Revised Common Lectionary (Semicontinuous)
114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
2 ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
3 ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
ଯର୍ଦ୍ଦନ ନଦୀ ଉଜାଣି ବହିଲା।
4 ପର୍ବତଗଣ ମେଷପରି ଡେଇଁଲେ।
ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।
5 ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
6 ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?
7 ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
ସମ୍ମୁଖରେ କମ୍ପିତ ହୁଅ।
8 ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
ଓ ପରମେଶ୍ୱର ଚକ୍ମକି ପଥରରୁ ନିର୍ଝର ବୁହାଇଲେ।
36 ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କହିଥିଲ, ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ। ଏହାର ସତ୍ୟତା ଦେଖାଅ। 37 ମୁଁ ଖଳାରେ ମେଷଚମଡ଼ା ପକାଇବି ଯଦି ଖଳାରେ ପଡ଼ିଥିବା ଚମଡ଼ା ଉପରେ କେବଳ କାକର ପଡ଼ିବ ଏବଂ ଭୂମି ଶୁଷ୍କ ରହିବ, ତେବେ ମୁଁ ଜାଣିବି ତୁମ୍ଭେ ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ରକ୍ଷା କରୁଛ,।”
38 ଏବଂ ତାହା ଠିକ୍ ସେହିପରି ହିଁ ଘଟିଥିଲା। ଗିଦିୟୋନ ତା’ ପରଦିନ ପ୍ରଭାତରେ ଉଠି ସେହି ଚମଡ଼ାକୁ ଏକତ୍ର ଚିପୁଡ଼ନ୍ତେ ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।
39 ଏହା ପରେ ଗିଦିୟୋନ ପରମେଶ୍ୱରଙ୍କୁ କହିଲେ, “ମୋ’ ଉପରେ କ୍ରୋଧିତ ହୁଅ ନାହିଁ। ମୋତେ କେବଳ ଆଉ ଗୋଟିଏ କଥା ପଗ୍ଭରିବାକୁ ଅନୁମତି ଦିଅ। ଏହି ଚମଡ଼ାଦ୍ୱାରା ମୋତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡ଼ାଟି ଶୁଖିଯାଉ ଏବଂ ତା'ର ଗ୍ଭରିପାଖରେ ଥିବା ଭୂମି କାକରରେ ଓଦା ଦେଉ।”
40 ସେହି ରାତ୍ରିରେ ପରମେଶ୍ୱର ଠିକ୍ ସେହିପରି କଲେ, ଚମଡ଼ାଟି ଶୁଷ୍କ ହୋଇଗଲା କିନ୍ତୁ ଭୂମିର ଚତୁର୍ପାର୍ଶ୍ୱ କାକର ଦ୍ୱାରା ଓଦା ରହିଲା।
ଆମ୍ଭେ ମୃତ୍ୟୁରୁ ପୁନର୍ଜୀବିତ ହେବା
12 ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇଥିଲେ, ଏହା ପ୍ରଗ୍ଭରିତ ହୋଇଛି, ତା'ହେଲେ ତୁମ୍ଭମାନଙ୍କ ମଧ୍ୟରୁ କେତେଜଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ୟୁରୁ ଉତ୍ଥିତ ହୋଇପାରିବେ ନାହିଁ। 13 ଯଦି ଲୋକମାନେ ମୃତ୍ୟୁରୁ ଉତ୍ଥିତ ହେବେ ନାହିଁ, ତା'ହେଲେ ଖ୍ରୀଷ୍ଟ ମଧ୍ୟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି, 14 ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି, ତା'ହେଲେ ଆମ୍ଭର ଶିକ୍ଷାଦାନ ଓ ତୁମ୍ଭମାନଙ୍କର ବିଶ୍ୱାସର କିଛି ମୂଲ୍ୟ ନାହିଁ। 15 ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ମିଛ କହିଥିବା ଅପରାଧରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ୱରଙ୍କ ବିଷୟରେ ପ୍ରଗ୍ଭର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତା'ହେଲେ ପରମେଶ୍ୱର ମଧ୍ୟ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ନାହାନ୍ତି। 16 ଯଦି ମୃତମାନେ ଉତ୍ଥିତ ହୁଅନ୍ତି ନାହିଁ, ତା'ହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି। 17 ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉଠି ନାହାନ୍ତି, ତା'ହେଲେ ତୁମ୍ଭ ବିଶ୍ୱାସର କିଛି ମୂଲ୍ୟ ନାହିଁ। ତୁମ୍ଭେମାନେ ଏ ପର୍ଯ୍ୟନ୍ତ ନିଜ ନିଜ ପାପରେ ଅଛ। 18 ପୁଣି ଖ୍ରୀଷ୍ଟଙ୍କଠାରେ ଥାଉ ଯେଉଁମାନେ ମରିଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇ ଯାଇ ଅଛନ୍ତି। 19 ଯଦି ଖ୍ରୀଷ୍ଟଙ୍କଠାରେ ଆମ୍ଭର ଭରସା କେବଳ ଏହି ସଂସାରର ଜୀବନ ପାଇଁ, ତା'ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ ଆମ୍ଭେ ଅଧିକ ହତଭାଗ୍ୟ।
20 କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉତ୍ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉତ୍ଥିତ ପ୍ରଥମ ଫଳ ସ୍ୱରୂପ।
2010 by World Bible Translation Center