Revised Common Lectionary (Semicontinuous)
ଆରୋହଣ ଗୀତ।
134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
2 ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
3 ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।
32 “ଏଥିପାଇଁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ।
ଯଦି ତୁମ୍ଭେମାନେ ମୋର ପଥ ଧରିବ, ତୁମ୍ଭେ ଧନ୍ୟ ହେବ।
33 ମୋର ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ।
ତାହାକୁ ଅଗ୍ରାହ୍ୟ କର ନାହିଁ।
34 ଯେକେହି ମୋର କଥା ଶୁଣେ, ସେ ଖୁସୀ ହେବ।
ସେ ମୋ’ ଦ୍ୱାର ନିକଟକୁ ସବୁଦିନ ଶୀଘ୍ର ଆସେ ଏବଂ ମୋର ଦ୍ୱାର ବାହାରେ ଅପେକ୍ଷା କରେ।
35 ଯେଉଁ ଲୋକ ମୋତେ ପାଏ, ସେ ଜୀବନ ପାଏ।
ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ।
36 କିନ୍ତୁ ଯେ ମୋର ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ।
ଯେଉଁସବୁ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭୟ କରନ୍ତି।”
ଜ୍ଞାନୀ ଏବଂ ଦୁଷ୍ଟ
9 ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି। 2 ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମେଜରେ ଖାଦ୍ୟ ସଜାଇ ଅଛି। 3 ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, 4 “ଯେଉଁ ଲୋକର ଅଭିଜ୍ଞତା ନାହିଁ ମୋ’ ପାଖକୁ ଆସୁ।” ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କହେ। 5 “ଆସ ମୋର ଖାଦ୍ୟକୁ ଭକ୍ଷ୍ୟଣ କର ଏବଂ ମୋରଦ୍ରାକ୍ଷାରସ ପାନ କର। 6 ଅବୋଧ ଲୋକମାନଙ୍କର ସାଙ୍ଗ ପରିତ୍ୟାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବେଚନାର ପଥରେ ଗ୍ଭଲ।”
ଜୀବନ୍ତ ପଥର ଓ ପବିତ୍ର ଦେଶ
2 ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। 2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁଗ୍ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। 3 ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ।
2010 by World Bible Translation Center