Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 16

ଦାଉଦଙ୍କର ମିକ୍ତାମ୍ ଗୀତ

16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
ମୁଁ ସଦାପ୍ରଭୁଙ୍କୁ କହିଅଛି,
    “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
    ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
    ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
    ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
    ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
    ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
    ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
    ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
    ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
    ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।

ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
    ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
    ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
    ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
    ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।

ପରମଗୀତ 5:9-6:3

ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଉତ୍ତର କଲେ

ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
    ତୁମ୍ଭର ପ୍ରେମିକ ଅନ୍ୟ ପ୍ରେମିକମାନଙ୍କ ଅପେକ୍ଷା
କିପରି ଭଲ ଅଟନ୍ତି?
    ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଅଛ?

ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ଲୋକମାନଙ୍କୁ

10 ମୋହର ପ୍ରିୟତମ ଶ୍ୱେତ ଓ ରକ୍ତବର୍ଣ୍ଣ,
    ଦଶ ସହସ୍ର ମଧ୍ୟରେ ପ୍ରଧାନ।
11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ।
    ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।
12 ତାଙ୍କର ନେତ୍ର ଯୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ୟ।
    ଦୁ‌ଗ୍‌ଧରେ ଧୌତ
    ଓ ଯଥା ସ୍ଥାନରେ ସ୍ଥାପିତ।
13 ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ
    ସୁଗନ୍ଧି ତୃଣର ତଟ ସ୍ୱରୂପ।
ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ
    ତହିଁରୁ ଦ୍ରବ ଗନ୍ଧରସ ଝରେ।
14 ତାହାଙ୍କ ହସ୍ତ ଦ୍ୱୟ ବୈଦୁର୍ଯ୍ୟମଣିରେ
    ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ୟ।
ତାହାଙ୍କ ଶରୀର ନୀଳକାନ୍ତମଣି ମଣ୍ଡିତ
    ଗଜଦନ୍ତମୟ ଶିଳ୍ପ କର୍ମ ତୁଲ୍ୟ।
15 ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆରେ ସ୍ଥାପିତ
    ଦୁଇଟି ମାର୍ବଲର ସ୍ତମ୍ଭ ତୁଲ୍ୟ।
ତାଙ୍କର ଆକୃତି ଲିବାନୋନ୍
    ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ।
16 ତାହାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମନୋହର।
    ହେ ଯିରୁଶାଲମର କନ୍ୟାଗଣ,
ସେ ମୋହର ପ୍ରିୟତମ,
    ସେ ମୋହର ସହୋଦର।

ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) କହନ୍ତି

ଆଗୋ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
    ତୁମ୍ଭର ପ୍ରିୟତମ କୁଆଡ଼େ ଯାଇଛନ୍ତି।
ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେମନ୍ତ ଖୋଜି ପାରିବା
    ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଆଡ଼କୁ ଯାଇଛନ୍ତି କୁହ।

ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ସ୍ତ୍ରୀଲୋକମାନଙ୍କୁ

ମୋହର ପ୍ରିୟତମ ଆପଣା ଉଦ୍ୟାନକୁ
    ସୁଗନ୍ଧି ଲତାର କିଆରିକୁ,
ଉଦ୍ୟାନରେ ତାଙ୍କର ପଲ ଚରାଇବାକୁ
    ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଛନ୍ତି।
ମୁଁ ଆପଣା ପ୍ରିୟତମଙ୍କର ଓ ମୋ’ ପ୍ରିୟତମ ମୋହର।
    ସେ ଶୋଶନ୍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:1-11

ଖ୍ରୀଷ୍ଟଙ୍କର ସୁସମାଗ୍ଭର

15 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦେବାକୁ ଇଚ୍ଛା କରେ। ତୁମ୍ଭେମାନେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ। ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।

ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ। ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନରେ ସେ ମୃତ୍ୟୁରୁ ଉଠିଲେ। ସେ କେଫାଙ୍କୁ ଓ ତା'ପରେ ବାରଜଣ ପ୍ରେରିତଙ୍କୁ ଦେଖା ଦେଲେ। ତା'ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦେଖାଦେଇଥିଲେ। ତାହାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜି ମଧ୍ୟ ଜୀବିତ। କିନ୍ତୁ କେତେକ ମରି ଯାଇଛନ୍ତି। ତା'ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ରେରିତମାନଙ୍କୁ ଆଉଥରେ ଦେଖା ଦେଲେ। ଯଥା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମୋତେ ସର୍ବ ଶେଷରେ ଦେଖା ଦେଲେ।

ମୁଁ ସମସ୍ତ ପ୍ରେରିତମାନଙ୍କ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମୋର ପ୍ରେରିତ ବୋଲି ଡକା ଯିବାର ଯୋଗ୍ୟତା ମଧ୍ୟ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଛି। 10 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ମୁଁ ଆଜି ଏହା ହୋଇପାରିଛି। ମୋ’ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହୋଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ରେରିତଙ୍କ ତୁଳନାରେ କଠୋର ପରିଶ୍ରମ କରିଛି। ମୁଁ ପ୍ରକୃତରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଏହା କରିପାରିଛି। 11 ମୁଁ ତୁମ୍ଭକୁ ପ୍ରଗ୍ଭର କରେ ବା ଅନ୍ୟମାନେ ପ୍ରଗ୍ଭର କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଗ୍ଭର କରିଥାଉ। ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଅଛ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center