Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 59:9-19

ଇସ୍ରାଏଲର ପାପ ଦୁଃଖ ଆଣେ

ଏଥି ସକାଶେ ନ୍ୟାୟ ବିଗ୍ଭର ଆମ୍ଭଠାରୁ ଦୂରରେ ଥାଏ
ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ।
    ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କେବଳ ଅନ୍ଧକାର ଦେଖୁ।
ଆଲୋକକୁ ଅପେକ୍ଷା କରୁ,
    ମାତ୍ର ଅନ୍ଧକାରରେ ଭ୍ରମଣ କରୁ।
10 ଆମ୍ଭେମାନେ ଅନ୍ଧଲୋକ ପରି
    କାନ୍ଥ ପାଖରେ ଦରାଣ୍ଡି ହେଉ
ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ।
    ମଧ୍ୟାହ୍ନରେ ସନ୍ଧ୍ୟାବେଳପରି ଝୁଣ୍ଟି ପଡ଼ୁ
    ଓ ହୃଷ୍ଟପୁଷ୍ଟ ଲୋକମାନଙ୍କ ମଧ୍ୟରେ ମୃତଲୋକପରି ରହିଅଛୁ।
11 ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ
    ଓ କପୋତ କରି ଅତିଶୟ ବିଳାପ କରୁ।
ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ
    ମାତ୍ର ତାହା ନ ଥାଏ।
ପୁଣି ପରିତ୍ରାଣକୁ ଅପେକ୍ଷା କରୁ
    ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।
12 ତୁମ୍ଭ ସମ୍ମୁଖରେ ଆମ୍ଭମାନଙ୍କର ଅଧର୍ମ ଅନେକ
    ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି।
କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି
    ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭେମାନେ ଜାଣୁ।
13 ଆମ୍ଭେମାନେ ତାଙ୍କର ବିରୁଦ୍ଧାଚରଣ କରିବା
    ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେବା।
ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ।
    ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ।
ଆମ୍ଭେ ମିଥ୍ୟା କଥା କହି
    ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।
14 ଏଣୁ ସୁବିଗ୍ଭର ପଛକୁ ହଟି ଯାଇଛି
    ଓ ଧର୍ମ ଦୂରରେ ଠିଆ ହୋଇଅଛି।
ଛକ ସ୍ଥାନରେ ସତ୍ୟତାର ପତନ ଘଟିଛି
    ଓ ସରଳତା ନଗର ମଧ୍ୟକୁ ପ୍ରବେଶ କରିପାରୁ ନାହିଁ।
15 ତେଣୁ ସତ୍ୟତାର ଅଭାବ ହୋଇଅଛି
    ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ।

ପୁଣି ସଦାପ୍ରଭୁ ଏହା ଦେଖିଲେ
    ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ।
    ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ।
ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା
    ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
17 ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ,
    ପରିତ୍ରାଣରୂପକ ଟୋପି ମସ୍ତକରେ,
ପ୍ରତିଶୋଧରୂପକ ବସ୍ତ୍ର
    ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।
18 ସେ ପାପ କର୍ମର ପରିମାଣ ଅନୁସାରେ
    ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ।
ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ।
    ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।
19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ
    ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ।
କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ
    ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 9:1-20

ଶାଉଲଙ୍କ ହୃଦୟ ପରିବର୍ତ୍ତନ

ଶାଉଲ ଯିରୁଶାଲମରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧରେ ହତ୍ୟାର ଭୟ ଦେଖାଇବା ପାଇଁ ଚେଷ୍ଟା କଲେ। ସେ ମହାଯାଜକଙ୍କ ପାଖକୁ ଯାଇ ଦମ୍ମେସକ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହା ଦ୍ୱାରା ସେ ଯେତେବେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତେବେଳେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିପାରିବେ।

ସେ ଦମ୍ମେସକ ନିକଟକୁ ଆସିଲେ। ହଠାତ୍ ସ୍ୱର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଗ୍ଭରିପଟେ ଉ‌ଦ୍‌ଭାସିତ ହୋଇଗଲା। ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ୱର ଶୁଣିବାକୁ ପାଇଲେ, “ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ?”

ଶାଉଲ କହିଲେ, “ପ୍ରଭୁ, ତୁମ୍ଭେ କିଏ?”

ସେ କହିଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ। ଏବେ ଉଠ ଓ ନଗରକୁ ଯାଅ। ସେଠାରେ ତୁମ୍ଭକୁ କ’ଣ କରିବାକୁ ହେବ, ତାହା ତୁମ୍ଭକୁ ଜଣେ କହିବେ।”

ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଠିଆ ହେଲେ। ସେମାନେ ଏହି କଥା ଶୁଣିଲେ, କିନ୍ତୁ କାହାକୁ ସେଠାରେ ଦେଖିଲେ ନାହିଁ। ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖି ପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମେସକକୁ ନେଇଗଲେ। ସେ ତିନି ଦିନ ପର୍ଯ୍ୟନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆପିଆ ମଧ୍ୟ କଲେ ନାହିଁ।

10 ହନନିୟ ନାମକ ଜଣେ ଯୀଶୁଙ୍କର ଶିଷ୍ୟ ଦମ୍ମେସକରେ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନିୟ!”

ହନନିୟ କହିଲେ, “ପ୍ରଭୁ, ମୁଁ ଏଠାରେ ଅଛି।”

11 ପ୍ରଭୁ ତାହାଙ୍କୁ କହିଲେ, “ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ଯିହୂଦାଙ୍କ ଘରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ସନ୍ଧାନ ନିଅ। ଯେହେତୁ ସେ ପ୍ରାର୍ଥନା କରୁଅଛି। 12 ଏହି ଶାଉଲ ଗୋଟିଏ ଦର୍ଶନ ଦେଖିଅଛି ଯେ, ହନନିୟ ନାମକ ଜଣେ ଲୋକ ତା’ ନିକଟକୁ ଆସି, ତା’ ଉପରେ ହାତ ଥୋଇ ପ୍ରାର୍ଥନା କରୁଅଛି ଓ ତାହାଦ୍ୱାରା ସେ ପୁଣି ଦେଖି ପାରୁଛି।”

13 ହନନିୟ ଉତ୍ତର ଦେଲେ, ‘‘ପ୍ରଭୁ, ମୁଁ ବହୁତ ଲୋକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଛି। ମୁଁ ଶୁଣିଛି ଯେ, ସେ ଯିରୁଶାଲମରେ ଆପଣଙ୍କ ପବିତ୍ର ଲୋକମାନଙ୍କ ପ୍ରତି ବହୁତ ଅତ୍ୟାଗ୍ଭର କରିଛି। 14 ଏଠାରେ ମଧ୍ୟ ସେହି ଲୋକଟି ପ୍ରଧାନଯାଜକମାନଙ୍କଠାରୁ କ୍ଷମତା ପାଇ ଆପଣଙ୍କୁ ବିଶ୍ୱାସ କରୁଥିବା ସମସ୍ତ ଲୋକମାନଙ୍କୁ ବନ୍ଦୀ କରିବା ପାଇଁ ଆସିଛି।”

15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ବାଛିଛି। 16 ଅଣଯିହୂଦୀ, ରାଜା ଓ ଇସ୍ରାଏଲର ଲୋକମାନଙ୍କ ଆଗରେ ସେ ମୋ’ ନାମରେ ସାକ୍ଷ୍ୟ ଦେବ। ମୋ’ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦେଇ ଯିବାକୁ ହେବ ମୁଁ ନିଜେ ତାହାକୁ ଜଣାଇବି।”

17 ତେଣୁ ହନନିୟ ଯିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, “ଭାଇ ଶାଉଲ! ପ୍ରଭୁ ଯୀଶୁ ମୋତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦେଇଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖି ପାରିବ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇପାରିବ।” 18 ଏହି କଥା କହିବା ସଙ୍ଗେ ସଙ୍ଗେ ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା। ସେ ଦେଖି ପାରିଲେ। ତା'ପରେ ସେ ଉଠି ବାପ୍ତିଜିତ ହେଲେ। 19 କିଛି ଖାଦ୍ୟ ଖାଇବା ପରେ ତାହାଙ୍କର ବଳ ଆସିଲା।

ଦମ୍ମେସକରେ ଶାଉଲଙ୍କ ପ୍ରଗ୍ଭର

ସେ ଦମ୍ମେସକ ନଗରରେ ଶିଷ୍ୟମାନଙ୍କ ସହିତ କିଛି ସମୟ ରହିଲେ। 20 ତା'ପରେ ଶାଉଲ ସିଧା ଯିହୂଦୀ ସମାଜଗୃହମାନଙ୍କରେ ପହଞ୍ଚି ସେଠାରେ ଯୀଶୁଙ୍କ ବିଷୟରେ ପ୍ରଗ୍ଭର କଲେ। ସେ ଲୋକମାନଙ୍କୁ କହିବାକୁ ଲାଗିଲେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି।’’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center