Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
2 ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
3 ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
4 ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
କି କେବେ ଶୋଇବେ ନାହିଁ।
5 ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
6 ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
7 ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
8 ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ଇସ୍ରାଏଲ ଅବ୍ରହାମ ସଦୃଶ ହେବା ଉଚିତ୍
51 “ହେ ଧର୍ମାଗ୍ଭରୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ। ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଚ୍ଛେଦରୁ ଖୋଳା ହୋଇଥିଲ, ତାହା ପ୍ରତି ଦୃଷ୍ଟିପାତ କର। 2 ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।”
3 ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ।
ଧନ୍ୟବାଦ ଓ ଆଶ୍ୱାସନା
3 ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି। 4 ତୁମ୍ଭେ ମୋ’ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ୱାସ ମୁଁ ମନେପକାଏ। 5 ପ୍ରଥମରେ ସେହି ବିଶ୍ୱାସ ତୁମ୍ଭର ମାତାମହୀ ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଥିଲା। 6 ମୁଁ ଜାଣେ ଯେ ତୁମ୍ଭଠାରେ ସେହି ସମାନ ବିଶ୍ୱାସ ଅଛି। ସେଥିପାଇଁ ମୁଁ କୁହେ ଯେ ପରମେଶ୍ୱର ତୁମ୍ଭକୁ ଦେଇଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତେବେଳେ ମୁଁ ମୋର ହାତଦ୍ୱୟ ତୁମ୍ଭ ଉପରେ ରଖିଲି, ସେତେବେଳେ ପରମେଶ୍ୱର ସେହି ଅନୁଗ୍ରହଦାନ ତୁମ୍ଭକୁ ଦେଇଥିଲେ। ମୁଁ ଗ୍ଭହେଁ ଯେ ତୁମ୍ଭେ ସେହି ଅନୁଗ୍ରହ ଦାନକୁ ବ୍ୟବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନିଶିଖା ଏକ ଜ୍ୱାଳାରେ ପରିବର୍ତ୍ତିତ ହୁଏ। 7 ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।
2010 by World Bible Translation Center