍ଭେ କେବେ ଦେଖିଛ କି ମା’ ହରିଣକୁ ତା'ର ଛୁଆ ଦେବାର?
2 ତୁମ୍ଭେ ଏ କଥା ଜାଣିଛ କି କେତେ ମାସ ପାହାଡ଼ୀ ଛେଳି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା?
ତୁମ୍ଭେ ଜାଣ କି କେତେବେଳେ ସେମାନଙ୍କ ଜନ୍ମ ହେବାର ଉପଯୁକ୍ତ ସମୟ?
3 ସେହି ପଶୁମାନେ ପଡ଼ିରହି ଗର୍ଭ ଯନ୍ତ୍ରଣା ଭୋଗକରି
ତା'ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।
4 ସେହି ପଶୁ ଛୁଆମାନେ କ୍ଷେତରେ ବଡ଼ ସବଳ ହୋଇଯା’ନ୍ତି।
ତା'ପରେ ସେମାନେ ମା’କୁ ଛାଡ଼ି ଗ୍ଭଲିଯାଆନ୍ତି, ଆଉ ଫେରନ୍ତି ନାହିଁ।
5 “ଆୟୁବ, କିଏ ବଣୁଆ ଗଧକୁ ଛାଡ଼ିଦିଅନ୍ତି?
ସେ ସେମାନଙ୍କର ଦଉଡ଼ିସବୁ ଫିଟାନ୍ତି ଏବଂ ସେମାନଙ୍କୁ ଛାଡ଼ିଦିଅନ୍ତି।
6 ମୁଁ ସେହି ବଣୁଆ ଗଧ ପାଇଁ ମରୁଭୂମିକୁ ତା'ର ବାସସ୍ଥାନ କରିଛି।
ମୁଁ ସେହି ଲୁଣିଆ ସ୍ଥାନକୁ ସେମାନଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଛି।
7 ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି।
କେହି ସେମାନଙ୍କୁ ନିୟନ୍ତ୍ରଣ କରି ପାରିବେ ନାହିଁ।
8 ବଣୁଆ ଗଧମାନେ ପାହାଡ଼ରେ ବାସ କରନ୍ତି,
ତାହା ସେମାନଙ୍କ ଚରିବା ସ୍ଥାନ।
ସେହି ସ୍ଥାନରେ ସେମାନେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।
9 “ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥାରେ ରାଜି ହୋଇ ତୁମ୍ଭ କାମ କରିବ କି?
ସେ ତୁମ୍ଭ ଗୁହାଳରେ ରହିବ କି?
10 ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଦେବ କି,
ଯଦ୍ଦ୍ୱାରା ତୁମ୍ଭେ ଆପଣା ଭୂମି ଗ୍ଭଷ କରିବ?
11 ବଣୁଆ ଷଣ୍ଢ ଅତି ବଳଶାଳୀ।
ତୁମ୍ଭେ କ’ଣ ତା’ ଉପରେ ନିର୍ଭର କରି ପାରିବ ତୁମ୍ଭ କାମ କରିବା ପାଇଁ?
12 ତୁମ୍ଭେ ତା’ ଉପରେ ନିର୍ଭର କରି ପାରିବ କି?
ତୁମ୍ଭର ଶସ୍ୟଅମଳ କରିବା ପାଇଁ ଶସ୍ୟସବୁ ଖଳାକୁ ଆଣିବାକୁ?
ପବିତ୍ରଆତ୍ମାଙ୍କଠାରୁ ଦାନ
12 ଭାଇ ଓ ଭଉଣୀମାନେ! ଆତ୍ମିକ ଦାନଗୁଡ଼ିକ ବିଷୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି। 2 ତୁମ୍ଭେମାନେ ମନେପକାଅ ଯେ ବିଶ୍ୱାସୀ ହେବା ପୂର୍ବରୁ ତୁମ୍ଭେମାନେ କିପରି ବିପଥଗାମୀ ହୋଇ ମୂର୍ତ୍ତିପୂଜା କରିବାକୁ ଯାଉଥିଲା। 3 ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ୱରଙ୍କ ଆତ୍ମାପ୍ରାପ୍ତ ଲୋକ “ଯୀଶୁ ଅଭିଶପ୍ତ” ବୋଲି କଦାପି କହିବ ନାହିଁ। ପବିତ୍ରଆତ୍ମାଙ୍କ ସାହାଯ୍ୟ ବିନା କୌଣସି ଲୋକ “ଯୀଶୁ ପ୍ରଭୁ ଅଟନ୍ତି” ବୋଲି କହିବ ନାହିଁ।
2010 by World Bible Translation Center