Revised Common Lectionary (Semicontinuous)
ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।
102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
2 ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
ମୋ’ ପ୍ରତି କର୍ଣ୍ଣପାତ କର।
ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
3 ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
4 ମୋର ଶକ୍ତିସବୁ ଶେଷ ହୋଇଯାଇଛି।
ମୁଁ ଯେପରି ଶୁଖିଲା ତୃଣପରି।
ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
5 ମୋର ଦୁଃଖ ସକାଶୁ ବର୍ତ୍ତମାନ
ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
6 ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
7 ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
ମୁଁ ଶୋଇପାରେ ନାହିଁ।
8 ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
ମୋତେ ସେମାନେ ପରିହାସ କରନ୍ତି।
9 ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।
11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
ସେହି ଯଥାର୍ଥ ସମୟ ଆସିଅଛି।
ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
ମିଶରରୁ ବାହାରକୁ ଯାତ୍ରା
17 ଯେତେବେଳେ ଫାରୋ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, “ଯଦି ଲୋକମାନେ ଏ ବାଟରେ ଯାଆନ୍ତି। ସେମାନଙ୍କୁ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତେବେ ହୁଏତ ସେମାନେ ତାଙ୍କର ମତି ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫେରିଯାଇ ପାରନ୍ତି।” 18 ତେଣୁ ସଦାପ୍ରଭୁ ସେମାନଙ୍କୁ ଅନ୍ୟ ଏକ ପଥରେ ଆଗେଇ ନେଲେ। ସେ ସେମାନଙ୍କୁ ସୂଫସାଗର ପ୍ରାନ୍ତର ମଧ୍ୟଦେଇ ଆଣିଲେ। ସେମାନେ ମିଶର ଛାଡ଼ିବା ସମୟରେ ଇସ୍ରାଏଲୀୟମାନେ ଯୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।
ଯୋଷେଫ ଗୃହକୁ ଗଲେ
19 ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।”
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଗେଇ ନେଲେ
20 ଇସ୍ରାଏଲର ଲୋକମାନେ ସୁକ୍କୋତଠାରୁ ଛାଡ଼ି ଏଥମରେ ଛାଉଣି ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା। 21 ସଦାପ୍ରଭୁ ସେମାନଙ୍କୁ ଆଗକୁ ପଥ କଢ଼ାଇ ନେଲେ, ଦିନବେଳେ ସଦାପ୍ରଭୁ ସେମାନଙ୍କୁ ମେଘସ୍ତମ୍ଭ ଦ୍ୱାରା ରାସ୍ତା ଦେଖାଇଲେ ଏବଂ ରାତିରେ ସେ ସେମାନଙ୍କୁ ଅଗ୍ନିସ୍ତମ୍ଭ ସାହାଯ୍ୟରେ ଆଗେଇ ନେଲେ। 22 ଦିନ ସମୟରେ ସେମାନଙ୍କୁ ଘନ ବାଦଲ ଓ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସେମାନଙ୍କ ସହିତ ସର୍ବଦା ରଖିଲେ।
17 “ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ପରମେଶ୍ୱର ଅବ୍ରହାମଙ୍କୁ ଯେଉଁସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା। 18 ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବା ପାଇଁ ଆରମ୍ଭ କଲେ। ସେ ଯୋଷେଫଙ୍କୁ ଜାଣି ନ ଥିଲେ। 19 ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ।
20 “ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା। 21 ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ। 22 ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ।
23 “ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ। 24 ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା। 25 ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ।
26 “ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’ 27 ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା? 28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’(A) 29 ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।
30 “ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। 31 ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ: 32 ‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର।’(B) ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।
33 “ତା'ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି। 34 ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’(C)
35 “ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ। 36 ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।
37 “ସେ ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ‘ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ’ ପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।’(D) 38 ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ।
39 “କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ। 40 ସେମାନେ ହାରୋଣଙ୍କୁ ଯାଇ କହିଲେ, ‘ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର। ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ’ଣ ହେଲା ଆମ୍ଭେ ଜାଣି ନାହୁଁ।’(E)
2010 by World Bible Translation Center