Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 23

ଦାଉଦଙ୍କର ଏକ ଗୀତ।

23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
    ମୋର କିଛି ଅଭାବ ହେବ ନାହିଁ।
ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
    ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
    ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
    କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
    ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
    ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
    ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚା‌ଦ୍‌ଗାମୀ ହେବ।
    ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 15:32-34

32 ବର୍ତ୍ତମାନ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଆଗ‌ଗ୍‌କୁ ଆମ୍ଭ ସମ୍ମୁଖକୁ ଆଣ।”

ତା'ପରେ, ଆଗାଗ୍ ଲୌହ ଶିଙ୍କୁଳିରେ ବନ୍ଧା ହୋଇ ତାଙ୍କ ଆଗକୁ ଅଣାଗଲା। ଆଗାଗ୍ ଚିନ୍ତା କଲା, “ନିଶ୍ଚିତ ସେ ମୋତେ ହତ୍ୟା କରିବ ନାହିଁ।”

33 କିନ୍ତୁ ଶାମୁୟେଲ ଆଗ‌ଗ୍‌କୁ କହିଲେ, “ତୁମ୍ଭ ‌‌ଖ‌ଡ଼୍‌ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗି‌ଲ୍‌ଗ‌ଲ୍‌ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗ‌ଗ୍‌କୁ ଖଣ୍ତ ଖଣ୍ତ କରି ହାଣିଲେ।

34 ଏଥି ଉତ୍ତାରେ ଶାମୁୟେଲ ରାମାକୁ ଗଲେ। ପୁଣି ଶାଉଲ ଗିବିୟାସ୍ଥିତ ଆପଣା ଗୃହକୁ ଗଲେ।

ଯୋହନ ଲିଖିତ ସୁସମାଗ୍ଭର 1:1-9

ଯୀଶୁ, ପରମେଶ୍ୱରଙ୍କର ସଦାକାଳସ୍ଥାୟୀ ବାକ୍ୟ

ଜଗତ ସୃଷ୍ଟିର ପୂର୍ବରୁ ବାକ୍ୟ[a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। ତାହାଙ୍କ[b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଅଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ସଂସାରର ସମସ୍ତ ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ[c] ଅନ୍ଧକାରରେ ଆଲୋକିତ ହୁଏ, ଆଉ ଅନ୍ଧକାର ଆଲୋକକୁ ପରାଜିତ[d] କରି ପାରି ନାହିଁ।

ଯୋହନ[e] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ଯେପରି ସମସ୍ତଲୋକ ଆଲୋକ ବିଷୟରେ ଶୁଣିପାରିବେ ଓ ବିଶ୍ୱାସ କରିବେ, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ ସାକ୍ଷୀ ହୋଇ କହିବା ପାଇଁ ଆସିଥିଲେ। ଏହି ସତ୍ୟ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି ଏବଂ ଏହି ସତ୍ୟ ଆଲୋକ ଜଗତକୁ ଆସୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center