Revised Common Lectionary (Semicontinuous)
9 ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର।
ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି।
ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି।
10 ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି।
ମୋର ଜୀବନ ଦୁଃଖରେ ସରିଯିବ।
ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି
ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି।
11 ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି,
ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି।
ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ
ଭୟ କରି ମୋ'ଠାରୁ ଦୂରେଇ ଯାଆନ୍ତି।
12 ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି
ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି।
13 ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ,
ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।
14 ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଶ୍ରିତ ଅଟେ।
ତୁମ୍ଭେ ହିଁ ମୋର ପରମେଶ୍ୱର।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।
55 ହେ ସଦାପ୍ରଭୁ, ମୁଁ ଗଭୀରତମ କୂପ ମଧ୍ୟରୁ
ତୁମ୍ଭ ନାମରେ ପ୍ରାର୍ଥନା କଲି।
56 ତୁମ୍ଭେ ମୋର ଆତୁର କ୍ରନ୍ଦନ ଶୁଣିଲ,
କିନ୍ତୁ ମୋର ଆର୍ତ୍ତନାଦ ପ୍ରତି
ଆପଣା କର୍ଣ୍ଣ ଲୁଗ୍ଭଅ ନାହିଁ।
57 ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ
ଓ କହିଲ, “ଭୟ କର ନାହିଁ।”
58 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରାଣର ସପକ୍ଷରେ ପ୍ରତିବାଦ କରିଅଛ,
ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ।
59 ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ଅନ୍ୟାୟ ତୁମ୍ଭେ ଦେଖିଅଛ,
ତୁମ୍ଭେ ତାହାର ବିଗ୍ଭର କର।
60 ତୁମ୍ଭେ ମୋର ଶତ୍ରୁମାନଙ୍କର ମୋ’ ପ୍ରତି ହୋଇଥିବା ପ୍ରତିଶୋଧ ଦେଖିଅଛ
ଓ ମୋ’ ବିରୁଦ୍ଧରେ ହୋଇଥିବା ସଂକଳ୍ପ ଦେଖିଅଛ।
61 ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ତିରସ୍କାର
ଓ ମୋ’ ବିରୁଦ୍ଧରେ ହୋଇଥିବା ସେମାନଙ୍କର ସଂକଳ୍ପ ତୁମ୍ଭେ ଶୁଣିଅଛ।
62 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଦିନସାରା କଥାବାର୍ତ୍ତା
ଓ ଚିନ୍ତାଧାରା ସବୁ କରନ୍ତି।
63 ତୁମ୍ଭେ ସେମାନଙ୍କର ବସିବାର ଓ ଠିଆ ହେବାର ନିରୀକ୍ଷଣ କରିଛ।
ଆଉ ଦେଖ, ସେମାନେ କିପରି ମୋତେ କରୁଛନ୍ତି।
64 ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ
ସେମାନଙ୍କର କର୍ମାନୁସାରେ ପ୍ରତିଫଳ ଦିଅ।
65 ସେମାନଙ୍କୁ ଅଭିଶାପ ଦେବା ପାଇଁ
ମନକୁ ଶକ୍ତ କର।
66 କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଅ।
ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।
ଯୀଶୁ ତାଙ୍କ ମୃତ୍ୟୁ ବିଷୟରେ ପୁଣି ଥରେ କହନ୍ତି
(ମାଥିଉ 20:17-19; ଲୂକ 18:31-34)
32 ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ଯିରୁଶାଲମକୁ ଯାଉଥିଲେ। ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ରେରିତଙ୍କୁ ଅଲଗା ଡାକି ଯିରୁଶାଲମରେ ଯାହାସବୁ ଘଟିବ, ସେ ବିଷୟରେ କହିବାକୁ ଲାଗିଲେ। 33 ଯୀଶୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ ଏବଂ ସେମାନେ ତାହାଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଅଣଯିହୂଦୀମାନଙ୍କୁ ସମର୍ପି ଦେବେ। 34 ସେମାନେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛେପ ପକାଇବେ। ତାହାଙ୍କୁ କୋରଡ଼ାରେ ପିଟିବେ ଓ ଶେଷରେ ମାରି ପକାଇବେ। କିନ୍ତୁ ମୃତ୍ୟୁଠାରୁ ତୃତୀୟ ଦିନରେ ସେ ପୁନରୁତ୍ଥାନ ହେବେ।”
2010 by World Bible Translation Center