Revised Common Lectionary (Semicontinuous)
17 ତଥାପି ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ଗ୍ଭଲିଲେ।
ସେମାନେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ବିଦ୍ରୋହାଚରଣ କଲେ।
18 ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ।
ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ,
ଯାହା ସେମାନେ ଇଚ୍ଛା କରିଥିଲେ।
19 ସେମାନେ ପରମେଶ୍ୱରଙ୍କୁ ଅଭିଯୋଗ କଲେ ଏବଂ କହିଲେ,
“କ’ଣ ପରମେଶ୍ୱର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦେଇ ପାରିବେ?
20 ଏହା ସତ୍ୟ ଯେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା,
ସେ ମଧ୍ୟ କ’ଣ ଆମ୍ଭକୁ ରୋଟୀ ଦେଇ ପାରିବେ? ସେ କ’ଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦେଇ ପାରିବେ?”
52 ସେ ମେଷପାଳକ ପରି ତାଙ୍କର ଲୋକମାନଙ୍କର ନେତୃତ୍ୱ ନେଲେ।
ସେ ସେମାନଙ୍କୁ ମେଷତୁଲ୍ୟ ମରୁଭୂମି ମଧ୍ୟରେ ପଥ କଢ଼ାଇ ନେଲେ।
53 ପରମେଶ୍ୱର ନିଜ ଲୋକମାନଙ୍କୁ ନିରାପଦରେ ଚଲାଇଲେ।
ତେଣୁ ସେମାନେ ଭୟଭୀତ ହେଲେ ନାହିଁ।
କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ୱର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
54 ପରମେଶ୍ୱର ସେମାନଙ୍କୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ୟ ଦେଶକୁ ଆଣିଲେ,
ଯାହା ସେ ତାଙ୍କ ଶକ୍ତିବଳରେ ନେଇଥିଲେ।
55 ପରମେଶ୍ୱର ଅନ୍ୟ ଜାତିମାନଙ୍କୁ ସେହି ଭୂମିରୁ ବିତାଡ଼ିତ କଲେ।
ପରମେଶ୍ୱର ସେହି ଭୂମିରୁ ପ୍ରତ୍ୟେକଙ୍କୁ ତାଙ୍କର ଅଂଶ ଦେଲେ।
ସେ ଇସ୍ରାଏଲର ପରିବାରବର୍ଗକୁ ସେମାନଙ୍କ ତମ୍ବୁରେ ରହିବାକୁ ଦେଲେ।
ଅସ୍ଥାୟୀ ସମାଗମ-ତମ୍ବୁ
7 ମୋଶା ତମ୍ବୁ ନେଇ ଛାଉଣିଠାରୁ କିଛି ଦୂରରେ ଅଲଗା ଛାଉଣି ସ୍ଥାପନ କଲେ। ସେ ସେହି ତମ୍ବୁର ନାମ “ସମାଗମ-ତମ୍ବୁ ଦେଲେ।” ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷୟରେ ଜାଣିବାକୁ ଗ୍ଭହିଁଲେ ତାଙ୍କୁ ସେହି ସମାଗମ-ତମ୍ବୁକୁ ଯିବାକୁ ପଡ଼ିଲା। 8 ମୋଶା ବାହାର ହୋଇ ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହାରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ସମାଗମ-ତମ୍ବୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କ ପଥକୁ ଅନାଇ ରହିଲେ। 9 ମୋଶା ତମ୍ବୁରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ୱାରରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ। 10 ତେଣୁ ଯେତେବେଳେ ଲୋକମାନେ ତମ୍ବୁର ଦ୍ୱାର ଦେଶରେ ମେଘ ସ୍ତମ୍ଭ ଦେଖିଲେ। ସେତେବେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ।
11 ଏହି ପ୍ରକାରେ ସଦାପ୍ରଭୁ ମୋଶାଙ୍କ ସହିତ ମୁହାଁମୁହିଁ କଥାବାର୍ତ୍ତା ହେଲେ। ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମୋଶା କଥାବାର୍ତ୍ତା କରି ସାରିବା ପରେ ଛାଉଣିକୁ ଫେରି ଆସିଲେ କିନ୍ତୁ ତାଙ୍କର ପରିଗ୍ଭରକ ସର୍ବଦା ତମ୍ବୁରେ ରହୁଥିଲେ। ସେହି ପରିଗ୍ଭରକର ନାମ ଥିଲା ଯିହୋଶୂୟ, ସେ ଥିଲେ ନୂନର ପୁତ୍ର।
ମୋଶା ସଦାପ୍ରଭୁଙ୍କର ମହିମା ଦେଖିଲେ
12 ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋତେ ଆଜ୍ଞା ଦେଲ ଏହି ଲୋକମାନଙ୍କୁ ଆଗେଇ ନେବା ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମୋ’ ସହିତ କାହାକୁ ପଠାଇବ। ତୁମ୍ଭେ ମୋତେ କହିଛ ଯେ, ‘ତୁମ୍ଭେ ମୋତେ ଭଲଭାବେ ଜାଣ, ଏବଂ ତୁମ୍ଭେ ମୋ’ ପ୍ରତି ପ୍ରୀତ।’ 13 ଯଦି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛି, ତେବେ ବିନୟ କରୁଛି ତୁମ୍ଭେ ମୋତେ ତୁମ୍ଭର ପଥସବୁ ଶିକ୍ଷା ଦିଅ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସୀ କରି ପାରିବି। ମୁଁ ତୁମ୍ଭ ବିଷୟରେ ଜାଣିବାକୁ ଗ୍ଭହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳରେ ମୋତେ ବିବେଚନା କର।”
14 ସଦାପ୍ରଭୁ ଉତ୍ତର ଦେଲେ, “ମୋର ଉପସ୍ଥିତି ତୁମ୍ଭ ସହିତ ଯିବ ଏବଂ ତୁମ୍ଭକୁ ବିଶ୍ରାମ ଦେବ।”
15 ଏହା ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନ ରହେ, ତେବେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ। 16 କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ଯାଅ, ଆମ୍ଭେମାନେ ନିଶ୍ଚିତ ଭାବରେ ଜାଣିବୁ। ଯେମନ୍ତ ଆମ୍ଭେ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କଠାରୁ ବିଶେଷ ଲୋକ ହେବା। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନ ଯାଅ, ତେବେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେମାନେ ଭିନ୍ନ ନୋହୁଁ।”
17 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର କଥା ଅନୁଯାୟୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମଦ୍ୱାରା ଜାଣିଅଛି।”
18 ଏହା ପରେ ମୋଶା କହିଲେ, “ବର୍ତ୍ତମାନ ତୁମ୍ଭର ମହିମା ମୋତେ ଦେଖାଅ।”
19 ଏହା ପରେ ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସମ୍ମୁଖରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବି ଓ ଯାହାକୁ ଦୟାକରେ ତାହାକୁ ଦୟା କରିବି। 20 କିନ୍ତୁ ତୁମ୍ଭେ ମୋର ମୁଖ ଦେଖି ପାରିବ ନାହିଁ। କାରଣ କେହି ମୋତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।
21 “ମୋ’ ନିକଟରେ ଏକ ଶୈଳ ଅଛି। ତୁମ୍ଭେ ସେହି ଶୈଳ ଉପରେ ଛିଡ଼ା ହେବ। 22 ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବି ଓ ମୁଁ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଛନ୍ନ କରିବି। 23 ଏହା ପରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।”
30 “ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। 31 ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ: 32 ‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର।’(A) ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।
33 “ତା'ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି। 34 ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’(B)
2010 by World Bible Translation Center