Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 31:1-5

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ।

31 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ।
    ମୋତେ ତୁମ୍ଭେ ନିରାଶ କର ନାହିଁ।
    ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।
    ହେ ପରମେଶ୍ୱର, ମୋ’ ନିବେଦନ ଶୁଣ।
    ଶୀଘ୍ର ଆସି ମୋତେ ଉଦ୍ଧାର କର।
ମୋତେ ଚଟାଣ ସଦୃଶ ରକ୍ଷା କର।
ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର।
    ମୋର ନିରାପତ୍ତା ବଳୟ ହୁଅ।
    ମୋତେ ରକ୍ଷା କର।
ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ।
    ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ।
ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି।
    ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର।
    ତୁମ୍ଭେ ମୋର ନିରାପଦ ସ୍ଥଳ।
ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ।
    ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି।
    ମୋତେ ରକ୍ଷା କର।

ଗୀତସଂହିତା 31:15-16

15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
    କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
    ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
    ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 26:20-24

20 ଆହୁରି ସଦାପ୍ରଭୁଙ୍କ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା। ସେ କିରିୟତ୍-ସିୟାରୀମସ୍ଥ ସମୟିୟର ପୁତ୍ର ଉରିୟ; ସେ ଯିରିମିୟର ସମସ୍ତ ବାକ୍ୟପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଥିଲା। 21 ରାଜା ଯିହୋୟାକୀମ୍, ତାଙ୍କର ସମସ୍ତ ବୀରଗଣ ଓ ଯିହୁଦାର ସମସ୍ତ ଅଧିପତିମାନେ ଉରିୟଙ୍କ ଭବିଷ୍ୟ‌ଦ୍‌ବାଣୀ ଶୁଣିଲେ। ତା'ପରେ ରାଜା ଯିହୋୟାକୀମ୍ ତାହାକୁ ବଧ କରିବାକୁ ଚେଷ୍ଟା କଲା। ମାତ୍ର ଉରିୟ ଭୟଭୀତ ହୋଇ ମିଶରକୁ ପଳାଇଲା। 22 ମାତ୍ର ରାଜା ଯିହୋୟାକୀମ୍ ଅକବୋରର ପୁତ୍ର ଇ‌‌ଲ୍‌‌ନାଥ‌‌‌ନ୍‌‌‌କୁ ଓ ତାଙ୍କ ସହିତ ଅନ୍ୟ କେତେକ ଲୋକଙ୍କୁ ମିଶରକୁ ପଠାଇଲା। 23 ତହୁଁ ସେମାନେ ଉରିୟକୁ ମିଶରରୁ ଆଣି ଯିହୋୟାକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶରେ ଉରିୟକୁ ‌‌ଖ‌ଡ଼୍‌ଗରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନରେ ତାହାର ଶବ ପକାଗଲା।

24 ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।

ଯୋହନ ଲିଖିତ ସୁସମାଗ୍ଭର 8:48-59

ଯୀଶୁ ନିଜ ବିଷୟରେ ଓ ଅବ୍ରହାମଙ୍କ ବିଷୟରେ କହିଲେ

48 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?”

49 ଯୀଶୁ ଉତ୍ତର ଦେଲେ, “ମୋ’ ଭିତରେ ଭୂତ ନାହିଁ। ମୁଁ ମୋ’ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉ ନାହଁ। 50 ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁ ନାହିଁ। ମାତ୍ର ଜଣେ ଅଛନ୍ତି, ଯିଏ ମୋ’ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଗ୍ଭରକର୍ତ୍ତା। 51 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ’ ଉପଦେଶ ମାନେ, ତେବେ ସେ ଲୋକ କେବେ ମରିବ ନାହିଁ।”

52 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’ 53 ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରହାମଙ୍କଠାରୁ ମହାନ୍? ଅବ୍ରହାମ ତ’ ମରିଗଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?”

54 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି, ସେ ମୋର ପରିମପିତା। ଏବଂ ତୁମ୍ଭେମାନେ କହୁଛ, ସେ ତୁମ୍ଭର ପରମେଶ୍ୱର। 55 କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ, ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। 56 ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।”

57 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “କ'ଣ ତୁମ୍ଭେ ଅବ୍ରହାମଙ୍କୁ କଦାପି ଦେଖି ନାହଁ! ତୁମ୍ଭର ବୟସ ତ ପଗ୍ଭଶ ବର୍ଷ ବି ନୁହେଁ।”

58 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।” 59 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଗ୍ଭଲିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center