Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 118:1-2

118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
    ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଇସ୍ରାଏଲ ଏବେ କହନ୍ତୁ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”

ଗୀତସଂହିତା 118:14-24

14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ[a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
    ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
    ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
    ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।

17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
    ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
    ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
    ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
    କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
    ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।

22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
    ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
    କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
    ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

ଯିହୋଶୂୟଙ୍କର ପୁସ୍ତକ 3

ଯର୍ଦ୍ଦନ ନଦୀରେ ଅଲୌକିକ ଘଟଣା ଘଟିଲା

ପ୍ରତ୍ୟୁଷରୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନେ ଆକାସିଆ ସହର ପରିତ୍ୟାଗ କରି ଯର୍ଦ୍ଦନ ନଦୀ କୂଳକୁ ଯାତ୍ରା କଲେ। ସେମାନେ ନଦୀ ପାର ହୋଇଯିବା ପର୍ଯ୍ୟନ୍ତ ସେହି ନଦୀ କୂଳରେ ଛାଉଣି କଲେ। ତିନି ଦିନ ପରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ। ନେତୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, “ଯେତେବେଳେ ଲେବୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ନିୟମ-ସିନ୍ଦୁକକୁ ନେଇ ଯିବେ, ତୁମ୍ଭେମାନେ ସମସ୍ତେ ସେମାନଙ୍କୁ ଅନୁସରଣ କରିବା ଉଚିତ୍। କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସେମାନଙ୍କର ଅଧିକ ନିକଟବର୍ତ୍ତୀ ହେବ ନାହିଁ। ତାଙ୍କ ପଛରେ 2,000 ହାତ ପର୍ଯ୍ୟନ୍ତ ତୁମ୍ଭ ଓ ନିୟମ-ସିନ୍ଦୁକ ମଧ୍ୟରେ ବ୍ୟବଧାନରେ ରହିବ। ତୁମ୍ଭେ ଏ ବାଟ ଦେଇ ଆଗରୁ ଯାଇ ନାହଁ। କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଅନୁସରଣ କର, ତେବେ ତୁମ୍ଭେମାନେ ଜାଣି ପାରିବ ଯେ, ତୁମ୍ଭେମାନେ କେଉଁ ରାସ୍ତାରେ ଯିବା ଉଚିତ୍।”

ତା'ପରେ ଯିହୋଶୂୟ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜକୁ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ।”

ତା'ପରେ ଯିହୋଶୂୟ ଯାଜକମାନଙ୍କୁ କହିଲେ, “ନିୟମ-ସିନ୍ଦୁକ ଉଠାଅ ଏବଂ ଲୋକମାନଙ୍କର ସମ୍ମୁଖରେ ନଦୀ ମଧ୍ୟରେ ଏହା ବହି ନିଅ।” ତେଣୁ ଯାଜକମାନେ ନିୟମ-ସିନ୍ଦୁକ ବହନ କରି ଲୋକମାନଙ୍କର ଆଗେ ଆଗେ ଗ୍ଭଲିଲେ।

ତା'ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ମୁଁ ତୁମ୍ଭକୁ ସମୁଦାୟ ଇସ୍ରାଏଲ ସମ୍ମୁଖରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବି। ଏଥିରେ ଲୋକମାନେ ଜାଣିବେ ଯେ ମୁଁ ଯେପରି ମୋଶାଙ୍କ ସହିତ ଥିଲି, ତୁମ୍ଭ ସହିତ ସେହିପରି ଅଛି। ନିୟମ-ସିନ୍ଦୁକ ବାହକ ଯାଜକମାନଙ୍କୁ କୁହ, ‘ପାଣିରେ ପଶିବା ପୂର୍ବରୁ ଯର୍ଦ୍ଦନ ନଦୀ କୂଳରେ ଠିଆ ହୋଇ ରୁହ।’”

ତା'ପରେ ଯିହୋଶୂୟ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଏହିଠାକୁ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର କଥାମାନ ଶୁଣ। 10 ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ୱାରା ତୁମ୍ଭେମାନେ ଜାଣି ପାରିବ। ସେ କିଣାନୀୟ, ହିତ୍ତୀୟ, ହିବ୍ବୀୟ, ପିରିଷୀୟ, ଗିର୍ଗାଶୀୟ, ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ, ସେହି ଭୂମିରୁ ନିଶ୍ଚିତ ତଡ଼ି ଦେବେ। 11 ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ପାର ହୋଇ ତୁମ୍ଭମାନଙ୍କ ଆଗରେ ଯାଉଅଛି, ଯେହେତୁ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହେଉଅଛ। 12 ବର୍ତ୍ତମାନ ତୁମ୍ଭେ ବାର ଜଣ ଲୋକଙ୍କୁ ବାଛ। ତୁମ୍ଭେମାନେ ଇସ୍ରାଏଲର ବାର ପରିବାରରୁ ଜଣ ଜଣ କରି ବାର ଜଣଙ୍କୁ ବାଛ। 13 ଯେତେବେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବହନ କରି ଯର୍ଦ୍ଦନ ନଦୀରେ ପ୍ରବେଶ କରିବେ, ଯର୍ଦ୍ଦନର ପ୍ରବାହ ବନ୍ଦ ହୋଇଯିବ। ଯର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହୋଇ ସ୍ଥଗିତ ରହିବ।”

14 ଯେତେବେଳେ ଲୋକମାନେ ଛାଉଣି ପକାଇଥିବା ସ୍ଥାନରୁ ଯର୍ଦ୍ଦନ ନଦୀ ପାର ହେବା ପାଇଁ ଯାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିୟମ-ସିନ୍ଦୁକ ବହି ନେଉଥିଲେ। 15 ଯଦିଓ ଶସ୍ୟଅମଳ ସମୟରେ ଯର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶଯ୍ୟାରେ ପ୍ରବେଶ କଲା ମାତ୍ରେ ହଠାତ୍ ତା'ର ପ୍ରବାହ ବନ୍ଦ ହୋଇଗଲା। 16 ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ। 17 ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି।

ମାଥିଉ ଲିଖିତ ସୁସମାଗ୍ଭର 28:1-10

ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହେଲେ

(ମାର୍କ 16:1-8; ଲୂକ 24:1-12; ଯୋହନ 20:1-10)

28 ବିଶ୍ରାମ ଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ଅତି ସକାଳୁ ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।

ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ। ସ୍ୱର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମଭଳି ଧଳା ଥିଲା। କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ।

ସ୍ୱର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, “ଭୟ କର ନାହିଁ। ଯେଉଁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଛି, ତୁମ୍ଭେ ତାହାଙ୍କୁ ଖୋଜୁଥିବା କଥା ମୁଁ ଜାଣିଛି। କିନ୍ତୁ ଯୀଶୁ ଏଠାରେ ନାହାନ୍ତି। ସେ ତାହାଙ୍କ କଥା ଅନୁସାରେ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ। ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଜଣାଅ, ‘ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସେଠାରେ ଥିବେ। ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।’’’ ତା'ପରେ ସ୍ୱର୍ଗଦୂତ ଆଉ ଥରେ କହିଲେ, “ଏହିସବୁ କଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।”

ତେଣୁ ସେହି ସ୍ତ୍ରୀଲୋକମାନେ ତ‌‌‌ତ୍‌‌କ୍ଷଣାତ୍ କବର ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଡରି ଯାଇଥିଲେ, କିନ୍ତୁ ବହୁତ ଖୁସୀ ମଧ୍ୟ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନେ ଦୌଡ଼ି ଦୌଡ଼ି ଗଲେ। ହଠାତ୍ ସେମାନେ ଦେଖିଲେ, ଯୀଶୁ ତାହାଙ୍କ ଆଗରେ ଠିଆ ହୋଇଛନ୍ତି। ସେ କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ!” ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ। 10 ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ ଯାଇ ମୋ’ ଭାଇମାନଙ୍କୁ କୁହ ଯେ, ସେମାନେ ଗାଲିଲୀ ଯାଆନ୍ତୁ। ସେମାନେ ମୋତେ ସେହିଠାରେ ଦେଖିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center