Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 23

ଦାଉଦଙ୍କର ଏକ ଗୀତ।

23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
    ମୋର କିଛି ଅଭାବ ହେବ ନାହିଁ।
ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
    ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
    ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
    କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
    ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
    ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
    ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚା‌ଦ୍‌ଗାମୀ ହେବ।
    ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 34:1-16

ଇସ୍ରାଏଲ ଏକ ମେଷପଲ ସଦୃଶ

34 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ମେଷପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ସେହି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ୟ‌ଦ୍‌ବାଣୀ କହନ୍ତି, ‘ଇସ୍ରାଏଲର ମେଷପାଳକମାନଙ୍କୁ ଧିକ୍, ଯେଉଁମାନେ କେବଳ ସେମାନଙ୍କର ଯତ୍ନ ନିଅନ୍ତି। ମେଷପାଳକମାନେ ମେଷମାନଙ୍କର ଯତ୍ନ ନେବା ଉଚିତ୍ ନୁହେଁ କି? ତୁମ୍ଭେମାନେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭେମାନେ ସେହି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ୟା କର କିନ୍ତୁ ତୁମ୍ଭେ ପଲର ଯତ୍ନ ନେଉ ନାହଁ। ଏବଂ ତୁମ୍ଭେମାନେ ଦୁର୍ବଳମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହିଁ, ଆହତ ମେଷମାନଙ୍କର କ୍ଷତସ୍ଥାନରେ ପଟି ବାନ୍ଧି ନାହଁ। ବିତାଡ଼ିତ ମେଷମାନଙ୍କୁ ଫେରାଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖୋଜିଲ ନାହିଁ। କିନ୍ତୁ ତୁମ୍ଭେମାନେ ବଳରେ ଓ ନିଷ୍ଠୁର ଭାବରେ ସେମାନଙ୍କୁ ଶାସନ କରିଅଛ।

“‘ଏବଂ ସେହି ମେଷପାଳକ ବିହୀନ ମେଷମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁମାନଙ୍କର ଖାଦ୍ୟ ହେଲେ। ଏବଂ ପର୍ବତମାନଙ୍କରେ ଏବଂ ଉଚ୍ଚ ସ୍ଥାନମାନଙ୍କରେ ମୋର ମେଷପଲ ହଜିଗଲେ। ମୋର ମେଷଗୁଡ଼ିକ ଦେଶର ଗ୍ଭରିଆଡ଼େ ଛିନ୍ନଛତ୍ର ହୋଇଗଲେ ଏବଂ ସେମାନଙ୍କୁ କେହି ଦେଖନ୍ତି ନାହିଁ। ସେମାନଙ୍କୁ କେହି ଖୋଜନ୍ତି ନାହିଁ।’”

ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସେ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମୋର ପଲଟି ଲୁଣ୍ଠିତ ହେଲା ଏବଂ ମେଷପାଳକର ଅନୁପସ୍ଥିତିରେ ବନ୍ୟ ଜନ୍ତୁର ଶିକାର ହେଲେ ଏବଂ ମୋର ମେଷପାଳକଗଣ ମୋର ମେଷଗୁଡ଼ିକ ଦେଖିଲେ ନାହିଁ, କେବଳ ସେମାନଙ୍କର ନିଜର ଯତ୍ନ ନେଲେ ଏବଂ ମୋର ମେଷମାନଙ୍କର ଯତ୍ନ ନେଲେ ନାହିଁ।”

ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 10 ସଦାପ୍ରଭୁ କହନ୍ତି, “ଦେଖ, ମୁଁ ମେଷପାଳକମାନଙ୍କର ବିରୁଦ୍ଧରେ ଅଛି। ମୁଁ ସେମାନଙ୍କୁ ମୋର ମେଷମାନଙ୍କ ପାଇଁ ଦାୟୀ କରିବି। ମୁଁ ସେମାନଙ୍କୁ ମେଷଗୁଡ଼ିକ ପାଖରୁ ଦୂରକୁ ନେଇଯିବି ଏବଂ ସେମାନେ ଆଉ ସେଗୁଡ଼ିକର ମେଷପାଳକ ହେବେ ନାହିଁ। ସେମାନଙ୍କର ପାଟିରୁ ମୁଁ ମୋର ମେଷଗୁଡ଼ିକୁ ଉଦ୍ଧାର କରିବି ଏବଂ ସେମାନେ ସେମାନଙ୍କର ଖାଦ୍ୟ ହେବେ ନାହିଁ।”

11 ତେଣୁ ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜେ ଆମ୍ଭ ମେଷମାନଙ୍କର ପାଳକ ହେବୁ। ଆମ୍ଭେ ସେମାନଙ୍କର ଅନ୍ୱେଷଣ କରିବୁ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱ ନେବୁ। 12 ଯେପରି ଜଣେ ମେଷପାଳକ ନିଜର ଛିନ୍ନଭିନ୍ନ ମେଷମାନଙ୍କର ଅନୁସନ୍ଧାନ କରେ, ସେହିପରି ମୁଁ ମୋର ମେଷମାନଙ୍କର ତତ୍ତ୍ୱାବଧାନ କରିବି। ଆଉ ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେସବୁ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବି। 13 ଏବଂ ମୁଁ ନାନା ଜାତିମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବି ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସେମାନଙ୍କୁ ଇସ୍ରାଏଲର ପର୍ବତମାନଙ୍କରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି। 14 ମୁଁ ସେମାନଙ୍କୁ ଉତ୍ତମ ଗ୍ଭରଣଭୂମିରେ ଚରାଇବି। ଏବଂ ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପରେ ସେମାନଙ୍କର ଗୋଠ ହେବ। ସେହି ସ୍ଥାନରେ ସେମାନେ ଉତ୍ତମ ଗୋଠରେ ଶୟନ କରିବେ ଓ ଇସ୍ରାଏଲର ପର୍ବତଗୁଡ଼ିକର ପୁଷ୍ଟିକର ଗ୍ଭରଣଭୂମିରେ ସେମାନେ ଚରିବେ। 15 ହଁ, ମୁଁ ନିଜ ମେଷମାନଙ୍କୁ ଚରାଇବି ଓ ସେମାନଙ୍କୁ ଉତ୍ତମ ସ୍ଥାନରେ ଶୟନ କରାଇବି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

16 “ହଜି ଯାଇଥିବା ମେଷମାନଙ୍କୁ ମୁଁ ଅନ୍ୱେଷଣ କରିବି ଆଉ ଛିନ୍ନଭିନ୍ନ ହୋଇଥିବା ମେଷମାନଙ୍କୁ ଫେରାଇ ଆଣିବି। ଏବଂ ଆହତ ମେଷର କ୍ଷତରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସେହି ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବି ଓ ଯଥାର୍ଥ ଭାବେ ସେମାନଙ୍କୁ ମଣିବି।”

ଲୂକ ଲିଖିତ ସୁସମାଗ୍ଭର 15:1-7

ସ୍ୱର୍ଗରେ ଆନନ୍ଦ

(ମାଥିଉ 18:12-14)

15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”

ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center