Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 17:22-31

22 ପାଉଲ ଆରୟପାଗ ସଭାର ସାମନାରେ ଠିଆ ହୋଇ କହିଲେ, “ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ। 23 ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି।

24 “ପରମେଶ୍ୱର ଏ ପୃଥିବୀରେ ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ। 25 ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ। 26 ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,

27 “ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜି ପାଇ ପାରିବେ। ସେମାନେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରି ପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି। 28 ‘କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି।’ ତୁମ୍ଭମାନଙ୍କ ମଧ୍ୟରୁ କେତେକ କବି ମଧ୍ୟ ଏହା କହିଛନ୍ତି ଯେ, ‘ଆମ୍ଭେମାନେ ତାହାଙ୍କର ସନ୍ତାନ।’

29 “ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ। 30 ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି। 31 ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”

ଗୀତସଂହିତା 66:8-20

ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
    ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
    ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
    ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
    ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
    କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
    ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15     ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
    ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। ସେଲା

16 ହେ ସମସ୍ତ ଲୋକ, ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
    ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
    ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
    ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
    ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
    ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
    ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।

ପିତରଙ୍କ ପ୍ରଥମ ପତ୍ର 3:13-22

13 ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା'ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ। 14 କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା'ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। “ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସେମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।”(A) 15 କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ। 16 କିନ୍ତୁ ତୁମ୍ଭେ ସେମାନଙ୍କୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ୍ ଯେ, ତୁମ୍ଭେ ଠିକ୍ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ମନ୍ଦ କଥା କହୁଛନ୍ତି, ସେମାନେ ଲଜ୍ଜିତ ହେବେ। ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସେମାନେ ମନ୍ଦ କଥାଗୁଡ଼ିକ କୁହନ୍ତି। ସେମାନେ ତୁମ୍ଭ ବିଷୟରେ ମନ୍ଦ କଥା କହିଥିବା ହେତୁ ଲଜ୍ଜିତ ହେବେ।

17 ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।

18 ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ।
    ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା।
ସେ ନିଜେ ଦୋଷୀ ନ ଥିଲେ
    କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ।
    ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ।
ତାହାଙ୍କର ଶରୀରକୁ ବଧ କରାଗଲା,
    କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,

19 ଏବଂ ଆତ୍ମାରେ ସେ ଗଲେ ଓ ବନ୍ଦୀ ଆତ୍ମାମାନଙ୍କୁ ଉପଦେଶ ପ୍ରଦାନ କଲେ। 20 ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ। 21 ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି। 22 ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।

ଯୋହନ ଲିଖିତ ସୁସମାଗ୍ଭର 14:15-21

ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା

15 “ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। 16 ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। 17 ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ।

18 “ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ। ମୁଁ ତୁମ୍ଭ ପାଖକୁ ଫେରି ଆସିବି। 19 ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। 20 ତୁମ୍ଭେ ସେଦିନ ଜାଣିବ ଯେ, ମୁଁ ପରମପିତାଙ୍କଠାରେ ରହିଛି। ତୁମ୍ଭେ ଜାଣିବ ଯେ, ତୁମ୍ଭେ ମୋ'ଠାରେ ଓ ମୁଁ ତୁମ୍ଭଠାରେ ଅଛି। 21 ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center