Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 95

95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
    ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
    ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
    ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
    ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
    ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବା!
    ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
    ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
    ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।

    ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
    ଜି‌ଦ୍‌ଖୋର ହୁଅ ନାହିଁ।
ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
    ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
    ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
    ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
    ‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”

ଯାତ୍ରାପୁସ୍ତକ 16:9-21

ଏହା ପରେ ମୋଶା ହାରୋଣଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ଲୋକଙ୍କୁ, ‘ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ ହେବାକୁ କୁହ। ଯେହେତୁ ସେ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଲେ।”’

10 ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।

11 ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’”

13 ସେହି ରାତିରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣିକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତରେ ଛାଉଣି ସ୍ଥାନରେ ଗ୍ଭରିଆଡ଼େ କାକରର ଏକ ସ୍ତର ଥିଲା। 14 ଏହା ପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିଯିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ମରୁଭୂମି ଉପରେ ପଡ଼ି ରହିଲା। 15 ଇସ୍ରାଏଲର ଲୋକମାନେ ଏହାକୁ ଦେଖି କଥାବାର୍ତ୍ତା ହେଲେ। “ଏଗୁଡ଼ିକ କ’ଣ?” ସେମାନେ ଏପରି କହିଲେ କାରଣ ସେମାନେ ଜାଣି ନ ଥିଲେ ଏଗୁଡ଼ିକ କ’ଣ ଥିଲା। ତେଣୁ ସେମାନେ ମୋଶାଙ୍କୁ ପଗ୍ଭରିଲେ, ତେଣୁ ମୋଶା ସେମାନଙ୍କୁ କହିଲେ, “ଏଗୁଡ଼ିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ। 16 ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ନିଜ ନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’”

17 ତେଣୁ ଇସ୍ରାଏଲର ଲୋକମାନେ ଏହିପରି କଲେ। ପ୍ରତ୍ୟେକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ। 18 ଏହା ପରେ ସେମାନେ ତାଙ୍କର ପରିବାରରେ ଖାଦ୍ୟ ବଣ୍ଟନ କଲେ। ଏଥିରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲା ନାହିଁ।

19 ମୋଶା ସେମାନଙ୍କୁ କହିଲେ, “ଆସନ୍ତା ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।” 20 କିନ୍ତୁ କେତେକ ଲୋକ ସେମାନଙ୍କର କଥାକୁ ଧ୍ୟାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଞ୍ଚୟ କରି ରଖିଥିଲେ, ସକାଳ ପର୍ଯ୍ୟନ୍ତ ତାହା ପୋକମାନଙ୍କ ଦ୍ୱାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମୋଶା ସେମାନଙ୍କ ଉପରେ କ୍ଷୁବ୍ଧ ହେଲେ।

21 ପ୍ରତ୍ୟେକ ସକାଳେ ଲୋକମାନେ ସେମାନଙ୍କର ଖାଦ୍ୟ ସଂଗ୍ରହ କଲେ। ପ୍ରତ୍ୟେକ ଲୋକ ସେମାନଙ୍କର ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରାରେ ତାହା ସବୁ ତରଳିଗଲା।

ଏଫିସୀୟଙ୍କ ପ୍ରତି ପତ୍ର 2:11-22

ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ହେବା

11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ”[a] ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। 12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। 13 ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ।

14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। 15 ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। 16 କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। 17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।

19 ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। 20 ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center