Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
12 “ଆୟୁବ, ତୁମ୍ଭେ କେବେ ତୁମ୍ଭର ଜୀବନକାଳ ମଧ୍ୟରେ
ସକାଳକୁ ଆଜ୍ଞା କରିଛ ଆରମ୍ଭ ହେବା ପାଇଁ କି ଦିନ ଆରମ୍ଭ ହେବା ପାଇଁ?
13 ଆୟୁବ, ତୁମ୍ଭେ କେବେ ସକାଳର ସୂର୍ଯ୍ୟ କିରଣକୁ ପୃଥିବୀକୁ ଆଚ୍ଛାଦିତ କରିବାକୁ କହିଛ?
ଏବଂ ଦୁଷ୍ଟ ଲୋକମାନଙ୍କୁ ହଲାଇ ଲୁଚିବା ଜାଗାରୁ ଖୋଜି ବାହାର କରିଛ?
14 ସେମାନଙ୍କ ଆଲୋକ ଦ୍ୱାରା ପୃଥିବୀ
ଏକ ମାଟିଗୁଳା ପରି ପରିବର୍ତ୍ତିତ ହେଲା।
ଯେତେବେଳେ ଏହା ଏକ ମୋହର ଦ୍ୱାରା ମୋହରାଙ୍କିତ ହେଲା।
ଏହାର ଆକାର କୋଟର ଭାଙ୍ଗ ଭଳି ଛିଡ଼ା ହୁଏ।
15 ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ।
କାରଣ ଏହାର ପ୍ରଖର କିରଣ ସେମାନଙ୍କୁ ମନ୍ଦ କରିବାକୁ ମନା କରେ।
16 “ଆୟୁବ, ତୁମ୍ଭେ ସମୁଦ୍ରର ଗଭୀର ସ୍ଥାନକୁ କେବେ ଯାଇଛ କି,
ଯେଉଁଠାରୁ ସମୁଦ୍ରର ଆରମ୍ଭ?
ତୁମ୍ଭେ କେବେ ସମୁଦ୍ରର ନିମ୍ନ ଦେଶରେ ଗ୍ଭଲିଛ କି?
17 ଆୟୁବ, ତୁମ୍ଭେ କେବେ ମୃତ୍ୟୁ ଦେଶର ଦ୍ୱାରକୁ ଦେଖିଛ କି?
ତୁମ୍ଭେ କେବେ ସେହି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନେଇଯାଏ।
18 ଆୟୁବ, ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ?
ଯଦି ତୁମ୍ଭେ ଜାଣ ଉତ୍ତର ଦିଅ।
19 “ଆୟୁବ, ଆଲୋକ କେଉଁଠାରୁ ଆସେ?
ଅନ୍ଧକାର କେଉଁଠାରୁ ଆସେ।
20 ଆୟୁବ, ତୁମ୍ଭେ ଆଲୋକ ଓ ଅନ୍ଧକାରକୁ ତା'ର ପୂର୍ବ ସ୍ଥାନକୁ ଫେରାଇ ଦେଇ ପାରିବ କି?
ତୁମ୍ଭେ ସେ ସ୍ଥାନକୁ କିପରି ଯାଇପାରିବ ଜାଣିଛ କି?
21 ନିଶ୍ଚୟ ତୁମ୍ଭେ ଏ କଥା ସବୁ ଜାଣିଛ।
ତୁମ୍ଭେ ଅତି ବୃଦ୍ଧ ଓ ଜ୍ଞାନୀ ମଧ୍ୟ ଅଟ।
ତୁମ୍ଭେ ବଞ୍ଚିଥିଲ ମୁଁ ଯେତେବେଳେ ଏହିସବୁ ଗଢ଼ିଥିଲି, ନୁହେଁ କି?
12 ସେହି ସୁସମାଗ୍ଭର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ୱାସ କରିଛି, ତାହାଙ୍କୁ ମୁଁ ଜାଣେ। ମୋର ପୂର୍ଣ୍ଣ ଆଶା ଅଛି ଯେ, ସେ ସେହି ବିଷୟ ଗୁଡ଼ିକ ସେହି ଦିନ[a] ପର୍ଯ୍ୟନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାୟିତ୍ୱ ସେ ମୋ’ ଉପରେ ନ୍ୟସ୍ତ କରିଥିଲେ।
13 ମୋ'ଠାରୁ ଶୁଣିଥିବା ସତ୍ଶିକ୍ଷାଗୁଡ଼ିକୁ ପାଳନ କର। ସେହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଆମ୍ଭର ବିଶ୍ୱାସ ଓ ପ୍ରେମ। ସେହି ଉପଦେଶଗୁଡ଼ିକ ଉଦାହରଣ ସ୍ୱରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦେବା ଉଚିତ୍। 14 ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି।
2010 by World Bible Translation Center