Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 100

ଧନ୍ୟବାଦାର୍ଥକ ଗୀତ।

100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
    ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
    ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
    ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
    ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
    ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ସଦାପ୍ରଭୁ ଉତ୍ତମ ଅଟନ୍ତି।
    ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
    ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 23:1-8

23 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନରେ ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”

ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ମେଷପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ଯତ୍ନ ନେଇ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ୟ ଦେବା।” ଏହା ସଦାପ୍ରଭୁ କହନ୍ତି। “ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ। ଆଉ ଆମ୍ଭେ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ପାଳକ ନିଯୁକ୍ତ କରିବା। ସେମାନେ ସେମାନଙ୍କୁ ଚରାଇବେ ଓ ଯତ୍ନ ନେବେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହେବେ ନାହିଁ। ପୁଣି ସେମାନଙ୍କ ମଧ୍ୟରୁ କେହି ହଜିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି।

ସଦାପ୍ରଭୁ କହନ୍ତି,
“ଏପରି ଏକ ସମୟ ଆସୁଅଛି,
    ଯେଉଁ ସମୟରେ ଦାଉଦ ବଂଶରେ ଆମ୍ଭେ ଏକ ଧାର୍ମିକ ‘ଶାଖା’ ଉତ୍ପନ୍ନ କରିବା।
ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ।
    ସେ ନିଜର ଉତ୍ତମ ଜ୍ଞାନ ବଳରେ ଦେଶରେ ସୁବିଗ୍ଭର ଓ ନ୍ୟାୟ ପ୍ରତିଷ୍ଠା କରିବେ।
ସେହି ଉତ୍ତମ ରାଜତ୍ୱ କାଳରେ ‘ଶାଖା’ ଉତ୍ପନ୍ନ ହୋଇ ଯିହୁଦା ପରିତ୍ରାଣ ପାଇବ
    ଓ ଇସ୍ରାଏଲ ନିରାପଦରେ ବାସ କରିବ।
ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,
    ଏହି ନାମରେ ସେ ବିଖ୍ୟାତ ହେବେ।

ଏଣୁକରି ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଲୋକମାନେ କହିବେ ନାହିଁ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାରକରି ଆଣିଲେ।’ ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସେମାନେ କହିବେ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ସେମାନଙ୍କୁ ବାହାର କରି ଆଣିଲେ।’ ଆଉ ସେମାନେ ଆପଣା ଦେଶରେ ବାସ କରିବେ। ଏପରି ସମୟ ଆସୁଅଛି।”

ମାଥିଉ ଲିଖିତ ସୁସମାଗ୍ଭର 20:17-28

ଯୀଶୁ ତାଙ୍କ ନିଜ ମୃତ୍ୟୁ ବିଷୟରେ କହିଲେ

(ମାର୍କ 10:32-34; ଲୂକ 18:31-34)

17 ଯୀଶୁ ଯିରୁଶାଲମକୁ ଯାଉଥିଲେ। ତାହାଙ୍କର ବାରଜଣ ଶିଷ୍ୟ ତାହାଙ୍କ ସହିତ ଥିଲେ। ସେମାନେ ଗ୍ଭଲିକରି ଯାଉଥିବା ସମୟରେ ଯୀଶୁ ସେହି ବାରଜଣ ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡାକିନେଇ କହିଲେ, 18 “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ସେଠାରେ ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ। ସେମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ କହିବେ। 19 ସେମାନେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତରେ ଦେଇଦେବେ, ସେହି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ାରେ ପିଟିବେ ଏବଂ ଗୋଟିଏ କ୍ରୁଶରେ ଚଢ଼ାଇ ତାହାଙ୍କୁ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।”

ଏକ ମାତାଙ୍କର ବିଶେଷ ଅନୁରୋଧ

(ମାର୍କ 10:35-45)

20 ତା'ପରେ ଜେବଦୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ଏବଂ ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସେମାନଙ୍କର ମା ଯୀଶୁଙ୍କୁ ପ୍ରଣାମ କଲେ। ସେ ସେମାନଙ୍କ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।

21 ଯୀଶୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହୁଁଛ?”

ସେ କହିଲେ, “ଆପଣ ପ୍ରତିଜ୍ଞା କରି କୁହନ୍ତୁ ଯେ, ଆପଣଙ୍କ ରାଜ୍ୟରେ ମୋର ଏହି ଦୁଇ ପୁଅଙ୍କ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଅନ୍ୟ ଜଣକ ବାମପଟେ ବସିବ।”

22 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁ ନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ’ଣ ତୁମ୍ଭେ ଭୋଗ କରି ପାରିବ?”

ସେମାନେ ଉତ୍ତର ଦେଲେ, “ହଁ, ଆମ୍ଭେ ପାରିବୁ।”

23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭେମାନେ ମଧ୍ୟ ପ୍ରକୃତରେ ସେହିଭଳି ଯାତନା ଭୋଗ କରିବ। କିନ୍ତୁ ମୋର ଡାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। କାରଣ, କିଏ କେଉଁଠାରେ ବସିବେ, ତାହା ମୋର ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସେମାନଙ୍କ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସେମାନେ ସେହି ସ୍ଥାନରେ ବସିବେ।”

24 ଅନ୍ୟ ଦଶ ଜଣ ଶିଷ୍ୟ ଏ କଥା ଶୁଣି ସେହି ଦୁଇଭାଇଙ୍କ ଉପରେ ରାଗିଗଲେ। 25 ଯୀଶୁ ସବୁ ଶିଷ୍ୟଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସେମାନଙ୍କ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ୟ ଜାଣ ଯେ, ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ସମାନଙ୍କର କର୍ତ୍ତୃତ୍ୱ ସେମାନଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। 26 କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ରରେ ସେହିଭଳି ହେବ ନାହିଁ। ତୁମ୍ଭ ଭିତରୁ ଯଦି କେହି ବଡ଼ ହେବାକୁ ଇଚ୍ଛା କରୁଛି, ତେବେ ସେ ଜଣେ ସେବକ ଭଳି ତୁମ୍ଭମାନଙ୍କର ସେବା କରିବ। 27 ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। 28 ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center