Revised Common Lectionary (Semicontinuous)
99 ସଦାପ୍ରଭୁଙ୍କ ଆଗରେ ଗାନ କର।
ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
2 ସଦାପ୍ରଭୁ ସିୟୋନରେ ମହାନ
ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
3 ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
ଓ ଭୟ କରନ୍ତୁ,
ଏହା ପବିତ୍ର ଅଟେ।
4 ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
5 ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
6 ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
7 ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
ସେମାନେ ତାଙ୍କର ଆଦେଶ ମାନିଲେ
ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
9 ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।
ହାରୋଣ ଲୋକମାନଙ୍କୁ ରକ୍ଷା କରନ୍ତି
41 ତା’ ପରଦିନ ଇସ୍ରାଏଲ ସମସ୍ତ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ ଯେ, “ସେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ହତ୍ୟା କଲେ।”
42 ଯେତେବେଳେ ଲୋକମାନେ ମୋଶା ଓ ହାରୋଣ ବିରୁଦ୍ଧରେ ଏକତ୍ରିତ ହେଲେ, ସେମାନେ ବୁଲିପଡ଼ିଲେ ଓ ସମାଗମ-ତମ୍ବୁକୁ ଦେଖିଲେ ଯେ, ତାହା ମେଘରେ ଆଚ୍ଛାଦିତ ହୋଇଥିଲା ଏବଂ ସଦାପ୍ରଭୁଙ୍କର ମହିମା ଦେଖାଯାଉଥିଲା। 43 ତା'ପରେ ମୋଶା ଓ ହାରୋଣ ସମାଗମ-ତମ୍ବୁ ସମ୍ମୁଖକୁ ଆସିଲେ।
44 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 45 “ତୁମ୍ଭେମାନେ ଏହି ମଣ୍ତଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।” ଏଥିରେ ମୋଶା ଓ ହାରୋଣ ମୁହଁ ମାଡ଼ି ପଡ଼ିଲେ।
46 ତା'ପରେ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ। ଏଥିରେ ଧୂପ ଦେଇ ଶୀଘ୍ର ମଣ୍ତଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ଅତି କ୍ରୋଧିତ ହୋଇଛନ୍ତି, ମହାମାରୀ ବ୍ୟାପି ଗଲାଣି।”
47 ତେଣୁ ହାରୋଣ ମୋଶାଙ୍କ କହିବା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ିଗଲେ। ସେତେବେଳକୁ ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା। ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ପାଇଁ ପ୍ରାୟଶ୍ଚିତ କଲେ। 48 ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା। 49 କୋରହର କଥା ହେତୁ ମରିଥିବା ଲୋକଙ୍କୁ ଛାଡ଼ି 14,700 ଲୋକ ଏହି ମହାମାରୀରେ ମଲେ। 50 ତହୁଁ ମହାମାରୀ ନିବୃତ୍ତ ହେବାରୁ ହାରୋଣ ସମାଗମ-ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ।
ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ
7 ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। 8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। 9 ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
2010 by World Bible Translation Center