Revised Common Lectionary (Semicontinuous)
ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ
32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା'ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
2 ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।
3 ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
4 ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା
5 କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ସେଲା
6 ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
7 ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି। ସେଲା
8 ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
9 ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”
10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।
ପ୍ରଥମ ପରିବାର
4 ଯେତେବେଳେ ସେହି ମନୁଷ୍ୟ ତା'ର ସ୍ତ୍ରୀ ହବା ସହିତ ସହବାସ କଲା, ସେ ଗର୍ଭବତୀ ହେଲା ଏବଂ ଏକ ପୁତ୍ରକୁ ଜନ୍ମ ଦେଲା, ଯାହାକୁ ସେ କୟିନ କହିଲା। ହବା କହିଲା, “ସଦାପ୍ରଭୁଙ୍କ ସହାୟତାରେ ମୁଁ ଏକ ମନୁଷ୍ୟ ଜନ୍ମ କରିଛି।”
2 ଏହା ପରେ ହବା କୟିନର ଭାଇ ହେବଲଙ୍କୁ ଜନ୍ମ କଲା। ହେବଲ ମେଷପାଳକ ଓ କୟିନ କୃଷକ ହେଲେ।
ପ୍ରଥମ ହତ୍ୟା
3-4 କିଛି ସମୟ ପରେ, କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲା ଏବଂ ହେବଲ ନିଜର ପ୍ରଥମଜାତ ମେଷ ଆଣିଲା ଏବଂ ସେମାନଙ୍କର ସର୍ବୋତ୍ତମ ଅଂଶ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ।
ସଦାପ୍ରଭୁ ହେବଲକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ। 5 କିନ୍ତୁ ସଦାପ୍ରଭୁ କୟିନକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। ଏଣୁ କୟିନ ବହୁତ କ୍ରୋଧ ଏବଂ ଦୁଃଖ କଲା। 6 ସଦାପ୍ରଭୁ କୟିନକୁ ପଗ୍ଭରିଲେ, “କାହିଁକି ତୁମ୍ଭେ କ୍ରୋଧ କରୁଅଛ? ତୁମ୍ଭେ କାହିଁକି ଦୁଃଖ କରୁଛ? 7 ତୁମ୍ଭେ ଯଦି ଠିକ୍ ବିଷୟ କରିବ, ତେବେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ୍ କର ତେବେ ତାହା ପାପ ହେବ। ପାପ ଏକ ପ୍ରାଣୀ ପରି, ତୁମ୍ଭ ଦ୍ୱାର ସମ୍ମୁଖରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛି। ତୁମ୍ଭେ ନିଶ୍ଚୟ ତା’ ଉପରେ ରାଜତ୍ୱ କରିବ।”
8 କୟିନ ତା'ର ଭାଇ ହେବଲକୁ କହିଲା, “ଗ୍ଭଲ କ୍ଷେତକୁ ଯିବା।” ତେଣୁ କୟିନ ଏବଂ ହେବଲ କ୍ଷେତକୁ ବାହାରି ଗଲେ। ଏହା ପରେ କୟିନ ହେବଲକୁ ଆକ୍ରମଣ କରି ହତ୍ୟା କଲା।
9 ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ତୁମ୍ଭର ଭାଇ ହେବଲ କେଉଁଠି?”
କୟିନ ଉତ୍ତର ଦେଲା, “ମୁଁ ଜାଣେ ନାହିଁ, ଏହା କ’ଣ ମୋର କାମ ଯେ ମୋର ଭାଇର ମୁଁ ଯତ୍ନ ନେବି ଓ ଜଗି ରହିବି?”
10 ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି। 11 ଭୂମିରେ ତୁମ୍ଭ ଭାଇର ରକ୍ତ ଢାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାଯିବ। 12 ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।”
13 ଏହା ପରେ କୟିନ କହିଲା, “ମୋର ଦଣ୍ଡ ଅସହ୍ୟ! 14 ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”
15 ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ମୁଁ ଏପରି ଘଟିବାକୁ ଦେବି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ୟା କରେ, ତେବେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି।” ଏହା ପରେ ସଦାପ୍ରଭୁ ପରମେଶ୍ୱର କୟିନକୁ ଏକ ଚିହ୍ନ ଦେଲେ। ଚିହ୍ନଟି ଦର୍ଶାଇଲା ଯେ, କେହି ତାକୁ ମାରିବା ଉଚିତ୍ ନୁହେଁ।
କୟିନର ପରିବାର
16 ଏହା ପରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା।
ଯୀଶୁ ଆମ୍ଭକୁ ପରମେଶ୍ୱରଙ୍କ ସମ୍ମୁଖୀନ ହେବାରେ ସାହାଯ୍ୟ କରନ୍ତି
14 ପୁତ୍ର ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ସହିତ ରହିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାଯାଜକ। 15 ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ। 16 ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
5 ପ୍ରତ୍ୟେକ ଯିହୂଦୀ ମହାଯାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ୱରଙ୍କୁ ଆପଣା ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସେହି ମହାଯାଜକ ଲୋକମାନଙ୍କୁ ସାହାଯ୍ୟ କରନ୍ତି। 2 ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ। 3 ମହାଯାଜକ ଅନ୍ୟଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ୟ ଦୁର୍ବଳତା ଥିବା ହେତୁରୁ ସେ ମଧ୍ୟ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
4 ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ। 5 ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ:
“ତୁମ୍ଭେ ମୋର ପୁତ୍ର;
ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।”(A)
6 ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି:
“ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”(B)
7 ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ। 8 ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ। 9 ପୁଣି ଯୀଶୁ ନିର୍ଦ୍ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସେମାନେ ଅନନ୍ତ ଜୀବନ ପାଇ ପାରିବେ। 10 ପରମେଶ୍ୱର ମଲ୍କୀଷେଦକଙ୍କ ଭଳି ଯୀଶୁଙ୍କୁ ମହାଯାଜକ ରୂପେ ବାଛିଲେ।
2010 by World Bible Translation Center