Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 99

99 ସଦାପ୍ରଭୁଙ୍କ ଆଗରେ ଗାନ କର।
    ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
    ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
ସଦାପ୍ରଭୁ ସିୟୋନରେ ମହାନ
    ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
    ଓ ଭୟ କରନ୍ତୁ,
    ଏହା ପବିତ୍ର ଅଟେ।
ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
    ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
    ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
    ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
    ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
    ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
    ସେମାନେ ତାଙ୍କର ଆଦେଶ ମାନିଲେ
    ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
    ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
    ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
    ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
    ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।

ରାଜାବଳୀର ପ୍ରଥମ ପୁସ୍ତକ 8:54-65

54 ଏହି ପ୍ରାର୍ଥନା କଲାବେଳେ ରାଜା ଶଲୋମନ ଯଜ୍ଞବେଦି ସମ୍ମୁଖରେ ଆଣ୍ଠୁମାଡ଼ି ଓ ସ୍ୱର୍ଗଆଡ଼େ ହସ୍ତ ପ୍ରସାରଣ କଲେ। ତା'ପରେ ସେ ଛିଡ଼ା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ। 55 ତତ୍ପରେ ସେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ସମସ୍ତ ଇସ୍ରାଏଲ ଲୋକଙ୍କୁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରି ଏହା କହିଲେ,

56 “ସଦାପ୍ରଭୁ ଯିଏ ଆପଣାର ପ୍ରତିଜ୍ଞାନୁସାରେ ଇସ୍ରାଏଲକୁ ସମସ୍ତ ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି, ସେ ପ୍ରଶଂସିତ ହୁଅନ୍ତୁ; ସେ ମୋଶାଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ସମସ୍ତ ଉତ୍ତମ ପ୍ରତିଜ୍ଞାଗୁଡ଼ିକର ଗୋଟିଏ ହେଲେ ବିଫଳ ହୋଇ ନାହିଁ। 57 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କର ପିତୃ ଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସହିତ ରୁହନ୍ତୁ ସେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତୁ ନାହିଁ କି ଆମ୍ଭଠାରୁ ଦୂରେଇ ଯାଆନ୍ତୁ ନାହିଁ। 58 ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ପ୍ରତି ଆନୁଗତ୍ୟ ରହିବୁ। ବିଶ୍ୱସ୍ତଭାବରେ ସଦାପ୍ରଭୁଙ୍କର ନିୟମ, ଆଦେଶ ଓ ବ୍ୟବସ୍ଥା ଯାହା ଆମ୍ଭର ପୂର୍ବପୁରୁଷଗଣଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ପାଳନ କରି ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରିବୁ। 59 ମୁଁ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ସମ୍ମୁଖରେ ମୋର ପ୍ରାର୍ଥନା ଓ ଅନୁରୋଧ ସର୍ବଦା ମନେ ରଖିବାକୁ, ଦିନ ଓ ରାତି ଆମ୍ଭ ପାଇଁ ଏହିସବୁ କରିବାକୁ ଓ ତାଙ୍କର ସେବକ ଓ ତାଙ୍କର ଇସ୍ରାଏଲ ଲୋକମାନଙ୍କର ଆବଶ୍ୟକତାର ଯତ୍ନ ନେବାକୁ ଆଗ୍ରହପୂର୍ଣ୍ଣ ସହିତ ପ୍ରାର୍ଥନା କରୁଅଛି। 60 ଏହା ଦ୍ୱାରା ସଦାପ୍ରଭୁ ଯେ ପରମେଶ୍ୱର ଓ ତାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀର ସମସ୍ତ ଗୋଷ୍ଠୀ ଜାଣିବେ। 61 ତୁମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଓ ସତ୍ ହୁଅ। ତାଙ୍କୁ ସର୍ବଦା ଅନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର। ବର୍ତ୍ତମାନ ପରି ଭବିଷ୍ୟତରେ ପାଳନ କରିବାକୁ ସର୍ବାନ୍ତଃକରଣରେ ସ୍ଥିର କର।”

62 ଅନନ୍ତର ରାଜା ଓ ତାଙ୍କ ସହିତ ସମସ୍ତ ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ। 63 ରାଜା ଶଲୋମନ ଓ ଇସ୍ରାଏଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 120,000 ମେଷ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହିରୂପେ ରାଜା ଓ ସମଗ୍ର ଇସ୍ରାଏଲର ଲୋକେ ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗ କଲେ।

64 ଆଉ ମଧ୍ୟ ସେହି ଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସେଠାରେ ସେ ହୋମବଳି, ଶସ୍ୟ ନୈବେଦ୍ୟ ଓ ସହଭାଗିତାର ବଳିର ମେଦ ଉତ୍ସର୍ଗ କଲେ। ଯେହେତୁ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦି ଅତି ଛୋଟ ଥିଲା।

65 ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ୟଦେଇ ଦକ୍ଷିଣରେ ମିଶରର ସୀମା ପର୍ଯ୍ୟନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖରେ ଏହି ପର୍ବ ଚଉଦ ଦିନ ଯାଏ ପାଳନ କଲେ।

ଯୋହନ ଲିଖିତ ସୁସମାଗ୍ଭର 3:31-36

ସ୍ୱର୍ଗରୁ ଆସିବା ଜଣେ ବ୍ୟକ୍ତି

31 “ସ୍ୱର୍ଗରୁ ଆସିଥିବା ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ। ପୃଥିବୀରୁ ଆସିଥିବା ବ୍ୟକ୍ତି ପୃଥିବୀର ଅଟନ୍ତି। ସେହି ବ୍ୟକ୍ତି ପୃଥିବୀରେ ଥିବା ବସ୍ତୁ ବିଷୟରେ କହନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସ୍ୱର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରେଷ୍ଠ। 32 ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ। 33 ସେ କହୁଥିବା କଥା ଗୁଡ଼ିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ। 34 ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା'ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି। 35 ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି। 36 ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସେହି ଲୋକମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ରହିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center