Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 134

ଆରୋହଣ ଗୀତ।

134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
    ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
    ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
    ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।

ଯାତ୍ରାପୁସ୍ତକ 24:1-11

ପରମେଶ୍ୱର ଓ ଇସ୍ରାଏଲ ମଧ୍ୟରେ ଚୁକ୍ତି

24 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ। କେବଳ ମୋଶା ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ୟ ମୋଶାଙ୍କ ସହିତ ପର୍ବତ ଉପରକୁ ଯିବେ ନାହିଁ।”

ମୋଶା ସଦାପ୍ରଭୁଙ୍କ ନିୟମ ଏବଂ ଆଜ୍ଞା ସେମାନଙ୍କୁ ଜଣାଇଲେ। ଏହା ପରେ ସମସ୍ତ ଲୋକ ଏକ ସ୍ୱରରେ କହିଲେ, “ସଦାପ୍ରଭୁଙ୍କର ସମସ୍ତ ନିୟମଗୁଡ଼ିକ ଆମ୍ଭେମାନେ ପାଳନ କରିବୁ।”

ତେଣୁ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପ୍ରଭାତରେ ଉଠି ପର୍ବତ ତଳେ ଏକ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶ ନିମନ୍ତେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ।

ମୋଶା ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ରରେ ରଖିଲେ ଏବଂ ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ଢାଳିଲେ।

ମୋଶା ବିଶେଷ ନିୟମ ଲେଖାଯାଇଥିବା ନଳାକାର ପୁସ୍ତକ ନେଇ ଲୋକମାନଙ୍କ ଆଗରେ ପାଠ କଲେ। ସେମାନେ କହିଲେ, “ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭେମାନେ ତାହା କରିବୁ ଏବଂ ଆମ୍ଭେମାନେ ମାନିବୁ।”

ଏହା ପରେ ମୋଶା ସେହି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, “ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହୋଇଥିବା ନିୟମର ରକ୍ତ।”

ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ। 10 ଏବଂ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ନୀଳ ଆକାଶ ପରି ଥିଲା। 11 ପରମେଶ୍ୱର ଇସ୍ରାଏଲର ନେତାଗଣଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ। ସେମାନେ ସମସ୍ତେ ପରମେଶ୍ୱରଙ୍କୁ ଦର୍ଶନ କଲେ। ଏବଂ ସେମାନେ ଭୋଜନ ଓ ପାନ କଲେ।

ଯୋହନ ଲିଖିତ ସୁସମାଗ୍ଭର 21:1-14

ସାତ ଜଣ ଶିଷ୍ୟଙ୍କୁ ଯୀଶୁ ଦେଖା ଦେଲେ

21 ତା'ପରେ ଯୀଶୁ ନିଜକୁ ଶିଷ୍ୟମାନଙ୍କ ଆଗରେ ଦେଖା ଦେଲେ। ସେ ତିବିରିଆ ହ୍ରଦ ଗାଲିଲୀ କୂଳରେ ସେମାନଙ୍କୁ ଦେଖାଦେଇଥିଲେ। ସେ ଏହିପରି ଭାବରେ ଦର୍ଶନ ଦେଇଥିଲେ: ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ। ଶିମୋନ ପିତର କହିଲେ, “ମୁଁ ମାଛ ଧରିବାକୁ ଯାଉଛି।”

ଅନ୍ୟ ଶିଷ୍ୟମାନେ କହିଲେ, “ଆମ୍ଭେ ତୁମ୍ଭ ସହିତ ଯିବୁ।” ତେଣୁ ସବୁ ଶିଷ୍ୟମାନେ ଯାଇ ନୌକାରେ ବସିଲେ। ସେମାନେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରି ପାରିଲେ ନାହିଁ।

ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳରେ ଠିଆ ହୋଇଥିଲେ। କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନ ଥିଲେ। ତା'ପରେ ଶିଷ୍ୟମାନଙ୍କୁ କହିଲେ, “ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?”

ଶିଷ୍ୟମାନେ ଉତ୍ତର ଦେଲେ, “ନା।”

ଯୀଶୁ କହିଲେ, “ତୁମ୍ଭର ଜାଲ ନୌକାର ଡାହାଣ ପଟ ପାଣିରେ ପକାଅ। ତୁମ୍ଭେ ସେଠାରେ ମାଛ ପାଇବ।” ଶିଷ୍ୟମାନେ ସେହିପରି କଲେ। ସେମାନେ ଏତେ ମାଛ ଧରିଲେ ଯେ, ସେମାନେ ଜାଲକୁ ନୌକା ପର୍ଯ୍ୟନ୍ତ ଟାଣି ପାରିଲେ ନାହିଁ।

ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, “ଏ ତ ପ୍ରଭୁ।” ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କ ପୋଷାକ ପିନ୍ଧିଲେ। କାରଣ ସେ କାର୍ଯ୍ୟ କରିବା ପାଇଁ ସବୁ ବସ୍ତ୍ର ଖୋଲି ଦେଇଥିଲେ। ତା'ପରେ ସେ ପାଣିକୁ ଡେଇଁ ପଡ଼ିଲେ। ଅନ୍ୟ ଶିଷ୍ୟମାନେ ନୌକାରେ କୂଳକୁ ଗଲେ। ସେମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଭିଡ଼ିଲେ। ସେମାନେ କୂଳରୁ ବେଶୀ ଦୂରରେ ନ ଥିଲେ, ଦୂରତ୍ୱ ପ୍ରାୟ ନବେ ମିଟର ଥିଲା। ଶିଷ୍ୟମାନେ ଯେତେବେଳେ ନୌକାରୁ ବାହାରି କୂଳରେ ପହଞ୍ଚିଲେ, ସେମାନେ ସେତେବେଳେ ରଡ଼ନିଆଁ ଜଳୁଥିବାର ଦେଖିଲେ। ସେଠାରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ୟ ଥିଲା। 10 ତା'ପରେ ଯୀଶୁ କହିଲେ, “ତୁମ୍ଭେମାନେ ଧରିଥିବା କିଛି ମାଛ ଆଣ।”

11 ଶିମୋନ ପିତର ନୌକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ଼ ବଡ଼ ମାଛରେ ପୂର୍ଣ୍ଣ ଥିଲା। ସେଥିରେ 153ଟି ମାଛ ଥିଲା। ମାଛଗୁଡ଼ିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନ ଥିଲା। 12 ଯୀଶୁ ସେମାନଙ୍କୁ କହିଲେ, “ଆସ ଓ ଖାଅ।” ଶିଷ୍ୟମାନଙ୍କ ଭିତରେ କେହି ଜଣେ ହେଲେ ପଗ୍ଭରିବା ପାଇଁ ସାହସ କଲେ ନାହିଁ, “ତୁମ୍ଭେ କିଏ?” କାରଣ ସେମାନେ ଜାଣିଥିଲେ ଯେ, ସେ ପ୍ରଭୁ। 13 ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘେନି ସେମାନଙ୍କୁ ଦେଲେ। ସେ ସେମାନଙ୍କୁ ମାଛ ମଧ୍ୟ ଦେଲେ।

14 ଯୀଶୁ ମୃତ୍ୟୁରୁ ବଞ୍ଚି ଉଠିବା ପରେ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center