Revised Common Lectionary (Semicontinuous)
ଆରୋହଣ ଗୀତ।
134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
2 ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
3 ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।
ତିନି ପରିଦର୍ଶକ
18 ଏହା ପରେ, ପୁନର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଅଲୋନବୃକ୍ଷ ନିକଟରେ ଦେଖାଦେଲେ। ମଧ୍ୟାହ୍ନ ସମୟରେ ଅବ୍ରହାମ ତାଙ୍କର ତମ୍ବୁର ଦ୍ୱାର ଦେଶରେ ବସିଥିଲେ। 2 ଅବ୍ରହାମ ଦେଖିଲେ ତିନି ଜଣ ଲୋକ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଅବ୍ରହାମ ଏହା ଦେଖିବାପରେ ସେମାନଙ୍କ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ। 3 ଅବ୍ରହାମ କହିଲେ, “ମହାଶୟଗଣ, ଯଦି ତୁମ୍ଭେମାନେ ମୋ’ ଉପରେ ସନ୍ତୁଷ୍ଟ, ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ। 4 ମୁଁ କିଛି ଜଳରେ ଆପଣମାନଙ୍କୁ ପଦଧୌତ କରିବି ଓ ଆପଣମାନେ ଏହି ବୃକ୍ଷମୂଳରେ ଟିକେ ବିଶ୍ରାମ କରନ୍ତୁ। 5 ମୁଁ ଆପଣମାନଙ୍କୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦେବି। ତା'ପରେ ଆପଣମାନେ ଯାତ୍ରା କରିବେ।”
ସେହି ତିନି ଜଣ କହିଲେ, “ତାହା ଉତ୍ତମ, ଯାହା କହିଲ ତାହା କର।”
6 ଅବ୍ରହାମ ଶୀଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୋଟୀ ପ୍ରସ୍ତୁତ କର।” 7 ଏହା ପରେ ଅବ୍ରହାମ ଗୁହାଳକୁ ଦୌଡ଼ିଲେ। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ଓ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ଶୀଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର। 8 ଅବ୍ରହାମ କିଛି ରନ୍ଧା ମାଂସ, କିଛି ରୋଟୀ, ଦୁଗ୍ଧ କିଛି ଛେନା ଆଣି ସେହି ତିନି ଲୋକଙ୍କ ସମ୍ମୁଖରେ ରଖିଲେ। ଅବ୍ରହାମ ତାଙ୍କ ନିକଟରେ ଛିଡ଼ା ହୋଇ ଖାଇବାକୁ ନିବେଦନ କଲେ। ସେମାନେ ସେହି ବୃକ୍ଷମୂଳେ ତାହା ଭୋଜନ କଲେ।
9 ଏହା ପରେ ସେହି ଲୋକମାନେ ପଗ୍ଭରିଲେ, “ତୁମ୍ଭର ସ୍ତ୍ରୀ ସାରା କେଉଁଠାରେ?”
ଅବ୍ରହାମ ଉତ୍ତର ଦେଲେ, “ସେ ଏହି ତମ୍ବୁରେ ଅଛି।”
10 ତହୁଁ ସେ କହିଲେ, “ବସନ୍ତ ସମୟରେ ଆମ୍ଭେ ପୁନରାୟ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।”
ସାରା ତମ୍ବୁରେ ରହି ଏହିକଥା ଶୁଣୁଥିଲେ। 11 ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବୟସ ଅତିକ୍ରମ ହୋଇଥିଲା। 12 ତେଣୁ ସାରା ଶୁଣିଥିବା କଥାକୁ ବିଶ୍ୱାସ କରି ପାରିଲେ ନାହିଁ। ସେ ନିଜକୁ ନିଜେ ହସିଲେ ଏବଂ କହିଲେ, “ମୁଁ ଏବଂ ମୋର ସ୍ୱାମୀ ବାର୍ଦ୍ଧକ୍ୟରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହୋଇଯାଇଛୁ।”
13 ଏହା ପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହୋଇଯାଇଛି। 14 ସଦାପ୍ରଭୁଙ୍କ ପାଇଁ କ’ଣ କିଛି କଷ୍ଟସାଧ୍ୟ? ନାଁ! ମୁଁ ନିଶ୍ଚିତ ଏହି ବସନ୍ତରେ ପୁନରାୟ ଏଠାକୁ ଆସିବି, ମୁଁ କହୁଛି ପୁନରାୟ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦେବ।”
23 ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ। 24 ଶାସ୍ତ୍ର କୁହେ:
“ସମସ୍ତ ମନୁଷ୍ୟ ନିତ୍ୟଜୀବୀ ନୁହନ୍ତି, ସେମାନେ ଘାସ ଭଳି,
ସେମାନଙ୍କର ମହିମା ଏକ ବନ୍ୟଫୁଲ ଭଳି।
ଘାସ ଶୁଖି ଯାଏ,
ଫୁଲ ଝଡ଼ି ଯାଏ।
25 କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ(A)
ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା।”
2010 by World Bible Translation Center